ୟୁ-ଟ୍ୟୁବ୍ ଦେଖି ସନ୍ତାନ ଜନ୍ମ କଲେ ନାବାଳିକା

kerala minor gave birth a baby boy watching you-tube

0 16

ODISHA DAILY: କେରଳ: ମୋବାଇଲରେ ୟୁ-ଟ୍ୟୁବ ଦେଖନ୍ନିଜ ସନ୍ତାନକୁ ଜନ୍ମ ଦେଇଛନ୍ତି ଜଣେ ୧୭ ବର୍ଷୀୟା ନାବଳିକା । ଏପରି ଘଟଣା ଘଟିଛି କେରଳ ମାଲାପୁରମ ଜିଲାରେ । ତେବେ ଏହାର ୩ ଦିନ ପରେ ସଂକ୍ରମଣ ଦେଖା ଦେବାରୁ ନାବଳିକାର ମା’ ତାକୁ ହସ୍ପିଟାଲରେ ଭର୍ତିର୍ କରାଇବା ସହ ପୋଲିକୁ ଖବର ଦେଇଥିଲେ । ନାବାଳିକା ଓ ନବଜାତକ ଏବେ ସୁସ୍ଥ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି ।
ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ୧୭ ବର୍ଷର ଏହି ନାବାଳିକାର ମା’ ଦୃଷ୍ଟି ବାଧିତ ହୋଇଥିବା ବେଳେ ତାଙ୍କ ବାପା ସିକ୍ୟୁରିଟି ଗାର୍ଡ ଭାବେ ନାଇଟ୍ ଡ୍ୟୁଟି କରନ୍ତି । ତେଣୁ ନାବାଳିକା ଜଣକ ଘରେ ଏକାକି ରହନ୍ତି । ଏହାର ସୁଯୋଗ ନେଇ ପଡିଶା ଘରର ଜଣେ ଯୁବକ ତାଙ୍କ ସହ ସମ୍ପର୍କ ରକ୍ଷା କରିଥିଲେ । ନାବାଳିକାଟି ଗର୍ଭଧାରଣ କରିଥିଲେ ମଧ୍ୟ ବାପା କି ମା’ କେହି ଜାଣିପାରି ନ ଥିଲେ । ହସ୍ପିଟାଲ ଗଲେ ଘଟଣା ପ୍ରଘଟ ହୋଇଯିବା ଭୟରେ ନାବଳିକାଟି ଗଲା ୨ ମାସ ହେବ ପ୍ରାୟତଃ ଘରେ ବନ୍ଦ ହୋଇ ରହିଥିଲା । ଝିଅ ଅନ୍‌ଲାଇନ୍ କ୍ଲସ କରୁଛି ଭାବି ବାପା କି ମା ତାକୁ ଡିଷ୍ଟର୍ବ କରୁ ନ ଥିଲେ । ତେବେ ପ୍ରସବ ସମୟ ଆସିଯିବାରୁ ଝିଅଟିର ବୁଦ୍ଧି ହଜି ଯାଇଥିଲା । ସେ ଅନ୍ୟ ଉପାୟ ନ ପାଇ ମୋବାଇଲ ଫୋନ୍‌ରେ ୟୁ-ଟ୍ୟୁବରେ କିପରି ଡାକ୍ତରମାନେ ଡେଲିଭରି କରାଇଥାନ୍ତି, ତାକୁ ଦେଖିଥିଲା । ଏଥିରେ ସମ୍ପୃକ୍ତ ଯୁବକ ଜଣକ ମଧ୍ୟ କୁଆଡେ ସହଯୋଗ କରିଥିଲା । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ନିଜେ ୟୁ-ଟ୍ୟୁବ୍ ଦେଖି, ସୁରକ୍ଷିତ ଭାବେ ଛୁଆ ଜନ୍ମ କରିବାରେ ମଧ୍ୟ ସେ ସଫଳ ହୋଇଥିଲା । ତେବେ ପରବର୍ତୀ ସଂକ୍ରମଣ ହିଁ ଘଟଣାଟିକୁ ଲୋକଲୋଚନକୁ ଆଣିଲା । ନାବାଳିକାଠୁ ପରିଚୟ ପାଇବା ପରେ ପୋଲିସ ସଂପୃକ୍ତ ୨୧ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ।

Leave A Reply

Your email address will not be published.