୧ରୁ ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବ

konark festival

0 4

କୋଣାର୍କ: ପ୍ରତିବର୍ଷ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଥାଏ ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବ। ଚଳିତ ବର୍ଷ ମଧ୍ୟ ଏହା ଅନୁଷ୍ଠିତ ହେବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଡିସେମ୍ବର  ୧ ତାରିଖରୁ ୫ ତାରିଖ ପର୍ୟ୍ୟନ୍ତ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ। ଏଥିସହିତ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ମଧ୍ୟ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ।
ଏନେଇ  କୋଣାର୍କ ଯାତ୍ରୀନିବାସରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପର୍ୟ୍ୟଟନ ସଚିବ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭାଗର ଅତିରିକ୍ତ ସଚିବ ରୀନା ମହାପାତ୍ର, ପର୍ୟ୍ୟଟନ ନିର୍ଦ୍ଦେଶକ ସଚିବ ରାମଚନ୍ଦ୍ରନ ଯାଦବ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ପର୍ଯ୍ୟଟନ ନିଗମ ପଚିଚାଳନା ନିର୍ଦ୍ଦେଶକ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବିଭିନ୍ନ ଦିବସରେ ଗଣଦୌଡ, ସାଇକ୍ଲୋଥନ ଓ ସାହିତ୍ୟ ଆସର ଭଳି କାର୍ୟ୍ୟକ୍ରମ ଆୟୋଜନ କରାଯିବ । ତେବେ ଚଳିତବର୍ଷ ମଧ୍ୟ କୋଭିଡ କଟକଣା ଭିତରେ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ । ସୀମିତ ଲୋକ ଏଥିରେ ସାମିଲ ହୋଇପାରିବେ । ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି ।

Leave A Reply

Your email address will not be published.