ଚାଇନା ଦୂତାବାସରେ ୮୦୦ ମେଣ୍ଢା ପୂରାଇ ଦେଇଥିଲେ ବାଜପାୟୀ: କାହିଁକି ଜାଣନ୍ତୁ…

INTERNATIONAL RELATION

0 11

ବର୍ତମାନ ପଡୋଶୀ ଦେଶ ଚାଇନା ଭାରତ ଆକ୍ରମଣ କରିବାକୁ ପ୍ରାଣପଣେ ଚେଷ୍ଟା ଚଲାଇଛି । ଏଥିପାଇଁ ନାନା ପ୍ରକାର କୁଚ୍ଛା ରଟନା ସହ ଅନାବଶ୍ୟକ ପ୍ରସଙ୍ଗ ଉଠାଇ ନିଜ ବଡଭାଇ ପଣିଆ ଜାହିର କରୁଛି । ତେବେ ଚାଇନାର ଏହି ପ୍ରବୃତି କିଛି ନୂଆ ନୁହେଁ । ପ୍ରାୟ ୬୦ ବର୍ଷ ତଳେ ମଧ୍ୟ ଭାରତ ଆକ୍ରମଣ କରିବାକୁ ଚାଇନା ଏକ ହୀନ ପ୍ରୟାସ କରିଥିଲା । ଚାଇନାର ଏହି ଅଭିଯୋଗ ଶୁଣିଲେ ଏବେବି ଅନେକ ହସିଉଠିବେ । ତେବେ ଚାଇନାର ଏଇ ହୀନ ପ୍ରୟାସକୁ ପଣ୍ଡ କରି ବିଶ୍ୱ ସମୁଦାୟ ନିକଟରେ ହାସ୍ୟାସ୍ପଦ କରାଇବାରେ ସଫଳ ହୋଇଥିଲେ ତତ୍କାଳୀନ ଜନସଂଘର ଯୁବକର୍ମୀ ୪୨ ବର୍ଷୀୟ ଅଟଳ ବିହାରୀ ବାଜପାୟୀ ।
ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା । ୧୯୬୭ ମସିହାରେ ଆନ୍ତର୍ଜାତିକ ସମୁଦାୟ ନିକଟରେ ଚାଇନା ଅଭିଯୋଗ କରିଥିଲା ଯେ, ଲଦାଖ ସୀମାରେ ମୁତୟନ ଭାରତୀୟ ସୈନିକମାନେ ଚାଇନା ସୀମା ମଧ୍ୟକୁ ପଶିଆସି ଏଠାରେ ଚରୁଥିବା ପ୍ରାୟ ୮୦୦ ମେଣ୍ଢା ଓ ୫୯ଟି ମଇଁଷି ନେଇ ଖାଇଯାଇଚନ୍ତି । ଏହାଦ୍ୱାରା ଚାଇନାର ସାର୍ବଭୌମତ୍ୱ ପ୍ରତି ବପଦ ସୃଷ୍ଟି ହୋଇଛି । ତେଣୁ ଭାରତ ଉପରେ ପ୍ରତିଆକ୍ରମଣ କରାଯିବ । ଏହି ଘଟଣାକୁ ନେଇ ସେତେବେଳେ ଦୁଇ ଦେଶ ମଧ୍ୟରେ ବିବାଦ ଚରମ ସୀମାରେ ପହଂଚିଥିଲା । ଭାରତ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ଶୁଣିବାକୁ ପ୍ରସ୍ତୁତ ନ ଥିଲା ଚାଇନା । କାରଣ ଚାଇନାର ଅସଲ ଉଦ୍ଦେଶ୍ୟ ଥିଲା ବିଶ୍ୱ ସମୁଦାୟକୁ ଭୂଆଁ ବୁଲାଇ ଭାରତ ଆକ୍ରମଣ କରିବା । ଏହା ପୂର୍ବରୁ ୧୯୬୨ ମସିହାରେ, ପଣ୍ଡିତ ନେହେରୁଙ୍କ ଶାସନ ସମୟରେ ଭାରତ ଓ ଚାଇନା ମଧ୍ୟରେ ଯେଉଁ ଯୁଦ୍ଧ ହୋଇଥିଲା, ସେଥିରେ ଭାରତ ଶୋଚନୀୟ ଭାବେ ପରାଜିତ ହୋଇଥିଲା ।
ତେବେ ଚାଇନାର ଏହି ଅବାନ୍ତର ଅଭିଯୋଗ ସମୟରେ ପ୍ରଧାନମନ୍ତ୍ରୀ ଥିଲେ ଲାଲ ବାହାଦୁର ଶାସ୍ତ୍ରୀ । ଶାସ୍ତ୍ରିଜୀଙ୍କୁ ଚାଇନାର ଏହି ଅଭିଯୋଗ ହାସ୍ୟାଷ୍ପଦ ଲାଗିଥିଲେ ମଧ୍ୟ କୁଟ ନୈତିକ ସ୍ତରରେ ବିବାଦ ସମାଧାନ କରିବାକୁ ଉଦ୍ୟମ ଚଳାଇଥିଲେ । ଠିକ୍ ଏହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଲା ଯାହା ଦୁଇ ଦେଶର ଜନସାଧାରଣଙ୍କୁ ଚମକାଇଦେଲା । ଜନସଂଘର ଯୁବ କର୍ମୀ ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ୱରେ କିଛି କର୍ମୀ ପ୍ରାୟ ୮୦୦ ମେଣ୍ଢା ଓ ୫୯ଟି ମଇଁଷୀ ଯୋଗାଡ କରି ଆଣି ନୂଆଦିଲ୍ଲୀସ୍ଥିତ ଚାଇନା ଦୂତାବାସ ଗେଟ୍ ଭିତରକୁ ପୂରାଇଦେଲେ । ଏତେ ସଂଘକ ମେଣ୍ଢାଙ୍କ ରଡ଼ି ଆଉ ମଇଁଷୀଙ୍କ ବୋବାଳି ଶୁଣି ଚାଇନା ଦୂତାବାସ କର୍ତୃପକ୍ଷ ଚମକି ପଡିଲେ । ତା ପରେ ମେଣ୍ଢାପଲଙ୍କୁ ହଟାଇବା ଓ ତାଙ୍କ ମଳ ସଫା କରିବାରେ ଚାଇନା ଦୂତାବାସ କର୍ମଚାରୀମାନଙ୍କୁ ପ୍ରାୟ ସପ୍ତାହେ ଲାଗି ଯାଇଥିଲା । ଖାଲି ସେତିକି ନୁହେଁ, ଯେଉଁ ମେଣ୍ଢା ଓ ମଇଁଷିମାନଙ୍କୁ ଛଡ଼ା ଯାଇଥିଲା, ସେମାନଙ୍କ ବେକରେ ଗୋଟିଏ ଗୋଟିଏ ପ୍ଲାକାର୍ଡ ଟଙ୍ଗା ଯାଇଥିଲା, ଯେଉଁଥିରେ ଲେଖା ଯାଇଥିଲା, ‘ମୋତେ ଖାଅ ପଛେ ଯୁଦ୍ଧ କରନା’ ।
ଏ ଖବର ପାଇବା ମାତ୍ରକେ ଚାଇନା କର୍ତୃପକ୍ଷ କ୍ଷୁବ୍ଧ ହୋଇଗଲେ । ତତ୍କାଳ ଭାରତ ସରକାରଙ୍କୁ ପତ୍ର ଲେଖି ଏପରି ଅପମାନର ଜବାବ ମଗାଗଲା । ଅପରପକ୍ଷେ ଭାରତ ସରକାର ଚିଠି ଉତର ଦେଲେ ଯେ, ଏହା ଦିଲ୍ଲୀର କିଛି ଜନସାଧାରଣଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭର ଅଂଶବିଶେଷ । ଯେଉଁ ସାମାନ୍ୟ ଅଭିଯୋଗ ପାଇଁ ଚାଇନା ସରକାର ଯୁଦ୍ଧଂଦେହି ଡାକରା ଦେଇଛନ୍ତି, ତାହାକୁ ସାରା ଦେଶରେ ଯେଉଁ ହାସ୍ୟାସ୍ପଦ ବାତାବରଣ ସୃଷ୍ଟି ହୋଇଛି, ଏହା ହେଉଛି ତାହାର ପ୍ରତିଫଳନ । ଭାରତ ସରକାରଙ୍କର ଏଥିରେ କୌଣସି ଭୂମିକା ନାହିଁ । ଜନତାଙ୍କ ଏହି କାର୍ଯ୍ୟକ୍ରମ ଯେହେତୁ ଶନ୍ତିପୂର୍ଣ୍ଣ ରହିଥିଲା, ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ସରକାର କାହା ଉପରେ ଦଣ୍ଡବିଧାନ ଲାଗୁ କରିପାରିବେ ନାହିଁ ।’
କୁହାଯାଏ ଯେ, ଏହି ଖବର ସେତେବେଳେ ସାରା ବିଶ୍ୱର ଗଣମାଧ୍ୟମରେ ଏକ ରୋଚକ ଖବର ରୂପରେ ପ୍ରକାଶ ପାଇଥିଲା, ଯାହା ହାସ୍ୟାରୋଳ ସୃଷ୍ଟି କରିଥିଲା । ଏପରିକି ଖୋଦ୍ ପ୍ରଧାନମନ୍ତ୍ରୀ ଶାସ୍ତ୍ରିଜୀ କୁଆଡେ ଏହି ଘଟଣା ଶୁଣି ହସି ହସି ବେଦମ ହୋଇଯାଇଥିଲେ । ସବୁଠୁ କୌତୁହଳ କଥା ହେଉଛି ଏହି ଘଟଣା ପରେ ଚାଇନା ନିଜକୁ ଏତେମାତ୍ରାରେ ଲଜ୍ଜିତ ହୋଇପଡିଥିଲା ଯେ, ସେବେଠାରୁ ଭାରତ ସହ ସମ୍ମୁଖ ଯୁଦ୍ଧର ମନବୃତି ଛାଡ଼ି ଦେଇଥିଲା, ଯାହା ପୁଣି ଏବେ ଆରମ୍ଭ କରିଛି । ଲାଗୁଚି ଯେମିତି ଭାରତ ପଟୁ ଆଉ ଏକ ଅପମାନକୁ ଅପେକ୍ଷା କରି ରହିଛି ଚାଇନା…OD

Leave A Reply

Your email address will not be published.