ସତର୍କ କରାଇଲା ‘ହୁ’;  ଓମିକ୍ରନ୍‌ ବିଶ୍ୱ ପାଇଁ ବିପଜ୍ଜନକ

corona

0 0

ନୂଆଦିଲ୍ଲୀ: କରୋନା ଭୂତାଣୁର ବିପଜ୍ଜନପ ପ୍ରଜାତି ‘ଓମିକ୍ରନ’କୁ ନେଇ ସତର୍କ କରାଇଚଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ବର୍ତ୍ତମାନ ସୁଦ୍ଧା ଏହା ୧୬ଟି ଦେଶକୁ ବ୍ୟାପିଲାଣି । ସେହି ଦେଶଗୁଡ଼ିକ ହେଲା ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ବେଲଜିୟମ, ବୋସ୍ତୱାନା, କାନାଡ଼ା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ନେଦରଲାଣ୍ଡ, ପର୍ତୁଗାଲ, ସ୍କଟଲାଣ୍ଡ, ସ୍ୱିଜରଲାଣ୍ଡ, ଚେକ ଗଣତନ୍ତ୍ର ଏବଂ ବ୍ରିଟେନ । ଓମିକ୍ରନ ବ୍ୟାପିବାରୁ ବିଭିନ୍ନ ରାଷ୍ଟ୍ର ଯାତାୟତ ଉପରେ କଟକଣା ଲଗାଇଛନ୍ତି । ଅନ୍ୟପକ୍ଷରେ କରୋନାର ଏହି ନୂଆ ପ୍ରଜାତି ‘ଓମିକ୍ରନ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବିଶ୍ୱକୁ ସତର୍କ କରାଇଛି । ‘ଓମିକ୍ରନ’ ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ବିପଜ୍ଜନକ । ଏହା ଖୁବ କ୍ଷୀପ୍ର ଗତିରେ ବ୍ୟାପୁଛି । ଏହାଦ୍ୱାରା ଅତି ଗୁରୁତର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ହୁ କହିଛି । ଓମିକ୍ରନ ଅନେକ ଥର ରୂପାନ୍ତରିତ ହେଉଥିବାରୁ ଏହା ସଂକ୍ରମଣ ବିପଦ ବଢ଼ାଇବ । ଓମିକ୍ରନ ଯୋଗୁଁ ଯଦି ପୁଣି ଏକ ବଡ଼ କରୋନା ଲହର ଆସେ ତେବେ ପରିଣାମ ଅତି ଭୟଙ୍କର ହେବ ବୋଲି ‘ହୁ’ ଚେତାଇ ଦେଇଛି । ୧୯୪ଟି ସଦସ୍ୟ ରାଷ୍ଟ୍ରଙ୍କୁ ‘ଓମିକ୍ରନ’ ପାଇଁ ଅଧିକ ସତର୍କ ରହିବାକୁ ସଂଗଠନ କହିଛି ।

Leave A Reply

Your email address will not be published.