ଯାହା ବଞ୍ଚିଥିଲା ଚରିଗଲେ ଚକଡ଼ା, ବିଷ ପିଇଲେ ଚାଷୀ

farmer suicide

0 2

ଜଳେଶ୍ୱର: ପ୍ରଥମେ ଲଘୁଚାପ ଜନିତ ଅଦିନିଆ ବର୍ଷା ପରେ ଯାହା ବଞ୍ଚିଥିଲା ଏବେ ଚରିଗଲେ ଚକଡ଼ା ପୋକ। ସବୁ କିଛି ଉଜୁଡ଼ି ଗଲା।   ଏସବୁ ଦେଖି ସହି ପାରିଲେନି ଜଣେ ଚାଷୀ।  ଶେଷରେ ଧାନ କିଆରିରେ ହିଁ ଘାସମରା ଔଷଧ ପିଇ ଜୀବନ ହାରିଛନ୍ତି ଜଣେ ଚାଷୀ। ମୃତ ଚାଷୀ ହେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମର ଚାଷୀ ଲକ୍ଷ୍ମୀନାରାୟଣ ଜେନା(୬୮)। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଲକ୍ଷ୍ମୀନାରାୟଣ ଚଳିତ ଖରିଫରେ ୧୨ମାଣ ଜମିରେ ଧାନଚାଷ କରିଥିଲେ । ସେଥିରୁ ୪ମାଣ ଜମି ତାଙ୍କ ନିଜର ହୋଇଥିବା ବେଳେ ୮ମାଣ ଜମି ଭାଗସୂତ୍ରରେ ନେଇଥିଲେ । ଏହି ୧୨ମାଣ ଜମିରେ ଚାଷକାମ ପାଇଁ ଲକ୍ଷ୍ମୀନାରାୟଣ ପାଖାପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ସେଥିରୁ ସମବାୟ ସମିତିରୁ ୩୦ ହଜାର ଓ ଅବଶିଷ୍ଟ ଟଙ୍କା ଗାଁ ମହାଜନଙ୍କଠାରୁ କରଜ କରିଥିଲେ । ତେବେ ଦୁଇମାସ ତଳେ ଲଘୁଚାପଜନିତ ବର୍ଷାରେ ଲକ୍ଷ୍ମୀନାରାୟଣଙ୍କ ଫସଲ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଥିଲା । ତା’ ପରେ ଜମିରେ ଚକଡ଼ା ପୋକ ଲାଗି ୬୦ ପ୍ରତିଶତ ଫସଲ ଉଜାଡ଼ି ଦେଇଛନ୍ତି ।

ଫସଲ ଉଜୁଡ଼ିଗଲେ ଚାଷ ପାଇଁ ସେ କରଜ କରିଥିବା ଟଙ୍କା କିପରି ଶୁଝିବେ ଓ ପରିବାର କିଭଳି ପ୍ରତିପୋଷଣକରିବେ ତାକୁ ନେଇ ଚିନ୍ତାରେ ରହିଥିବା ଲକ୍ଷ୍ମୀନାରାୟଣଙ୍କ ଏକମାତ୍ର ପୁଅ ଦିଲ୍ଲୀପ କହିଛନ୍ତି । ଗତକାଲି ଲକ୍ଷ୍ମୀନାରାୟଣ ବିଲକୁ ଯାଇ ଘାସମରା ଔଷଧ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଲକ୍ଷ୍ମୀନାରାୟଣଙ୍କୁ ପ୍ରଥମେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ଓ ପରେ ବାଲେଶ୍ୱର ନେଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

Leave A Reply

Your email address will not be published.