ଲୋନ୍ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଗିରଫ କଲା ସିବିଆଇ

0 31

ଗୌହାଟି: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ହିତେଶ୍ୱର ସାଇକିଆଙ୍କ ପୁଅ ଅଶୋକ ସାଇକିଆ ଗିରଫ ହୋଇଛନ୍ତି । ସିବିଆଇ ରବିବାର ଦିନ ଅଶୋକଙ୍କୁ ଏକ ପୁରୁଣା ଲୋନ୍ ମାମଲାରେ ଗିରଫ କରିଛି । ଏହି ଲୋନ୍ ମାମଲା ୨୫ ବର୍ଷ ତଳର ବୋଲି ଜଣାପଡିଛି । ୯ ଲକ୍ଷ ଲୋନ୍ ଡିଫଲ୍ଟ ମାମଲାରେ ତାଙ୍କୁ ଗିରଫ କରାଯାଇଛି। କୋର୍ଟରେ ହାଜର ହେବାକୁ ତାଙ୍କୁ ଅନେକ ଥର ସମନ ହୋଇଥିଲା। ହେଲେ ସେ କୋର୍ଟରେ ହାଜର ନହେବା କାରଣରୁ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଅଶୋକଙ୍କୁ ସିବିଆଇର ଗୌହାଟି ଟିମ୍ ପଚରାଉଚରା କରିଥିଲା ​​ଏବଂ ପରେ ଗିରଫ କରିଥିଲା। ଆଜି (ସୋମବାର) ତାଙ୍କୁ କୋର୍ଟରେ ହାଜର କରାଯିବ।

ଅଶୋକ ସାଇକିଆଙ୍କ ବଡ ଭାଇ ତଥା ବିରୋଧୀ ଦଳର ନେତା ଦେବବ୍ରତ ସାଇକିଆ କହିଛନ୍ତି ଯେ ଅଶୋକ ସାଇକିଆଙ୍କୁ ସନ୍ଧ୍ୟାରେ ସିବିଆଇ ନେଇଯାଇଥିଲା। ତେବେ ତାଙ୍କୁ ଗିରଫ କରାଯାଇଛି କି ନାହିଁ ସେ ବାବଦରେ ସ୍ପଷ୍ଟ ଭାବରେ ଅବଗତ ନଥିବା କହିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ସେ କହିଛନ୍ତି ଏହା ଏକ ପୁରୁଣା ମାମଲା ଯାହାର ସମାଧାନ ହୋଇସାରିଛି । ବ୍ୟାଙ୍କ କୋର୍ଟକୁ ଜଣାଇ ନଥିଲା ଏବଂ ଏହା ହେଉଛି ବ୍ୟାଙ୍କର ଦୋଷ।

ଅଶୋକ ୧୯୯୬ ମସିହାରେ ଆସାମ ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କ (ଇଝଉଇଜଊ) ରୁ ଏହି ରୁଣ ନେଇଥିଲେ। ଏହି ରୁଣ ୨୦୧୧ ରେ ପରିଶୋଧ ହୋଇଥିବା ଅଶୋକଙ୍କ ପରିବାର ଲୋକେ କହିଛନ୍ତି।

Leave A Reply

Your email address will not be published.