ଦଲାଲ ପାଇଁ ଚିନ୍ତାରେ ଚାଷୀ

0 254

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକର କାଶିପଲା ଗାଁରେ ଏଭଳି ଠକେଇର ଶିକାର ହୋଇଛନ୍ତି ଚାଷୀ। ଗାଁର ଚାଷୀ ମକା ଚାଷ କରିଥିଲେ। ଫସଲ ମଧ୍ୟ ହୋଇଥିଲା। ହେଲେ ଆବଶ୍ୟକ ବଜାର ନଥିବାରୁ ଘର, ବାଡ଼ି ଆଦିରେ ମକା ସଂରକ୍ଷିତ କରିରଖିଥିଲେ ଚାଷୀ। ଯାହାର ଫାଇଦା ନେଇଛନ୍ତି ଦଲାଲ। ଅଧିକ ଦାମରେ ବିକ୍ରି କରାଇ ଦେବ କହି ଚାଷୀଙ୍କ ଖଳାରୁ ମକା ନେଇଗଲେ।

ମକା ବିକ୍ରି କରିଦେବା ନାଁରେ ଚାଷୀଙ୍କ ପାଖରୁ କ୍ୱିଣ୍ଟାଲ ପିଛା 15 ଶହ ଟଙ୍କାରେ ମକା ନେଇଛି ଦଲାଲ। ଗାଁରେ ପ୍ରାୟ 50 ଜଣଙ୍କ ପାଖରୁ 417 କ୍ୱିଣ୍ଟାଲ ମକା ନେଇଛି ଦଲାଲ। ଏହି ମଧ୍ୟସ୍ତି ବଲାଙ୍ଗିର ଜିଲ୍ଲା ବେଲପଡ଼ାର ବୋଲି ଜଣାପଡ଼ିଛି। ଏବେ ମାସରେ ଅଧିକ ଦିନ ବିତିଲାଣି ନାଁ ଦଲାଲର ଦେଖା ଅଛି ନା ବ୍ୟାଙ୍କ ଆକାଉଣ୍ଟକୁ ମକା ଆସିଛି। ଦଲାଲଙ୍କ ନମ୍ୱରକୁ ଫୋନ୍ କଲେ ଜବାବ ଆସୁଛି ସୁଇଚ୍ ଅଫ୍। ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ।

ଚାଷୀ ଆଜି ଏଭଳି ସମସ୍ୟାର ପଡ଼ିବାର ମୁଖ୍ୟ କାରଣ ହେଲା ଆବଶ୍ୟକ ବଜାରର ଅଭାବ। ଯେଉଁ ବଜାର ଅଛି ତା’ ସହିତ ଚାଷୀର ସିଧାସଳଖ ଲିଙ୍କ୍ ନାହିଁ। ତେଣୁ ଚାଷୀ କିଭଳି ବଜାର ସହିତ ଯୋଡ଼ି ହୋଇ ସିଧାସଳଖ ଲାଭ ପାଇବେ ସେ ନେଇ ସରକାର ଆବଶ୍ୟକ ପଦକ୍ଷେପ ନେବା ଦରକାର ବୋଲି ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.