ପ୍ଲାଟ୍‌ଫର୍ମ ଟିକେଟ୍‌ ମୂଲ୍ୟ ପୂର୍ବସ୍ଥିତିକୁ ଫେରିଲା

platform ticket

0 1

ନୂଆଦିଲ୍ଲୀ: କରୋନା ପୂର୍ବ ସ୍ଥିତିକୁ ଫେରିଛି ରେଲ୍‌ୱେ ପ୍ଲାଟ୍‌ଫର୍ମ ଟିକେଟ୍‌ ମୂଲ୍ୟ। କରୋନା ମହାମାରୀ ବ୍ୟାପିବା ପରେ ରେଳ ଷ୍ଟେସନରେ ଭିଡ଼ କମ କରିବା ଲକ୍ଷ୍ୟ ନେଇ ରେଳବାଇ ପକ୍ଷରୁ ପ୍ଲାଟଫର୍ମ ଟିକେଟ ଦାମ ବଢ଼ାଇ ଦିଆଯାଇଥିଲା । ସେହି ଦରବୃଦ୍ଧିକୁ ପ୍ରତ୍ୟାହାର କରିବାକୁ ରେଳବାଇ ନିଷ୍ପତ୍ତି ନେଇଛି । ଯାତ୍ରୀମାନେ ପୂର୍ବ ଭଳି ୧୦ ଟଙ୍କା ମୂଲ୍ୟରେ ପ୍ଲାଟଫର୍ମ ଟିକେଟ କିଣିପାରିବେ । ମହାମାରୀ ସମୟରେ ପ୍ଲାଟଫର୍ମ ଟିକେଟ ଦାମ ୩୦ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
କରୋନା ସଂକ୍ରମଣ ମାମଲା ସଂଖ୍ୟା ହ୍ରାସ ପାଉଥିବାରୁ ରେଳବାଇ ପକ୍ଷରୁ ଟ୍ରେନ ଯାତ୍ରା ସ୍ୱାଭାବିକ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କୋଭିଡ ଓ ଛୁଟିଦିନ ସ୍ୱନ୍ତ୍ର ଟ୍ରେନ ଗୁଡ଼ିକରୁ ସ୍ୱତନ୍ତ୍ର ମାନ୍ୟତା ହଟାଇ ଦିଆଯାଇଛି ।

Leave A Reply

Your email address will not be published.