ରାଜନୀତି ଛାଡ଼ିଲେ ମେଟ୍ରୋମ୍ୟାନ୍‌ ଇ. ଶ୍ରୀଧରନ୍‌

E. Sridharan

0 34

ପାଲକ୍କଡ: ମେଟ୍ରୋମ୍ୟାନ ଇ.ଶ୍ରୀଧରନ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଛନ୍ତି। ଗତ ଏପ୍ରଲରେ କେରଳ ବିଧାନ ସଭା ନିର୍ବାଚନରେ ସେ ବିଜେପି ଟିକେଟରୁ ପାଳକ୍କଡ ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । କେବଳ ସେ ନୁହନ୍ତି, ରାଜ୍ୟର ୧୪୦ ବିଧାନସଭା ଆସନରୁ ବିଜେପି ଗୋଟିଏ ହେଲେ ଆସନ ମଧ୍ୟ ପାଇନଥିଲା । ୯୦ବର୍ଷୀୟ ଶ୍ରୀଧରନ କହିଛନ୍ତି, ସେ ସକ୍ରିୟ ରାଜନୀତିରେ ଆଉ ରହିବେ ନାହିଁ । ସେହି ସମୟ ଅତିକ୍ରମ କରିଯାଇଛି । ସେ ରାଜନୀତି ଛାଡୁନାହାଁନ୍ତି ।

କିନ୍ତୁ ରାଜନୀତିରେ ତାଙ୍କର ଆଉ ରୁଚି ନାହିଁ। ସେ ରାଜନେତା ନଥିଲେ । ଅମଲାତନ୍ତ୍ରି ଭାବେ ରାଜନୀତିକୁ ଆସିଥିଲେ । ରାଜନୀତି ବିନା ସେ ୩ଟି ଟ୍ରଷ୍ଟ ମାଧ୍ୟମରେ ଲୋକଙ୍କ ସେବା କରିଛନ୍ତି । ନିର୍ବାଚନ ଫଳ ତାଙ୍କୁ କିଛିଟା ନିରାଶ କରିଥିଲା । କିନ୍ତୁ ପଛକୁ ଫେରି ଦେଖିବା ପରେ ସେ ଆଉ ନିରାଶା ଅନୁଭବ କରିନଥିଲେ ।

Leave A Reply

Your email address will not be published.