ଧବଳେଶ୍ବରଙ୍କ ପୀଠରେ ବଡ଼ ଓଷା, ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା

Baba Dhabaleswar

0 2

ଆଠଗଡ: ଆଜି ବଡ଼ ଓଷା। ଚାରିଆଡେ ଭାବ ଓ ଭକ୍ତିର ପରିବେଶ। ‌ଭକ୍ତମାନେ ହବିଷାନ୍ନ ସେବନ କରି ଏହି ଓଷା ପାଳନ କରୁଛନ୍ତି। ଏହି ଦିନ ଶ୍ରଦ୍ଧାଳୁମାନେ କଟକ ଅାଠଗଡ଼ ନିକଟ ମହାନଦୀ କୂଳରେ ବିରାଜମାନ କରିଥିବା ଶ୍ରୀ ଶ୍ରୀ ଧବଳେଶ୍ବରଙ୍କୁ ଦର୍ଶନ କରିଥାନ୍ତି।  ଘରେ ଘରେ ମୁରୁଜ  ପକାଇବା ସହିତ, ହବିଷ ରାନ୍ଧି ଖାଉଛିନ୍ତ ଶ୍ରଦ୍ଧାଳୁ। ତେବେ ଏବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ବଡଓଷା ହୋଇଥିବାରୁ ବାବା ଧବଳେଶ୍ବରଙ୍କ ବଡସିଂହାର ବେଶକୁ ଦର୍ଶନ କରି ଲୋକମାନେ ନିଜର ସୌଭାଗ୍ୟ ମନେ କରନ୍ତି। ଆଜି ମଧ୍ୟ ଏହି ବେଶରେ ଦର୍ଶନ ଦେଉଛନ୍ତି ବାବ ଧବାଳେଶ୍ୱର । ହେଲେ ଶ୍ରଦ୍ଧାଳୁ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ।

ଭୋରରୁ ସମସ୍ତ ନୀତିକାନ୍ତି ସହ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା।ପରେ ମଙ୍ଗଳ ଆଳତି କରିବା ପରେ ପହଡ ଖୋଲାଯାଇଥିଲା। ପ୍ରଶାସନ ପକ୍ଷରୁ କୋଭିଡ କଟକଣା ପାଇଁ ପୀଠରେ ଜାରି ହୋଇଛି ୧୪୪ ଧାରା। ଏଥିପାଇଁ ବିନା ଭକ୍ତରେ ପାଳନ ହେଉଛି ବଡଓଷା।  ଆଜି ପୂଜକଙ୍କ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତି କରାଯାଇ ମଧ୍ୟରାତ୍ରିର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ପ୍ରସିଦ୍ଧ ଗଜଭୋଗ।   ଏହି ଗଜଭୋଗ ପାଇଁ ପୂଜକଙ୍କ ପରିବାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Leave A Reply

Your email address will not be published.