ସୀମା ସେପାଖର ସୌନ୍ଦର୍ଯ୍ୟ

ପାକ୍ ଅଧିକୃତ କାଶ୍ମୀର ଶୋଭା ନିଆରା... ଅଖଣ୍ଡ ଭାରତର ଥିଲା ସବୁଠୁ ରମଣୀୟ ସ୍ଥାନ

0 10

କୁହାଯାଏ କାଶ୍ମୀର ହେଉଛି ପୃଥିବୀର ଭୂସ୍ୱର୍ଗ.. । ଏଠାକାର ହୀମ ଶୀତଳ ଜଳବାୟୁ, ଉତୁଙ୍ଗ ପାହାଡମ।।ଳା, ନୀଳନୀଳ ଜଳରାଶୀପୂର୍ଣ୍ଣ ଜଳାଶୟ, ଘଂଚ ବନାନୀ, ଜାତିଜାତିକା ଫଳଫୁଲ, ଏହାକୁ ଭୂପୃଷ୍ଠରେ ସ୍ୱର୍ଗର ମାନ୍ୟତା ପ୍ରଦାନ କରେ । ସେଥିପାଇଁ ଶୀତ ହେଉ କି ବସନ୍ତ, ଗ୍ରୀଷ୍ଣ ହେଉ କି ବର୍ଷା, ପର୍ଯ୍ୟଟକଙ୍କ ସୂଅ ଛୁଟେ କାଶ୍ମୀର ଉପତ୍ୟାକାକୁ.. । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ, ଆମେ ଭାରତୀୟ ଦେଖିଥିବା କାଶ୍ମୀରଠୁ ଆହୁରି ସୁନ୍ଦର କାଶ୍ମୀରଟିଏ ରହିଯାଇଛି ଆମ ଦୃଷ୍ଟି ଅଢୁଆଳରେ, ଯେଉଁଠି ପହଂଚିବା ଆମ ପରି ପ୍ରତିଟି ଭାରତୀୟଙ୍କ ପାଇଁ ଏବେ ପ୍ରାୟତଃ ଅସମ୍ଭବ.. । କାରଣ ଏହା ଏବେ ପାକିସ୍ତାନ କବ୍‌ଜାରେ..ଯାହା ପାକ୍ ଅକୁପାଏଡ୍ କାଶ୍ମୀର ବା ପାକିସ୍ତାନ ଅଧୀକୃତ କାଶ୍ମୀର ଭାବେ ପରିଚିତ ।

(ୟାସିନ୍ ଭ୍ୟାଲି-)ପାକିସ୍ତାନ ଅଧିକୃତ କାଶ୍ମୀର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ୟାସିନ୍ ଭ୍ୟାଲି, ବା ୟାସିନ୍ ଉପତ୍ୟାକା । ଆଖି ସାମ୍ନାରେ ଦିଶୁଥିବା ଏ ସୁନ୍ଦର ସଫେଦ ବରଫ ଗାଲିଚା, ଏ ଚୀର ହରିତ୍ ବନାନୀ, ଆକାଶକୁ ମୁଣ୍ଡ ଟେକିଥିବା ଛିଡା ହୋଇଥିବା ପାହାଡ, ୟାସିନ୍ ଉପତ୍ୟାକାର ସୌନ୍ଦର୍ଯ୍ୟ ବଖାଣିବାକୁ ଯଥେଷ୍ଟ । ହିନ୍ଦୁକୁଶ ପର୍ବତମାଳାର ଅଂଶବିଶେଷ ଏହି ଉପତ୍ୟାକା ପୂର୍ବରୁ ୱର୍ସି ଗୁମ୍ ଭାବେ ପରିଚିତ ଥିଲା । ଯଦିଓ ଏହି ସ୍ଥାନଟି ଉଚ୍ଚ ପର୍ବତମ।।ଳା ଉପରେ ଅବସ୍ଥିତ, ତେବେ ଏଠି ପହଂଚିବା ପରେ ହିଁ ଜଣାପଡ଼େ ଧରିତ୍ରୀ ମାତା ତା ସୌନ୍ଦର୍ଯ୍ୟକୁ ଏଠି କିମିତି ନିଜ ଅଂଟିରେ ଗଂଠି ପକାଇ ଯତ୍ନର ସହ ସାଇତି ରଖିଛି । ପୂର୍ବରୁ ଏଠାରେ ଅନେକ ହିନ୍ଦୁ ରାଜା ନିଜ ସାମ୍ରାଜ୍ୟ ପ୍ରତିଷ୍ଠା କରି ଶାସନ କରୁଥିଲେ । ବର୍ତମାନ କିନ୍ତୁ ଏହା ପାକିସ୍ତାନ ଅକ୍ତିଆରରେ ରହିଛି ।

