ପାଣି ଭିତରେ ପରିଚୟ…!

#tourism#

0 73

ODISHA HOUR: ଚାରିଆଡେ ପାଣି ଆଉ ପାଣି…ଯୁଆଡେ ଦେଖିବ, ସିଆଡେ ପାଣି… । କହିବାକୁ ଗଲେ ବାହାର ଦୁନିଆ ସହ ନା ଥିବ ଯୋଗାଯୋଗ, ନା ଥିବ ସମ୍ପର୍କ । ଆଉ ଖୋଜିଲା ବେଳକୁ ଯିଏ ଆପଣଙ୍କୁ ମିଳିଯିବ, ସିଏ ହେଲେ ଆପଣ ନିଜେ… । ଆଜିର ଏହି କର୍ମକ୍ଳାନ୍ତ ଆଉ କର୍ମବ୍ୟସ୍ତ ଜୀବନ ଭିତରେ ନିଜକୁ ନିଜ ସହ ଏପରି ପରିଚିତ କରାଇବାର ସୁଯୋଗ ଦେଇପାରିଛି କେରଳର ବ୍ୟାକ୍ ୱାଟର ହାଉସ୍ ବୋଟ୍‌… । ଅଥଳ ଜଳରାଶି ଭିତରେ ଏକା ଏକା, ବା ନିଜର ଏକାନ୍ତ ଲୋକଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ ବିତାଇବାର ସୁଯୋଗ ସୃଷ୍ଟି କରିଛି ଏହି ହାଉସ୍ ବୋଟ୍‌… । ଆଉ ଏପରି ସୁଯୋଗ ବି ହାତଛାଡା କରିବାକୁ ପ୍ରସ୍ତୁତ ନୁହନ୍ତି ଦେଶ ବିଦେଶର ପର୍ଯ୍ୟଟକ । କର୍ମବହୁଳ ଜୀବନ ମଧ୍ୟରେ ଟିକେ ଫୁରୁସତ ମିଳିଲେ ସେମାନେ ଛୁଟି ଆସୁଚନ୍ତି କେରଳର ଏହି ହ୍ରଦ ନିକଟକୁ ଯେଉଁଠି ମିଳି ପାରୁଛି ନିଜକୁ ଭରପୂର ମନୋରଂଜନ ଦେଇ ପାରୁଥିବା ଖୋରାକ… । ଆଉ ସେଥିପାଇଁ ତ ଏହି ବ୍ୟାକ୍ ୱାଟର ହାଉସ ବୋଟ୍ ଅଧୁନା ପାଲଟିଛି କେରଳ ପର୍ଯ୍ୟଟନ ଶିଳ୍ପର ଲାଇଫ ଲାଇନ୍‌… ।
ଥରେ ଭାବି ଦେଖନ୍ତୁ ତ…ଦୁଇ କଡ଼ରେ ଆକାଶକୁ ମୁଣ୍ଡ ଟେକିଥିବା ଡେଙ୍ଗା ଡେଙ୍ଗା ତାଳ ଆଉ ନଡିଆ ଗଛ…ଆଉ ପୁଣି ଜାତି ଜାତିକା ବଣୁଆ ଗଛ ଲତା…ମଝିରେ ମଝରେ ଛୋଟ ବଡ ଗାଁ… । ଗାଁ ଭିତରେ ପୁଣି ଘର ଦ୍ୱାର ଲୋକବାକ ଆହୁରି କେତେ କଣ… । ଆଉ ତାରି ଭିତରେ ସର୍ପିଳ ଗତିରେ ଭାସି ଚାଲିଥିବେ ଆପଣ । ସାଧାରଣତଃ ସଡକ ପଥରେ ଦେଖାଯାଉଥିବା ଏପରି ଦୃଶ୍ୟସବୁ ଯେତେବେଳେ ପାଣି ଭିତରେ ମିଳିଯାଏ, ମଂତ୍ରମୁଗ୍ଧ ହୋଇଯାଆନ୍ତି ପର୍ଯ୍ୟଟକ… । ଖାସ୍ ସେଥିପାଇଁତ କେରଳ ଏହି ନୌକା ବିହାର ଭାରତ କାହିଁକି ବିଶ୍ୱର କୋଣେ ଅନୁକୋଣେ ପ୍ରସିଦ୍ଧି ଲାଭ କରବାରେ ଲାଗିଚିି ।
