ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର

modi

0 2

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ । ଭୁଟାନ ସରକାର ପିଏମ ନରେନ୍ଦ୍ର ମୋଦିଙ୍କୁ ନିଜର ସର୍ବୋଚ୍ଚ ନାଗରିକ ସମ୍ମାନ ‘ନାଗଦାଗ ପେଲ ଗି ଖୋର୍ଲୋ’ରେ ସମ୍ମାନିତ କରିଛନ୍ତି । ଏନେଇ ଭୁଟାନ ପ୍ରଧାନମନ୍ତ୍ରୀ ଖୋଦ୍ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।
ବନ୍ଧୁତା ଏବଂ ସହଭାଗିତା ପାଇଁ ଭୁଟାନ ସରକାର ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ବିଗତ ବର୍ଷରେ ଭାରତ ଭୁଟାନ ପ୍ରତି ସହଯୋଗ ଏବଂ ନିଃସର୍ତ୍ତ ବନ୍ଧୁତ୍ବପୂର୍ଣ୍ଣ ଭାବ ପ୍ରଦର୍ଶନ କରିଆସିଛି । ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିଶେଷ ସହାୟତା କରିଛନ୍ତି । ଏହି ସର୍ବୋଚ୍ଚ ସମ୍ମାନ ପାଇଁ ନିଜ ଦେଶବାସୀଙ୍କ ପକ୍ଷରୁ ଭୁଟାନ ପ୍ରଧାନମନ୍ତ୍ରୀ ପିଏମ ମୋଦିଙ୍କୁ ଶୁଭେଚ୍ଛା ଜଣାଇ ସେ ତାଙ୍କୁ ସବୁବେଳେ ଜଣେ ଆଧ୍ୟାତ୍ମିକ ପୁରୁଷ ଭାବେ ଦେଖୁଥିବା କହିଛନ୍ତି ଏବଂ ଭୁଟାନ ଆସିବାକୁ ନିୟନ୍ତ୍ରଣ କରିଛନ୍ତି ।

Leave A Reply

Your email address will not be published.