(କରିମାବାଦ)-ପିଓକେ ବା ପାକ୍ ଅକୁପାଏଡ କାଶ୍ମୀରର ଆଉ ଏକ ସୁନ୍ଦର ଉପତ୍ୟାକା ହେଉଛି କରିମାବାଦ । ବରଫରେ ଜୁଡୁବୁଡୁ ଉଚ୍ଚା ଉଚ୍ଚା ପାହାଡର ପାଦ ଦେଇ ବହି ଯାଉଥିବା ଝଞ୍ଜା ନଦୀର ଅବବାହିକାରେ ଅବସ୍ଥିତ ଏହି ଉପତ୍ୟାକା ପୃଥିବୀର ଯେକୌଣସି ପର୍ଯ୍ୟଟକକୁ ସ୍ୱପ୍ନରାଜ୍ୟରେ ବିଚରଣ କରାଇବାକୁ ଏକପ୍ରକାର ବାଧ୍ୟ କରିବ । କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ ନୁହେଁ, ଏହା ହେଉଛି ଅଖଣ୍ଡ ଭାରତର ଏକ ଐତିହାସିକ ସହର । ସମୟକ୍ରମେ ଏହା ପ୍ରକୃତିପ୍ରେମୀମାନଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣତା କାରଣରୁ ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ନଭଶ୍ଚୁମ୍ଭୀ ପର୍ବତ, ଘଂଚ ସବୁଜ ବନରାଜି, ନୀଳ ନୀଳ ଜଳରାଶିରେ ପୂର୍ଣ୍ଣ ହ୍ରଦମାଳା ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ । ଏଠାରେ ଥିବା ଅଟ୍ଟାବାଦ ହ୍ରଦ ପୃଥିବୀର ଅନ୍ୟତମ ସୁନ୍ଦର ହ୍ରଦ ଭାବେ ଜଣାଶୁଣା । ଏଠାକାର ଅନ୍ୟ ଆକର୍ଷଣୀୟ ସ୍ଥାନଗୁଡିକ ମଧ୍ୟରେ ବାଲ୍‌ଟିକ୍ କିଲ୍ଲା, ରାଣୀ ଭିକ୍‌ଟୋରିଆ ମେମୋରିଆଲ, ଚ୍ୟାନେଲ ୱାକ୍ ଆଦି ଅନ୍ତର୍ଭୁକ୍ତ । ବର୍ତମାନ ସମୟରେ କରିବାବାଦ ପାକିସ୍ତାନ କବ୍‌ଜାରେ ରହିଛି ।

(ଗିଲ୍‌ଗିଟ୍‌)-ଗିଲଗିଟ୍ ହେଉଛି କାଶ୍ମୀର ଉପତ୍ୟାକାର ଆଉ ଏକ ସୁନ୍ଦର ଉପତ୍ୟାକା, ଯାହାର ସୌନ୍ଦର୍ଯ୍ୟ ଯେତେ ବଖାଣିଲେ ବି କମ୍ ହେବ । ଯେଉଁ ପର୍ଯ୍ୟଟକ ବୁଲିବାକୁ ବେଶୀ ପସନ୍ଦ କରନ୍ତି, ସେମାନେ ଜୀବନରେ ଅନ୍‌ତତଃ ଥରଟିଏ ଗିଲଗିଟ୍ ଉପତ୍ୟାକା ବୁଲି ଦେଖିବା ଉଚିତ । ଗିଲଗିଟ୍‌ର ଇତିହାସ ହଜାର ହଜାର ବର୍ଷ ପୁରୁଣା । ପ୍ରାଚୀନ କାଳରେ ଏଠାରେ ବୌଦ୍ଧ ଧର୍ମାବଲମ୍ବୀମାନେ ବସବାସ କରୁଥିଲେ, ଯାହାର ପ୍ରମାଣ ଆଜିବି ଏଠାକାର ପାହାଡ ଚଟ୍ଟାଣରେ ମହଯୁଦ୍ । ଗିଲଗିଟ ହେଉଛି ସିଲ୍‌କ ରୁଟ୍‌ର ଅନ୍ୟତ୍ରମ ପ୍ରମୁଖ ଅଂଶବିଶେଷ । ପ୍ରାକୃତିକ ସୌନ୍ଦର୍ଯ୍ୟ ବ୍ୟତୀତ ଏଠାରେ ଆହୁରି ଅନେକ କିଛି ଦର୍ଶନୀୟ ସ୍ଥାନ ରହିଛି, ଯାହା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରେ । ଏଠାକାର ଇମାମବାରା, କରଘାବୁଦ୍ଧ୍‌, ନଲଟରଘାଟି ଇତ୍ୟାଦି ହେଉଛି ଗିଲ୍‌ଗିଟର ଆକର୍ଷଣ । ଏହି ସ୍ଥାନକୁ ମଧ୍ୟ ପାକିସ୍ତାନ ବେଆଇନ ଭାବେ ନିଜ କବ୍‌ଜାରେ ରଖିଛି ।