କେରଳର ନୌବାଣିଜ୍ୟ ଇତିହାସ ବହୁ ପୁରୁଣା… । ସମୁଦ୍ର ତଟବର୍ତୀ ରାଜ୍ୟ ହୋଇଥିବାରୁ ବହୁ ପ୍ରଚୀନ କାଳରୁ ଏଠାରେ ଜାହଜ ଓ ନୌକାର ପ୍ରଚଳନ ରହିଛି । ତେବେ ବ୍ୟବସାୟିକ ଭିତିରେ ହାଉସ ବୋଟ୍ ପର୍ଯ୍ୟଟନ ବିଶେଷ ପୁରୁଣା ନୁହେଁ… । ୧୯୯୧ ମସିହାରୁ ଏହା ବ୍ୟବସାୟିକ ଭିତିରେ ଆରମ୍ଭ ହୋଇଥିଲା । ଏହିବର୍ଷ କେଟୁଭଲ୍ଲମ ହାଉସବୋଟ୍ ନାମକ ସଂସ୍ଥା ହାଉସ ବୋଟକୁ ପର୍ଯ୍ୟଟନ ଭିତିକ ବ୍ୟବସାୟ ରୂପେ ଆରମ୍ଭ କରିଥିଲା । ଅଳ୍ପଦିନ ଭିତରେ ଏହା ଏତେ ଲୋକପ୍ରିୟ ହୋଇଗଲା ଯେ, ବର୍ତମାନ ଏହା କେରଳ ରାଜକୋଷର ଏକ ସିଂହଭାଗ ଭରଣା କରୁଛି ।
ପର୍ଯ୍ୟଟକଙ୍କ ଚାହିଦା ଅନୁଯାୟୀ ହାଉସ ବୋଟ୍‌ର ଆକାର ଭିନ୍ନ ଭିନ୍ନ ରହିଛି । ସ୍ୱଳ୍ପ ସମୟ ରହଣୀ ପାଇଁ ଗୋଟିଏ ଗୋଟିଏ ରୁମ୍ ବିଶିଷ୍ଟ ହାଉସ ବୋଟ୍ ଥିବା ବେଳେ ଅଧିକ ସମୟ ରହିବା ପାଇଁ ଏକାଧିକ କୋଠରୀ ଥିବା ହାଉସ ବୋଟ୍ ରହିଛି । କିଛି କିଛି ହାଉସ ବୋଟ୍ ମଧ୍ୟ ଆପଣଙ୍କୁ ଫାଇଫ୍ ଷ୍ଟାର ହୋଟେଲର ଅନୁଭୂତି ଆଣି ଦେଇପାରେ । ଶୋଇବା ପାଇଁ ବଡବଡ ଅତ୍ୟାଧୁନିକ ବେଡ୍ ରୁମ, ମନୋରଂଜନ ପାଇଁ ଡାଇନିଂ ରୁମ, ରୋଷେଇ ପାଇଁ କିଚେନ, ଟଏଲଟ, ବାଲକୋନୀ ଇତ୍ୟାଦି ସବୁ ଏଥିରେ ଉପଲବ୍ଧ… । ହାଉସ ବୋଟ୍‌ରେ ଅଧିକ ସମୟ ରହଣି କରୁଥିବା ଲୋକଙ୍କ ପାଇଁ କିଚେନରେ ରୋଷେଇର ମଧ୍ୟ ବ୍ୟବସ୍ଥା ରହିଛି । କର୍ମକ୍ଳାନ୍ତ ମଣିଷକୁ ଅନ୍ତତଃପକ୍ଷେ କିଛିଦିନ ଚାପମୁକ୍ତ ରଖିବାକୁ କେରଳ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନେକଗୁଡାଏ ଅଭିନବ ପ୍ରୟାସ କକରାଯାଇଛି । ଅଥଳ ଜଳରାଶିରେ ହାଉସବୋଟ୍ ଭିତରେ ରହୁଥିବା ପର୍ଯ୍ୟଟକମାନଙ୍କୁ ମୋବାଇଲ୍ ଫୋନ୍ ବାରଣ କରାଯିବା ସହ ବାହାର ଦୁନିଆ ସହ ସେମାନଙ୍କ ଯୋଗାଯୋଗକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଏ । ପାଣି ଭିତରେ ଥିବା ଲୋକେ କେବଳ ନିଜକୁ ହିଁ ଚିହ୍ନନ୍ତୁ, ଏହା ହେଉଛି ଏହି ପ୍ରୟାସର ମୂଳମନ୍ତ୍ର । ତେବେ ପର୍ଯ୍ୟଟକମାନଙ୍କ ନୌବିହାରକୁ ଆହୁରି ମଜାଦାର କରିବାକୁ ଗଭୀର ଜଳ ମଧ୍ୟରେ ମାଛଧରା ଓ ଅନ୍ୟାନ୍ୟ ଜଳକ୍ରୀଡା କରିବାର ସୁଯୋଗ ମଧ୍ୟ ଦିଆଯାଏ । କେତେକ ସ୍ଥାନରେ ମଧ୍ୟ ଭାସମାନ ସୁପର ମାର୍କେଟ ମଧ୍ୟ ରହିଛି ଯେଉଁଠି ପର୍ଯ୍ୟଟକମାନେ ପାଣି ଭିତରେ ସପିଂର ମଜା ନେଇପାରୁଛନ୍ତି… ।

