ମହିଳା ସାମ୍ବାଦିକ, ଅଭିନେତ୍ରୀଙ୍କ ପାଇଁ ତାଲିବାନର ଏମିତି ନୂଆ ଆଇନ୍‌  

Taliban new rules for women ancher and journalist

0 0

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି । ଏହା ଯୋଗୁଁ ଲୋକମାନଙ୍କର ଜୀବନ ଦୁର୍ବିସହ ହୋଇପଡିଛି । ରବିବାର ତାଲିବାନ ପକ୍ଷରୁ ଏକ ନୂଆ ଗାଇଡଲାଇନ ଜାରି ହୋଇଥିବା ବେଳେ ତାକୁ ଧାର୍ମିକ ଗାଇଡଲାଇନ ବୋଲି କୁହାଯାଉଛି । ସେଥିରେ ରିପୋର୍ଟ ପ୍ରସାରଣ ସମୟରେ ସବୁ ମହିଳା ସାମ୍ବାଦିକ ଯେପରି ପାରମ୍ପରିକ ହିଜାବ ପିନ୍ଧିବେ ସେଥିଲାଗି ନୁ୍ୟଜ ଚାନେଲ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମହିଳା କଳାକାର ଥିବା ନାଟକ, ଫିଲ୍ମ ଓ ପ୍ରୋଗ୍ରାମ ଗୁଡ଼ିକର ପ୍ରସାରଣ ନ କରିବା ଲାଗି ବି ଟିଭି ଚ୍ୟାନେଲ ଗୁଡ଼ିକୁ କୁହାଯାଇଛି । ଏ ନେଇ ତାଲିବାନ ମୁଖପାତ୍ର ହାକିଫ ମୋହଜିର କହିଛନ୍ତି ଆମେ ସ୍ପଷ୍ଟ କହିଦେବାକୁ ଚାହୁଁଛୁ ଯେ, ଏହା ଧାର୍ମିକ କଟକଣା । ଦେଶର ସମସ୍ତ ଟିଭି ଚ୍ୟାନେଲ ଏହାର ପାଳନ କରିବେ ବୋଲି ଆଶା କରୁଛୁ । ଜାରି ସାନି ମାର୍ଗଦର୍ଶିକା ଅନୁସାରେ ଦେଶର କୌଣସି ଟେଲିଭିଜନ (ଟିଭି) ଚ୍ୟାନଲରେ ମହିଳାଙ୍କ ଅଭିନୀତ କାର୍ଯ୍ୟକ୍ରମ ତଥା ଚଳଚ୍ଚିତ୍ର ପ୍ରସାରଣ କରାଯାଇପାରିବ ନାହିଁ; ଅର୍ଥାତ କୌଣସି ଟେଲିଭିଜନ କାର୍ଯ୍ୟକ୍ରମ କିମ୍ବା ଚଳଚ୍ଚିତ୍ରରେ ମହିଳାମାନେ ଅଭିନୟ କରିପାରିବେ ନାହିଁ । ଖବର ପାଠ କରୁଥିବା ମହିଳା ସାମ୍ବାଦିକ ଓ କାର୍ଯ୍ୟକ୍ରମ ଉପସ୍ଥାପିକାମାନେ ହିଜାବ ପିନ୍ଧିବା ବାଧ୍ୟ ବୋଲି ନିଦେ୍ର୍ଧଶନାମା ଜାରି ହୋଇଛି । ଆଫଗାନିସ୍ତାନ କିମ୍ବା ଇସଲାମ ବିରୋଧୀ କାର୍ଯ୍ୟକ୍ରମ କିମ୍ବା ଦୃଶ୍ୟ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Leave A Reply

Your email address will not be published.

error: Content is protected !!