ଅଶୋକ ଗେହଲୋଟଙ୍କୁ ଫୋନ୍ କଲେ ଅମିତ ଶାହ

0 103

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଫୋନ୍ କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ରାତିରୁ ଗୁରୁବାର ପର୍ଯ୍ୟନ୍ତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଉପସ୍ଥିତ ଥିଲେ। ଏହି ସମୟରେ ସେ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସହ ଫୋନରେ କଥା ହୋଇଛନ୍ତି।

ଗୁରୁବାର ମିଡିଆ ସହ କଥାବାର୍ତ୍ତା କରୁଥିବା ବେଳେ ଅଶୋକ ଗେହଲୋଟ୍ କହିଛନ୍ତି ଯେ ପେଟ୍ରୋଲ, ଡିଜେଲ, ଘରୋଇ ଗ୍ୟାସର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଏହା ଏକ ଚିନ୍ତାଜନକ ପରିସ୍ଥିତି ଏବଂ ସେ ଏ ବିଷୟରେ କଂଗ୍ରେସ ଅଧ୍ୟକ୍ଷାଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ତାଙ୍କ ସହିତ ଏ ବିଷୟରେ ଆଲୋଚନା କରିଥିଲେ । ତେବେ କେନ୍ଦ୍ର କମାଇବା ପୂର୍ବରୁ ରାଜ୍ୟ ସରକାର ପୂର୍ବରୁ ଭାଟ କମାଇ ଲୋକଙ୍କୁ ଦର ବୃଦ୍ଧିରୁ ଲୋକଙ୍କୁ ଆଶ୍ୱସ୍ତ ଦେଇଥିଲେ। ଏ କଥା ସେ ଅମିତ ଶାହାଙ୍କୁ ଫୋନରେ କହିଥିଲେ ବୋଲି କହିଛନ୍ତି। ଏହା ସହିତ କେନ୍ଦ୍ର କ୍ୟାବିନେଟ ସଚିବ ମଧ୍ୟ ରାଜସ୍ଥାନର ମୁଖ୍ୟ ଶାସନ ସଚିବଙ୍କୁ ଭାଟ ହାର ହ୍ରାସ କରିବାକୁ କହିଛନ୍ତି।

ରାଜସ୍ଥାନ ରାଜନୀତି ଏବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସରଗରମ ରହିଛି । ବିରୋଧୀ ବିଜେପି ଏ ନେଇ ଗେହଲୋଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗୁରୁବାର ସକାଳେ ସେ ଦିଲ୍ଲୀରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହାପୂର୍ବରୁ ବୁଧବାର ଦିଲ୍ଲୀରେ ପ୍ରିୟଙ୍କା ଗାନ୍ଧୀ ଏବଂ କେସି ଭେନୁଗୋପାଲଙ୍କୁ ଗେହଲୋଟ ଭେଟି ଆଗାମୀ ରଣନୀତି ଉପରେ ଆଲୋଚନା କରିଥିଲେ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି ଏବଂ ଏହା ପରେ ଅନେକ ରାଜ୍ୟ ସରକାର ମଧ୍ୟ ଭାଟ୍ ହ୍ରାସ କରିବାକୁ ଘୋଷଣା କରିଛନ୍ତି । ହେଲେ କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ପଞ୍ଜାବକୁ ଛାଡି ଦେଲେ ଆଉ କେହି ଭାଟ କମାଇ ନାହାନ୍ତି। ରାଜସ୍ଥାନକୁ ଲାଗିଥିବା ଅନ୍ୟ ରାଜ୍ୟରେ ଏପରି ଅନେକ ଜିଲ୍ଲା ଅଛି ଯେଉଁଠାରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ରାଜସ୍ଥାନ ତୁଳନାରେ 15 ରୁ 22 ଟଙ୍କା କମ୍ ରହିଛି। ଯାହାର ଲାଭ ପେଟ୍ରୋଲ ମାଫିଆ ଉଠାଉଛନ୍ତି। ଫଳସ୍ୱରୂପ, ପ୍ରାୟ 17 ଟି ସୀମାନ୍ତ ଜିଲ୍ଲାରେ ପେଟ୍ରୋଲ ପମ୍ପ ବନ୍ଦ ହୋଇ ରହିଛି। ତେବେ ଅଶୋକ ଗେହଲୋଟ୍  ମଧ୍ୟ ସୂଚନା ଦେଇଛନ୍ତି ଯେ ଭାଟ୍ ହାର ହ୍ରାସ କରିବାକୁ ରାଜ୍ୟ ସରକାର ଏବେ ବିଚାର କରୁଛନ୍ତି।

Leave A Reply

Your email address will not be published.