ମାଛରେ ମାଛରେ ବୋଟିଂ ମଜା:
ଆପଣ ହାଉସ ବୋଟ୍‌ରେ ସଫର କରିବେ, ଆଉ ମାଛ ଖାଇବେନି, ଏହା କେବେ ସମ୍ଭବ ହୋଇ ନ ପାରେ । ମାଛ ତ ମାଛ, ପୁଣି ଆଖି ଆଗରେ ଧରା ହେଉଥିବା ମାଛର ଗରମା ଗରମ ଝୋଳ, ଯିଏ ଥରେ ଖାଇଚି, ବାରବାର ଖାଇବାକୁ ମନ ବଳାଇଛି । ତେଣୁ ହାଉସବୋଟରେ ଯାଉଥିବା ପର୍ଯ୍ୟଟକଙ୍କ ମେନ୍ୟୁର ପ୍ରଥମ ଆଇଟମ୍ ହେଉଛି ମାଛ । ମାଛ ଭିତରେ ପୁଣି ଭିନ୍ନ ଭିନ୍ନ ଆଇଟମ୍ ରହିଛି, ଯେମିତି କି କର୍ମିନ୍ ଫ୍ରାଏ, ଭାରାଲ ରୋଷ୍ଟ, ଚିମ୍ନି ଥୋରାନ୍‌, ପାନି ଉଲ୍ଲାଥିଆଥୁ ଇତ୍ୟାଦି… । ଏଥିସହ କେରଳୀ ପ୍ରଣାଳୀରେ ପ୍ରସ୍ତୁତ ଚିକେନ୍ ମଧ୍ୟ ଏଠାକାର ମେନ୍ୟୁର ଅନ୍ୟତମ ଆକର୍ଷଣ । ଏଠାକାର ଖାଦ୍ୟ ପରି ପାନୀୟ ମଧ୍ୟ ବେଶ୍ ମଧୁର । କାରଣ ଏଠାକାର ଲୋକପ୍ରିୟ ପାନୀୟକୋଟାୟାମ୍‌, କୋଜିକୋଡ୍‌, ତିରୁଭନ୍ତପୁରମ୍‌, ଭାଲିୟାପରମ୍ବା, ଅଷ୍ଟମୁଡି ଆଦି ବ୍ୟାକ୍ ୱାଟରର ଚାହିଦା ଟିକେ ଅଧିକ…internet ହେଉଛି ପଇଡପାଣି… । ହ୍ରଦକୂଳରୁ ତୋଳା ହେଉଥିବା ପଇଡର ତାଜାତାଜା ପାଣି ପର୍ଯ୍ୟଟକମାନଙ୍କୁ ବେଶ୍ ଆନନ୍ଦ ଦେଇଥାଏ ।
ହାଉସ ବୋଟ୍‌ଗୁଡିକ ପାଣିରେ ଚଳାଚଳ କରୁଥିବାରୁ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଇଥାଏ । ଲାଇଫ ଜ୍ୟାକେଟ୍ ସହ ତାଲିମପ୍ରାପ୍ତ ଲାଇଭ୍ ଗାଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ବୋଟ୍‌ଗୁଡିକ ରହିଥାଏ…ତେଣୁ ପାଣି ଭିତରେ କୌଣସି ଅଘଟଣର ଭୟ ନ ଥାଏ… ।
ଏମିତିରେ ତ ଦେଖିବାକୁ ଗଲେ ଏହି ବ୍ୟାକ୍ ୱାଟର ଲେକ୍ ସବୁ ଯାଗାରୁ ଆକର୍ଷଣୀୟ…ତେବେ ଆଲେପ୍ପି, କୁଟାନାଡ୍‌, କୁମାରକମ୍‌, କୋଜନ୍‌,

Leave A Reply

Your email address will not be published.