ପଞ୍ଚାୟତ ପରୀକ୍ଷା, ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା

0 3

ଭୁବନେଶ୍ୱର: ଶୁକ୍ରବାର ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା । ୧୭ ତାରିଖରୁ ୨୧ ତାରିଖ ମଧ୍ୟରେ ରାଜ୍ୟରେ ୨.୨ ଲକ୍ଷରୁ ଅଧିକ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ରହିଛି । ରାଜ୍ୟ ନିର୍ବାଚନ ଆୟୋଗର ସଚିବଙ୍କ ରିପୋାର୍ଟ ଅନୁଯାୟୀ, ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନରେ ୱାର୍ଡ ସଦସ୍ୟ ପଦବୀ ପାଇଁ ୬୫,୮୨୮ ନାମାଙ୍କନପତ୍ର ଏବଂ ସରପଞ୍ଚ ପଦବୀ ପାଇଁ ୧୪,୦୭୪ ଦସ୍ତାବିଜ ଦାଖଲ କରାଯାଇଛି।

ସେହିଭଳି ପଞ୍ଚାୟତ ସମିତି ସଦସ୍ୟ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଦ୍ୱାରା ୧୨ ୧୨,୫୧୨ ସେଟ୍ ଦସ୍ତାବିଜ ଏବଂ ଜିଲା ପରିଷଦ ସଦସ୍ୟ ପଦ ପାଇଁ ୨,୧୯୧ ନାମାଙ୍କନପତ୍ର ଦାଖଲ କରାଯାଇଥିଲା। ଶେଷ ଦିନରେ ନିର୍ବାଚନ ପାଇଁ ମୋଟ ୨,୨୯,୦୬୨ ନାମାଙ୍କନପତ୍ର ଦାଖଲ କରାଯାଇଛି। ୱାର୍ଡ ସଦସ୍ୟ ପଦବୀ ପାଇଁ ୧,୬୨,୨୯୭ କାଗଜପତ୍ର ଦାଖଲ ହୋଇଥିବାବେଳେ ସରପଞ୍ଚଙ୍କ ପାଇଁ ୩୪,୬୧୩, ପଞ୍ଚାୟତ ସମିତି ପାଇଁ ୨୮,୧୫୩ ଏବଂ ଜିଲା ପରିଷଦ ସଦସ୍ୟ ପଦ ପାଇଁ ୩,୯୯୯ ନାମାଙ୍କନପତ୍ର ଦାଖଲ କରାଯାଇଛି।

ଜାନୁଆରୀ ୧୭ରେ ଏହି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜାନୁଆରୀ ୨୨ରେ ଦସ୍ତାବିଜର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଜାନୁୟାରୀ ୨୫ ଏବଂ ଜାନୁଆରୀ ୨୫ରେ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ଘୋଷଣା କରାଯିବ। ଫେବୃଆରୀ ୧୬ ରୁ ୨୪ ପର୍ୟ୍ୟନ୍ତ ପାଞ୍ଚଟି ପର୍ୟ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଫେବୃଆରୀ ୨୬, ୨୭ ଏବଂ ୨୮ ରେ ଫଳାଫଳ ଘୋଷଣା କରାଯିବ।

Leave A Reply

Your email address will not be published.

error: Content is protected !!