୧ରୁ ଶୀତ ଅଧିବେଶନ, ୩୦ ଯାଏ କରୋନା ଟେଷ୍ଟ୍‌

Odisha assembly winter session

0 7

ଭୁବନେଶ୍ୱର: ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ। ଏହା ପୂର୍ବରୁ ସମସ୍ତ ବିଧାୟକ, କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ କରାଯିବ। ରବିବାରଠଶରୁ ବିଧାୟକ ଓ ଗୃହ କାର୍ୟ୍ୟରେ ଯୋଗଦେଉଥିବା ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଉଛି।  ଏହା ୩୦ ତାରିଖ ଯାଏଁ ତିନି ଦିନ ଧରି ଚାଲିବ। ସକାଳ ୮ରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ହେବ ଟେଷ୍ଟିଂ । ବିଧାନସଭାର ସମସ୍ତ କର୍ମଚାରୀ ଓ ବିଧାୟକଙ୍କର କରୋନା ଟେଷ୍ଟ କରାଯାଉଛି । ସେହିଭଳି ସାମ୍ବାଦିକ ଓ ସୁରକ୍ଷାକର୍ମୀଙ୍କର ମଧ୍ୟ କରୋନା ଟେଷ୍ଟ ହେଉଛି । ସମସ୍ତଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ୍ ଆସିଲେ ଶୀତକାଳୀନ ଅଧିବେଶନକୁ ଅନୁମତି ମିଳିବ ।

ଅନ୍ୟପକ୍ଷରେ ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ ।  କିଭଳି ସୁରୁଖୁରରେ ଗୃହ କାର୍ୟ୍ୟ ଚାଲିବ, ସେ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ସମସ୍ତ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିବେ । ବିନା କୌଣସି ହୋ-ହଲ୍ଲାରେ କିଭଳି ସୁରୁଖୁରରେ ସଂସଦ ଚାଲିବ ସେନେଇ ହେବ ଆଲୋଚନା । ଗୃହ ସ୍ୱାଭାବିକ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ସରକାର ।

Leave A Reply

Your email address will not be published.