ରବି – ଜୟଦେବ – ପାଙ୍ଗୀ ଏକାଠି..

କୋରାପୁଟ: ପୁଣି ଫେରିବ ୧୯୯୦ର ପରିସ୍ଥିତି! ଏକାଠି ହେବେକି ପୁରୁଣା ଜନତା ପରିବାର?

0 53

ପୂର୍ବତନ ମନ୍ତ୍ରୀ  ସ୍ବର୍ଗତ  ହରିଶ୍ଚନ୍ଦ୍ର ବକ୍ସିପାତ୍ର  ଙ୍କ ପ୍ରତିମୂର୍ତ୍ତି ଆଜି କୋରାପୁଟ  ପୌର ପରିଷଦ ଅଫିସ ସମୁଖ ଛକ ରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା  ଭର୍ତ୍ତୃଅଲ ମାଧ୍ୟମ ରେ  ଉନ୍ମୋଚିତ ହୋଇଯାଇଛି । ଏହି ପରିପ୍ରେକ୍ଷୀ ରେ  ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୁତି କମିଟି ପକ୍ଷରୁ ନିମନ୍ତ୍ରିତ ହୋଇଥିବା ରାଜ୍ୟର ବିଭିନ୍ନ ଅଞ୍ଚଳରୁ  ବକ୍ସିପାତ୍ର ଙ୍କୁ ଭଲ ପାଉଥିବା  ଶୁଭେଚ୍ଛୁ ଙ୍କ ଭିଡ଼ ଜମିଥିଲା । ଉତ୍ସବରେ ଶୁଭେଚ୍ଛୁ ଙ୍କ ମଧରେ  ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାୟ ସବୁ ଦଳ ର ନେତା ଙ୍କୁ  ଦେଖିବାକୁ ମିଳିଥିଲା ।ଏହି ଭିଡରେ  ବକ୍ସିପାତ୍ର ଙ୍କ ହାତ ଧରି ରାଜନୀତିରେ ଆଗକୁ ବଢିଥିବା ବରିଷ୍ଠ ଅଣ କଂଗ୍ରେସ ନେତା  ଜୟଦେବ ପରିଡା , ପୂର୍ବତନ ଦୁଇ ମନ୍ତ୍ରୀ ରବି ନନ୍ଦ ଓ ଜୟରାମ ପାଙ୍ଗି  ଙ୍କ ବହୁ ଦିନ ପରେ ଆଜି ମିଳନ ଓ ତାଙ୍କ ଭିତରେ ରାଜନୀତି କୁ ନେଇ ଚର୍ଚ୍ଚା ଢ଼େର ସମୟ ଯାଏଁ ହୋଇଥିଲା । ଯାହା ରାଜନୀତିଆ ଲୋକଙ୍କୁ ଅଧିକ ଚର୍ଚ୍ଚାପାଇଁ ଖୋରାକ ଯୋଗାଇଥିଲା ।  ଜୟଦେବ କହୁଥାନ୍ତି ଶେଷ ନିଶ୍ଵାସ ଯାଏଁ ଲଢେଇ ଚାଲିବ। ପୁଣି ଫେରିବ ୧୯୯୦ର ପରିସ୍ଥିତି। ବହୁତ ଦିନପରେ ନିଜ ଶୁଭେଛୁ ଓ ପୁରୁଣା ସହଯୋଗୀ ମାନଙ୍କୁ ମିସି ସତେ ଯେମିତି ସେ ଉଲ୍ଲସିତ ଜଣାପଡୁଥିଲେ। ପାଙ୍ଗୀ କିନ୍ତୁ କହୁଥିଲେ ମୁଁ ବିଜେପି ନୁହେଁ କି ବିଜେଡି ନୁହେଁ ମୁଁ ଦଣ୍ଡକାରଣ୍ୟ ବାଲା। ସେପଟେ ରବି ନନ୍ଦ ବିଜେଡିର ଅନ୍ଯଜଣେ ସାଂସଦଙ୍କୁ ମଧ୍ୟ କାହିଁକି ଛାଡୁଛ କହି ଜୟଦେବ ଭାଇନା ତୁମଘରେ ଗୋଟେ ଭୋଜି ଓ ବନ୍ଧୁ ମିଳନ ହେଉ ବୋଲି କହୁଥିବାର ଶୁଣା ଯାଉଥିଲା। ଏମିତି ଆଲୋଚନା ସବୁ ସୁଣି ଏହି ନେତା ମାନଙ୍କ ସମର୍ଥକ ମାନେ ମଜା ନେଉଥିଲେ। ଯାହାକି ଆଜି ରାଜନୈତିକ ମହଲରେ ଭଲ ଗସିପ୍ ଚାଲିଥିବା ଦେଖିବାକୁ ମିଳିଛି। ଶ୍ରୀ ପରିଡା ୮୦ ଦଶକ ରୁ ଅଣ କଂଗ୍ରେସ ନେତା ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସକ୍ରିୟ ସଂଗଠନ କରି  ୧୯୯୦ ରେ ବିଜୁବାବୁଙ୍କ ନେତୃତ୍ୱରେ ସରକାର ଗଠନ ପ୍ରକ୍ରିୟା ରେ ସଫଳ ଭୂମିକା ନିଭାଇଥିଲେ । ବିଜୁବାବୁଙ୍କ ଦେହାନ୍ତ ପରେ  ବିଜୁ ଜନତା ଦଳ ଗଠନ ରେ ଶ୍ରୀ ପରିଡା ଙ୍କ  ଭୂମିକା  ଯଥେଷ୍ଟ ଥିଲା । ସେହିପରି ଉଭୟ ଶ୍ରୀ ପାଙ୍ଗି ଓ ଶ୍ରୀ ନନ୍ଦ  ଙ୍କ ମଧ୍ୟ  ବିଜେଡି ଗଠନ ରେ ସକ୍ରିୟ ଭୂମିକା ନେଇଥିବା ବେଳେ  ରାଜନୀତି ର ପସାପାଲି ରେ ପଡି ପରିବର୍ତ୍ତିତ ପରିସ୍ଥିତି ରେ  ଏବେ ଜୟଦେବ ବାବୁ ଦଳରେ ଥାଇ ବିଜେଡି ପାଇଁ ଅଲୋଡା ହୋଇଥିବା ବେଳେ ଶ୍ରୀ ପାଙ୍ଗି ଏବେ ବିଜେଡିରେ ନାହାନ୍ତି। ଅନ୍ଯପକ୍ଷରେ ଶ୍ରୀ ନନ୍ଦ  ଦଳରେ ଥାଇ ବି  ବେକ୍ ଫୁଟ ରେ ରହିଛନ୍ତି । ଏହି ଭଳି ଘଡିସନ୍ଧି ମୁହୂର୍ତ୍ତ ରେ  ଏହି ତିନି ନେତା ଙ୍କ ତ୍ରିବେଣୀ ସଙ୍ଗମ  ହୋଇ ରାଜନୈତିକ ଆଲୋଚନା କରି ଥଟା ମଜା ହୋଇଥିବାରୁ ଏହି ମିଳନ ଓ ଅନୌପଚାରିକ ଆଲୋଚନା ଆଗକୁ ବନ୍ଧୁ ମିଳନ ଆଳରେ ଅବିଭକ୍ତ କୋରାପୁଟ ଜିଲ୍ଲାର ପୁରୁଣା ଜନତା ପରିବାରକୁ ଏକାଠି କରି ପାରୁଛକି ନାହିଁ ତାହା ଦେଖିବାର କଥା।

Leave A Reply

Your email address will not be published.