ଥିରୁଅନନ୍ତପୁରମ: କେରଳରେ ପୁଣିଥରେ କରୋନା ସଂକ୍ରମଣ ବଢିଛି, 24 ଘଣ୍ଟା 7545 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 136 ଜଣଙ୍କର ମୃତ୍ୟୁ ଘଟିଛି । ପାର୍ବଣ ସମୟରେ କରୋନା ସଂକ୍ରମଣ ବଢ଼ିବା ଏବେ ସମଗ୍ର ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ପଡ଼ୋଶୀ କର୍ଣ୍ଣାଟକରେ 261ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଉ ପାଞ୍ଚ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି।
କେରଳ ସରକାର କହିଛନ୍ତି, ରାଜ୍ୟରେ ମୋଟ ସଂକ୍ରମିତ ମାମଲା 49.95 ଲକ୍ଷ ଅତିକ୍ରମ କରିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା 32,734 ରେ ପହଞ୍ଚିଛି। ବୁଧବାର 5,963ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି, ରାଜ୍ୟରେ ଏହି ସଂଖ୍ୟା 48,87,350ରେ ପହଞ୍ଚିଛି।