ଅଶ୍ଳୀଳ ଇଙ୍ଗିତ କରିବାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ

murder

0 2

ଶୁଳିଆପଦା : ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗରେ ଜଣେ ଯୁବକଙ୍କୁ ପିଟି ପଟି ହତ୍ୟା କରାଯାଇଛି।  ଗୋଟିଏ ପରିବାରର ୬ ଜଣ ସଦସ୍ୟ ଯୁବକଙ୍କୁ ମିଳିତ ଭାବେ ଆକ୍ରମଣ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ମଡ଼ାଉକା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୋଗ ମୁତାବକ, ମଡ଼ାଉକା ଗ୍ରାମର ରଥ ଧଳ (୪୦) ଗତକାଲି ସାତଭାୟା ହାଟକୁ ଯାଇଥିବାବେଳେ ସେଠାରେ ଜଣେ ମହିଳାଙ୍କୁ ସେ କୁଆଡେ଼ ଅଶ୍ଳୀଳ ଇଙ୍ଗିତ କରିଥିଲେ । ମହିଳା ଜଣକ ଘରକୁ ଆସି ଘଟଣା ବିଷୟରେ ଜଣାଇବା ପରେ ଘର ଲୋକଙ୍କ ରାଗ ପଞ୍ଚମକୁ ଉଠିଯାଇଥିଲା । ସେମାନେ ରକ୍ତମୁଖା ହୋଇ ରଥଙ୍କୁ ଖୋଜି ବୁଲିଥିଲେ ଏବଂ ସେହି ରାତିରେ ତାଙ୍କୁ ଠାବ କରି ଠେଙ୍ଗାରେ ନିର୍ଘାତ ପିଟି ଚାଲିଥିଲେ। ପରିବାର ଲୋକଙ୍କ ସଂଘବଦ୍ଧ ଆକ୍ରମଣ ଆଗରେ ଅସହାୟ ରଥଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।  ତାଙ୍କ ମୃତଦେହ ଅଭିଯୁକ୍ତଙ୍କ ଘର ନିକଟରେ ପଡ଼ିଥିବା ଦେଖି ମୃତକଙ୍କ ପନôୀ ବସୁମତି ଶୁଳିଆପଦା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

Leave A Reply

Your email address will not be published.