(ସ୍କର୍ଦ୍ଦୁ) ଭାରତୀୟ କ୍ଷେତ୍ରରେ ଯଦି ଏପରି କେଉଁ ସ୍ଥାନ ଅଛି ଯାହା ଜମ୍ମୁ କାଶ୍ମୀରକୁ ଟକ୍କର ଦେଇପାରେ, ତେବେ ତାହା ହେଉଛି ସ୍କର୍ଦ୍ଦୁ । ସ୍କର୍ଦ୍ଦୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏମିତି ଏକ ସ୍ଥାନ, ଯାହା ଭାଷାରେ ବର୍ଣ୍ଣନା କରିବାକୁ ହେଲେ ଶବ୍ଦ ନିଅଁଟ ପଡିଯିବ । ଏମିତି କି ଏହାର ସୌନ୍ଦøର୍ଯ ଯଦି ବହି ଆକାରରେ ଲେଖାଯାଏ, ତେବେ ହଜାରେ ପୃଷ୍ଠା ବି କମ୍ ହୋଇଯିବ । ସିନ୍ଧୁ ନଦୀର ଅବବାହିକାରେ ଥିବା ଏହି ଉପତ୍ୟାକା ପ୍ରଚୀନ କାଳରେ ବୌଦ୍ଧଭିକ୍ଷୁମାନଙ୍କ ନିବାସସ୍ଥଳ ଥିଲା । କିଲ୍ଲାଠୁ ନେଇ ହ୍ରଦ ଯାଏ, ଘଂଚ ସବୁଜ ବନାନୀଠୁ ନେଇ ଧର୍ମପୀଠ ଯାଏ, ସବୁକିଛି ନିଜ ଛାତିରେ ଜାବୁଡି ଧରିଛି ସ୍କର୍ଦ୍ଦୁ । ପ୍ରାକୃତିକ ସୌନ୍ଦର୍ଯ୍ୟ ବ୍ୟତୀତ ସ୍କର୍ଦ୍ଦୁ କିଲ୍ଲା, ସିଗାର କିଲ୍ଲା, ସ୍କର୍ଦ୍ଦୁ ମସଜିଦ୍‌, ସଂଗ୍ରିଲା ଘାଟି ଏଠାକାର ପ୍ରମୁଖ ଆକର୍ଷଣ । ଦୁନିଆର ସବୁଠୁ ଉଚ୍ଚରେ ଅବସ୍ଥିତ ସହର ମଧ୍ୟରୁ ସଂଗ୍ରିଲା ସହରକୁ ଅନ୍ୟତମ ଭାବେ ଗଣାଯାଇଥାଏ । ସଂଗ୍ରିଲା ଘାଟିରେ ଗୋଟେ ସୁନ୍ଦର ହ୍ରଦ ରହିଛି, ଯାହାର ଆକାର ଠିକ୍ ହୃଦୟ ପରି । ତେଣୁ ଏଠାକାର ଏହି ହୃଦୟ ହ୍ରଦ ଦେଖିବାକୁ ଅନେକ ପର୍ଯ୍ୟଟକ ଏଠାକୁ ଛୁଟି ଆସିଥାନ୍ତି । ଯଦି ଗୋଟିଏ ଶବ୍ଦରେ ସ୍କର୍ଦ୍ଦୁର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିବାକୁ କୁହାଯାଏ, ତେବେ ସେଇ ଶବ୍ଦଟି ନିଶ୍ଚିତ ଭାବେ –ସ୍ୱର୍ଗ ହିଁ ହେବ ।

Leave A Reply

Your email address will not be published.

error: Content is protected !!