ରୂପ ବଦଳାଇ ପୁଣି ଥରେ ଆସୁଛି କି କରୋନା?

0 162

କୋଲକାତା: କରୋନାର ତୃତୀୟ ଲହର ଆସିବା ନେଇ ପୁଣି ଥରେ ସମ୍ଭାବନା ଦେଖାଦେଇଛି । ଫ୍ରାନ୍ସରେ ଏବେ ପଂଚମ ଲହର ଚାଲିଛି ବୋଲି ସେଠିକାର ସରକାର କହିଛନ୍ତି । ସେହିପରି ଚୀନ ଏବଂ ରୁଷିଆ ଆଦି ଦେଶରେ କରୋନା ଏବେ ପୁଣିଥରେ ପିକରେ ରହିଛି । ଯଦିଓ ଭାରତରେ ଏହି ଦେଶ ତୁଳନାରେ ଟିକାକରଣ ଅଧିକ ରହିଛି କିନ୍ତୁ କରୋନା ନୂଆ ରୂପରେ ଆସିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି। ତେବେ ଏହି ଲହର ସେହି ଲୋକଙ୍କ ଉପରେ ସେତେଟା ପ୍ରଭାବ ପକାଇବ ନାହିଁ ଯେଉଁମାନେ ଟିକା ନେଇଥିବେ ।

କୋଲକାତାର ବିଶେଷଜ୍ଞ ଡାକ୍ତର ଚିକିତ୍ସିତ ହେଉଥିବା ରୋଗୀଙ୍କ ତଥ୍ୟକୁ ନେଇ କରୋନାର ନୂଆ ଲକ୍ଷଣ ସଂପର୍କରେ ଦେଶବାସୀଙ୍କୁ ସତର୍କ କରାଇଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ କରୋନାର ଦୁଇଟି ଲହର ଅତିକ୍ରମ କରି ସାରିଛି। ତୃତୀୟ ଲହରର ସମ୍ଭାବନା ଥିଲା କିନ୍ତୁ କରୋନା କଟକଣା ଏବଂ ଟିକାକରଣ ପାଇଁ ଏହି ଲହର ଆଶି ପାରି ନାହିଁ । କିନ୍ତୁ ଏବେ ଏହି ଲହର ଆସିବାକୁ ଯାଉଛି। ଯେଉଁମାନେ କରୋନାର ତୃତୀୟ ଲହରର ଶିକାର ହେବେ ସେମାନେ ଲକ୍ଷଣ ବିହୀନ ରୋଗର ଶିକାର ହେବେ ବୋଲି ଜଣାପଡିଛି।

ସାଧାରଣତଃ କରୋନା ହେଲେ ସ୍ୱାଦ ଏବଂ ଗନ୍ଧ ବାରି ହୁଏ ନାହିଁ। କିନ୍ତୁ ଏବେ ଆସିବାକୁ ଥିବା ଲହରରେ କରୋନାର ପ୍ରଭାବ ସେତେଟା ନରହିଲେ ବି ରହିବ ବୋଲି କୁହାଯାଉଛି। ତୃତୀୟ ଲହରରେ କାଶରେ କଫ ପଡ଼ୁଛି ଓ ରୋଗୀ ଥଣ୍ଡାରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି
ପୁର୍ବରୁ ମଧ୍ୟମରୁ ଉଚ୍ଚ ତାପାମାତ୍ରାରେ ଜ୍ୱର ଆସୁଥିବା ବେଳେ ଏବେ ହଲକା ଜ୍ୱର ଅନୁଭୂତ ହେଉଥିବା ସୂଚନା ରହିଛି । ସେହିପରି ସଂକ୍ରମିତ ହେଲେ ଯେଉଁପରିମାଣରେ ଥକାପଣ ରହୁଥିଲା ଏବେ ତାହା ଦେଖିବାକୁ ମିଳିବନି ।

ତେବେ ତୃତୀୟ ଲହର ଏତେଟା ପ୍ରଭାବ ଦେଖାଇନପାରିବା ପଛର କାରଣ ଟିକାକରଣ ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି । ପୂର୍ବରୁ ୧୦ ପ୍ରତିଶତ ରୋଗୀ ଡାକ୍ତରଖାନାରେ ଭର୍ତି ହେଉଥବବା ବେଳେ ଏବେ ଏହି ସଂଖ୍ୟା ୧ ପ୍ରତିଶତରୁ କମ୍ ବୋଲି କହିଛନ୍ତି କୋଲକାତାର ଏହି ବିଶେଷଜ୍ଞ ଡାକ୍ତର ବର୍ଗ କହିଛନ୍ତି।

Leave A Reply

Your email address will not be published.