ଅଶୋଧିତ ତେଲ ଦର କମିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର କାହିଁକି?

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅଶୋଧିତ ତେଲ ଦର ଏବଂ ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରେ । କେନ୍ଦ୍ର ସରକାର ଏ କଥା ଦର ବୃଦ୍ଧି ବେଳେ କୁହନ୍ତି । କିନ୍ତୁ ନିକଟରେ ଦର ବଢୁଥିବା ଦେଖି କେନ୍ଦ୍ର ସରକାର ତେଲ ଉପରୁ ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦଳ ଶ୍ଲୁକ ହ୍ରାସ କଲେ । ଏହାପରେ ତେଲ ଦର ପ୍ରାୟତଃ ସ୍ଥିର ରହିଛି । କିନ୍ତୁ ଏହାର ଭିତରେ ଏକ ବଡ ଉପଲବ୍ଝି ରହିଛି ଯେ ଅଶୋଧିତ ତେଲ ଦର ମଧ୍ୟ କମିଛି । ଅର୍ଥାତ୍ ତେଲ ଦର ଆହୁରି କମିବା କଥା ଯଦି ସରକାରଙ୍କ ସେହି ଆଭିମୁଖ୍ୟକୁ ଗ୍ରହଣ କରାଯାଏ ଯେଉଁଥିରେ ସରକାର କହିଛନ୍ତି ଅଶୋଧିତ ତେଲ ଦର ବୃଦ୍ଧି ପାଉଥିବାରୁ ତେଲ ଦର ବଢୁଛି।

ସୋମବାର ଅନ୍ତର୍ଜାତୀୟ ବଜାର ବନ୍ଦ ହେବା ବେଳକୁ ଅଶୋଧିତ ତେଲ ଦରରେ ବଡ଼ ହ୍ରାସ ଘଟିଛି। ଗତକାଲି କାରବାର ବନ୍ଦ ହେବା ବେଳକୁ ଅଶୋଧିତ ତେଲ ଦର ବ୍ୟାରେଲ 1.30 ପ୍ରତିଶତ ହ୍ରାସ ପାଇ 81.10 ଡଲାର ରହିଛି।

ତେବେ ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସ କନଫରେନସରେ କହିଛନ୍ତି ପେଟ୍ରୋଲ ଏବଂ ଡିଜେଲ ଜିଏସଟି ଅଧୀନରେ ଆସି ପାରିବ ନାହିଁ ଯେପର୍ଯ୍ୟନ୍ତ ଜିଏସଟି ପରିଷଦରେ ଏହାକୁ ସାମିଲ କରାନପିବ। ଏଥି ସହିତ କିଛି ରାଜ୍ୟରେ ପେଟ୍ରୋଲିୟମ ଉତ୍ପାଦ ଉପରେ ଭ୍ୟାଟ୍ ନକମିବା ସମ୍ପର୍କରେ ସେ କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଆହ୍ୱାନ କରିସାରିଛନ୍ତି ଏବଂ ବର୍ତ୍ତମାନ ସେହି ଲୋକମାନେ ତାଙ୍କ ସରକାରଙ୍କୁ ପଚାରିବା ଦରକାର ।

Comments (0)
Add Comment