ଯାଁଳା ସନ୍ତାନଙ୍କ ମା ହେଲେ ପ୍ରୀତି ଜିଣ୍ଟା

pritee zinta

0 1

ମୁମ୍ବାଇ: ମା’ ହୋଇଛନ୍ତି ବଲିଉଡ୍‌ର ଡିମ୍ପଲ୍‌ ଗାର୍ଲ ପ୍ରୀତି ଜିଣ୍ଟା। ୪୬ ବର୍ଷ ବୟସରେ ସେ ମା’ ହୋଇଛନ୍ତି। ପ୍ରୀତି ତାଙ୍କ ସ୍ୱାମୀ ଜେନ୍ଗୁଡେନୋଫ ଉଭୟ ଯାଁଳା ସନ୍ତାନଙ୍କ ପିତାମାତା ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଝିଅ ଜଣେ ପୁଅ ଥିବା ଜଣାଯାଇଛି। ପ୍ରୀତି ଏନେଇ ଆଜି ସକାଳେ  ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ତାଙ୍କ ଫ୍ୟାନ୍‌ଙ୍କୁ ଜଣାଇ ଚକିତ କରି ଦେଇଛନ୍ତି।  ଉଭୟ ସନ୍ତାନଙ୍କ ନାମ ଜୟ ଜିଆ ଦିଆଯାଇଥିବା ପ୍ରୀତି ଜଣାଯାଇଛି। ପ୍ରୀତି ଜେନେ ସରୋଗେସୀ ଜରିଆରେ ପିତାମାତା ହୋଇଥିବା ଜଣାଯାଇଛି।ds by

 ଇନ୍ଷ୍ଟାରେ ସ୍ୱାମୀ ଜେନେଙ୍କ ସହ ଏକ ଫଟୋ ସେୟାର୍‌ କରି ପ୍ରୀତି ଲେଖିଛନ୍ତିମୁଁ ଆଜି  ସମସ୍ତଙ୍କ ସହ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ବାଣ୍ଟିବାକୁ ଚାହୁଁଛି। ଜେନ୍ଏବଂ ମୁଁ ଅତ୍ୟଧିକ ଆନନ୍ଦିତ ଏବଂ ଆମର ହୃଦୟ କୃତଜ୍ଞତା ତଥା ଭଲ ପାଇବାରେ ଭରି ଯାଇଛି। ଆମେ ଆମ ଯାଆଁଳା ସନ୍ତାନ ଜୟ ଜିଣ୍ଟା ଗୁଡେନୋଫ୍ ଏବଂ ଜିଆ ଜିଣ୍ଟା ଗୁଡେନୋଫଙ୍କୁ ଆମ ପରିବାରକୁ ସ୍ୱାଗତ କରୁଛୁ। ଆମେ ଆମ ଜୀବନର ଏହି ନୂତନ ପର୍ଯ୍ୟାୟ ପାଇଁ ଖୁବ୍ଉତ୍ସାହିତ ଅଛୁ ଏହି ଅବିଶ୍ୱସନୀୟ ଯାତ୍ରାର ଅଂଶ ହୋଇଥିବାରୁ ଅଭିନେତ୍ରୀଜଣକ ଡାକ୍ତର, ନର୍ସ ତଥା ସରୋଗେଟଙ୍କୁ ଧନ୍ୟବାଦ ଜଣାଇବାକୁ ଭୁଲି ନାହାନ୍ତି।

ପ୍ରୀତି ଜିଣ୍ଟା ୨୦୧୬ ଫେବ୍ରୁଆରି ୨୯ରେ,  ରେ ଜେନ୍ଗୁଡେନୋଫଙ୍କୁ  ବିବାହ କରିଥିଲେ ଏବଂ ପରେ ଲସ୍ ଆଞ୍ଜେଲସ୍କୁ ଚାଲିଯାଇଥିଲେ।  ପ୍ରୀତି ବଲିଉଡରେ ବହୁ ହିଟ୍ଫିଲ୍ମର ମୁଖ୍ୟ ନାୟିକା ହୋଇ ପାରିଥିବା ବେଳେ ବିବାହ ପରଠୁ ସେ ପ୍ରାୟତଃ ବଡ଼ ପରଦାରୁ ଦୂରେଇ ନିଜ ସଂସାରରେ ବ୍ୟସ୍ତ ରହୁଛନ୍ତି।

Leave A Reply

Your email address will not be published.