ବାତ୍ୟା ଆସୁଛି, ଚାଷୀ ଛାନିଆ

0 6

ଓଡ଼ିଶା ଡେଲି ଡେସ୍କ: ଆସୁଛି ବାତ୍ୟା । ଏହି ଖବର ଶୁଣି ପ୍ରଭାବିତ ହେବାକୁ ଥିବା ସମସ୍ତ ଲୋକେ ଛାନିଆ। ଯେଉଁ ସମୟରେ ଚାଷୀ ବିଲରେ ସୁନାର ଫସଲକୁ ଦେଖିଥାନ୍ତା । ସେହି ସମୟରେ ବାତ୍ୟା ଖବର ଶୁଣି ଛାନିଆ ହୋଇଛି । କିଭଳି ବିଲରୁ ଖଳାକୁ ଫସଲ ନେବ ସେ ଚିନ୍ତାରେ ରହିଛି । ହେଲେ ବର୍ଷା ସାଙ୍ଗକୁ ପବନ ଯଦି ଜୋରଦାର ବୋହିବ ତାହେଲେ ଚାଷୀ କରିବ କଣ ସେ ଚିନ୍ତାରେ । କାରଣ ଖଳାରେ ଯଦି ବର୍ଷା ପାଣି ଛାଡା ହୋଇ ରହିବ ଏବଂ ପବନ ବୋହିବ ତାହେଲେ ଧାନ ଗଜା ହେବାର ସମ୍ଭାବନା ଅଧିକ । ଅନ୍ୟପଟେ ହାତରେ ଅଳ୍ପ ସମୟ ରହିଥିବାରୁ ଅମାରକୁ ଧାନ ନେବା ଏତେ ସହଜ ନୁହେଁ।

ଡିସେମ୍ବର 2 ମଧ୍ୟରେ ରାଜ୍ୟରେ ବର୍ଷା ହେବାର ଆଶଙ୍କା ଥିବାରୁ ଓଡିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ସୋମବାର ଚାଷୀଙ୍କୁ ଏକ ପରାମର୍ଶ ଦେଇଛି। ବର୍ଷା ଆରମ୍ଭ ହେବା ପୂର୍ବରୁ ଯଥାଶୀଘ୍ର 85% ପାଚିଲା ଧାନ ଅମଳ କରିବାକୁ ସାରା ରାଜ୍ୟରେ କୃଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। କୃଷକମାନଙ୍କୁ ଧାନକୁ ଖଳାକୁ ନେବାକୁ ପରାମର୍ଶ ଦିଆଯାଇଛି, ଯଦି ସମ୍ଭବ ହୁଏ, କିମ୍ବା ସେମାନଙ୍କ ଉତ୍ପାଦକୁ ଏକ ସୁରକ୍ଷିତ ସ୍ଥାନରେ ସଂରକ୍ଷଣ କରି ଏକ ପ୍ଲାଷ୍ଟିକ ତମ୍ଭୁ କିମ୍ବା ବଡ ଜରି ଭିତରେ ଘୋଡାଇ ରଖିବାକୁ ପରାମର୍ଶ ଦିଆଯାଇଛି। ଏପରି କଲେ ଅନେକ ଫସଲ ସୁରକ୍ଷିତ ହେବାର ସମ୍ଭାବନା ରହିଛି।

ଯଦି ବଳକା ଧାନ ଗଛଗୁଡିକ ବର୍ଷା ପରେ ଭୂଇଁ ଉପରେ ଲୋଡି ପଡିଥା’ନ୍ତି, ତେବେ ଚାଷୀଙ୍କୁ ସେହି ଗୁଡ଼ିକୁ ବାନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି |

ତେଣୁ ସମ୍ଭାବ୍ୟ ବାତ୍ୟା ଏବେ ଚାଷୀର ବର୍ଷକର ସମସ୍ତ ଗଣିତକୁ ବିଗାଡି ଦେବ ବୋଲି କୁହାଯାଉଛି। ବର୍ଷା ସହ ପବନ ହେଲେ ସବୁ ଯିବ । ପାଚିଲା ଧାନ ଝଡିଯିବ । ଚାଷୀର ସବୁ ପରିଶ୍ରମ ବେକାର ଯିବ । ଏହାକୁ ନେଇ ଉପକୂଳବର୍ତୀ ଜିଲ୍ଲାଗୁଡିର ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି । ଧାନ ସମ୍ପୁର୍ଣ୍ଣ ପାଚି ନ ଥିଲେ ମଧ୍ୟ ବାତ୍ୟା ଭୟରେ ଚାଷୀମାନେ ଏହାକୁ ଅମଳ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଉପକୂଳବର୍ତ୍ତି ଚାଷୀ ମାନେ ଜମିରୁ ଧାନ କାଟିବା ଆରମ୍ଭ କରିଦେଇଛନ୍ତି ।

ସାଧାରଣତଃ ଡିସେମ୍ବରରେ ଓଡିଶାରେ ବାତ୍ୟା ଆଶଙ୍କା ନଥାଏ । ଏଥର କିନ୍ତୁ ଡିସେମ୍ବରରେ ବାତ୍ୟା ଆସି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଧାନକୁ ସୁରକ୍ଷିତ ସ୍ଥାନକୁ ନେବାକୁ ସରକାର ପରାମର୍ଶ ଦେଇଛନ୍ତି । କିନ୍ତୁ ବର୍ଷା ହେଲେ ଚାଷ ଉଜୁଡିଯିବା ଆଶଙ୍କା ଜଳଜଳ ହୋଇ ଦେଖାଦେଇଛି । ଉପକୂଳବର୍ତି ଜିଲ୍ଲା ଗୁଡିକରେ ବର୍ଷା ହେବାର ଅଧିକ ଆଶଙ୍କା ରହୁଥିବାରୁୁ ଧାନ କାଟି ଖଳାରେ ରଖିଲେ ବର୍ଷା ପାଣିରେ ଗଜା ହୋଇଯିବା ଭୟ ରହିଛି । ଏପରି ସ୍ଥଳେ ବର୍ତମାନ ଜମିରୁ ଧାନକୁ କାଟି ନେଇ କେଉଁ ଜାଗାରେ ରଖିବେ ତାକୁ ନେଇ ମଧ୍ୟ ଚାଷୀ ମାନଙ୍କ ଚିନ୍ତା ବଢିଯାଇଛି ।

Leave A Reply

Your email address will not be published.