ଇନ୍‌ଷ୍ଟାଗ୍ରାମ୍‌ ପାଇଁ ଦେବାକୁ ପଡ଼ିବ ୟୁଜର୍ସ ଫି

Instagram

0 7

ଭୁବନେଶ୍ୱର: ଆଉ ମାଗଣାରେ ଚାଲିବନି ଇଗ୍ରାନଷ୍ଟାଗ୍ରାମ । ଏଣିକି ଦେବାକୁ ପଡିବ ୟୁଜର୍ସ ଫି । ସୋସିଆଲ ମିଡିଆ ଆକାଉଣ୍ଟ ଦେୟ ଦେବା ପରେ ହିଁ ଚଳାଇପାରିବେ ଇନଷ୍ଟାଗ୍ରାମ । ତେବେ ଇନଷ୍ଟାଗ୍ରାମ୍ ଏକ ନୂତନ ସବସ୍କ୍ରିପସନ୍ ବୈଶିଷ୍ଟ୍ୟ ଉପରେ କାମ କରୁଛି । ଏହା ଅଧୀନରେ ଉପଭୋକ୍ତାମାନଙ୍କୁ କୌଣସି କଣ୍ଟେଣ୍ଟ୍ ଆସେସ୍ କରିବା ପାଇଁ ବ୍ୟବହାରକାରୀଙ୍କୁ ପ୍ରତିମାସରେ ୮୯ ଟଙ୍କା ଦେବାକୁ ପଡିବ ବୋଲି ସୂଚନା ମିଳିଛି ।

କମ୍ପାନି ସୂଚନା ଅନୂଯାୟୀ ଏହାଦ୍ୱାରା ଇନଷ୍ଟାଗ୍ରାମ୍ ନିର୍ମାତା ଏବଂ ପ୍ରଭାବଶାଳୀମାନଙ୍କୁ ଲାଭ ମିଳିବ । ବର୍ତମାନ କମ୍ପାନି ଏହି ଦେୟଯୁକ୍ତ ବୈଶ୍ୟଷ୍ଟ୍ୟ ସମ୍ବନ୍ଧରେ କାର୍ୟ୍ୟାଳୟ ଆଡୁ କୌଣସି ନୀତି ଜାରି କରିନାହିଁ । ଟେକ୍ କ୍ରଞ୍ଚର ଏକ ରିପୋର୍ଟ ଅନୁଯାୟୀ, ଇନଷ୍ଟାଗ୍ରାମ୍ ସବସ୍କ୍ରିପସନ୍ ଆପଲ୍ ଆପ୍ ଷ୍ଟୋରରେ ଏକ ଇନ-ଆପ୍ କ୍ରୟ ଭାବରେ ତାଲିକାଭୁକ୍ତ ହୋଇଛି । ଏଥିପାଇଁ ଏକ ଇନଷ୍ଟାଗ୍ରାମ୍ ସବସ୍କ୍ରିପସନ୍ ବର୍ଗ ମଧ୍ୟ ସୃଷ୍ଟି କରାଯାଇଛି ।

ବର୍ତମାନ, ଏଥିପାଇଁ ମାସିକ ଚାର୍ଜ ୮୯ ଟଙ୍କା ଦିଆଯାଉଛି । ଯେତେବେଳେ ଏହା ଉପଭୋକ୍ତାମାନଙ୍କ ନିକଟକୁ ଅଣାଯିବ, ସେତେବେଳେ ଏଥିରେ ପରିବର୍ତ୍ତନ ମଧ୍ୟ କରାଯାଇପାରେ ।

Leave A Reply

Your email address will not be published.