ଖାକି ବାବୁଙ୍କୁ ମାଫି!

# https://www.odishadaily.com/uncategorized/excuse to police#

0 27

ଖାକି ବାବୁଙ୍କ ଉପରେ ଖୁସ୍ ଓଡ଼ିଶା ସରକାର । ପୁରୁଣା ମାମଲା ଅଛି, ତା ସହ ନୂଆ ମାମଲା ଯୋଡି ହେଉଛି । ହେଲେ କାର୍ଯ୍ୟାନୁଷ୍ଠାନ ସମୁଦ୍ରକୁ ଶଂଖେ । ନାହିଁ କହିଲେ ଚଳେ । କେନ୍ଦ୍ର ଗୃହ ବିଭାଗ ପକ୍ଷରୁ କରାଯାଇଥିବା ଏହି ତଥ୍ୟ କହୁଛି ଯେ, ୨୦୨୦ ଜାନୁୟାରୀ ୧ ସୁଦ୍ଧା ଓଡ଼ିଶାରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀମାନଙ୍କ ଉପରେ ୧୯୫୨ ମାମଲା ବିଚାରାଧୀନ ରହିଛି । ୨୦୧୯ ଜାନୁୟାର ୧ ସୁଦ୍ଧା ଏହି ସଂଖ୍ୟା ୧୭୮୦ ଥିଲା । ପୂର୍ବରୁ ମାତ୍ର ୧୧୦୦ ମାମଲାରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ପାଇଁ ସୁପାରିସ କରାଯାଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲ, ମୋଟ ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ର ଶାସିତ ଅଂଚଳକୁ ମିଶାଇ ସାରା ଦେଶରେ ଗତ ୨୦୧୯ରେ ମୋଟ ୨୭,୯୪୪ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ପୋଲିସ ବିବାମାନଙ୍କ ଉପରେ ଗଡୁଥିବା ବେଳେ ଓଡ଼ିଶା ଏ କ୍ଷେତ୍ରରେ ରହିଛି ୪ର୍ଥ । ଅର୍ଥାତ ଖାକି ବାବୁମାନଙ୍କ ଉପରେ ସରକାରୀ ଦରଦ ସ୍ପଷ୍ଟ ବାରି ହେଉଛି ।

Leave A Reply

Your email address will not be published.