ବୁଲି ବାଇ ଆପ୍ କଣ ? ଝାରସୁଗୁଡା ଯୁବକ ବିରୋଧରେ କଣ ରହିିଛି ଅଭିଯୋଗ

0 14

ଝାରସୁଗୁଡା: ବୁଲି ବାଇ ଆପ୍ ମାମଲାରେ ଝାରସୁଗୁଡାର ଜଣେ ୨୮ ବର୍ଷୀୟ ଯୁବକ ଗିରଫ ହୋଇଛନ୍ତି । ଗିରଫ ଯୁବକ ଜଣଙ୍କ ବ୍ରଜରାଜନଗର ଅଂଚଳର । ସେ ଏମବିଏ ପାସ୍ କରିବା ପରେ ଦିଲ୍ଲୀ ନୋଏଡାର ଏକ କମ୍ପାନୀରେ କାମ କରୁଥିବା ସୂଚନା ରହିଛି । ଗୁରୁବାର ସକାଳେ ମୁମ୍ବାଇ କ୍ରାଇମବ୍ରାଂଚର ପୁଲିସ ନିରଜ ସିଂହ (୨୮)ଙ୍କୁ ତାଙ୍କ ଘରୁ ସ୍ଥାନୀୟ ଥାନାକୁ ଆଣି ଜେରା କରିବା ପରେ ଗିରଫ କରିଥିଲା । ଏହାପରେ ସ୍ଥାନୀୟ କୋର୍ଟରେ ହାଜର କରି୬ ଦିନିଆ ରିମାଣ୍ଡରେ ମୁମ୍ବାଇକୁ ନେଇଛି ପୁଲିସ ।

କଣ ଏହି ବୁଲି ବାଇ ଆପ୍ ?
ବୋଲିର ଅର୍ଥ ନଲାମି । ବାଇର ଅର୍ଥ ମହିଳାଙ୍କ ଉଦେ୍ଦଶ୍ୟରେ ବ୍ୟବହାର ହୁଏ । ଏକ ଆପ୍ସରେ ମହିଳାଙ୍କ ଫଟୋ ଲଗାଯାଇ ତାଙ୍କ ସହିତ ସୋଶିଆଲ ମିଡିଆରେ କଥା ହେବାକୁ ହେଲେ କିଛି ପଇସା ଦେବାକୁ ପଡୁଥିଲା । ଯିଏ ସର୍ବାଧିକ ଟଂକା ଦେବ ସିଏ କଥା ହେବାକୁ ସୁଯୋଗ ପାଏ । କିନ୍ତୁ ଏହି ଧନ୍ଦାରେ ମହିଳାଙ୍କ ସୋଶିଆଲ ମିଡିଆରୁ ଫଟୋ ନିଆଯାଇ କାରବାର କରୁଥିଲେ ସାଇବର ଠକ ମାନେ ।

କେମିତି ଧରାପଡିଲା ଏହି ମାମଲା ?
ଚୋର ଘର ସବୁଦିନ ଅନ୍ଧାର ନଥାଏ ଭଳି ଜଣେ ମହିଳା ଦେଖିବାକୁ ପାଇଥିଲେ ତାଙ୍କର ଫଟୋ ଏହି ଆପରେ ବ୍ୟବହାର ହୋଇଛି ।ଏହାପରେ ସୋଶିଆଲ ମିଡିଆରେ ଏ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଏମିତିକି ସେ ମୁସଲମାନ ମହିଳା ହୋଇଥିବାରୁ ତାଙ୍କୁ ସମ୍ମାନହାନୀ କରିବାକୁ ଏପରି କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ । ଏହାପରେ ବିବାଦ ତୀବ୍ର ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ବର୍ଷ ଆରମ୍ଭରେ ସଂପୃକ୍ତ ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ଏହାପରେ ମୋଟ୍ ୪ଟି ରାଜ୍ୟରେ ୧୫ଟି ଏତଲା ଆସିଥିଲା । ମୋଟ୍ ୯୦ ଜଣ ମହିଳାଙ୍କ ଏହି ଆପରେ ନିଲାମି ପାଇଁ ସାମିଲ କରାଯାଇଥିଲା ।

କେମିତି ଧରାପଡିଲେ ଅଭିଯୁକ୍ତ?
କମ୍ପୁ୍ୟଟର ଏମର୍ଜେନ୍ସି ରେସପନ୍ସ ଟିମ୍ ଓ ଇଂଟରନେଟ୍ ଫୁ୍ୟଜନ ଏବଂ ଷ୍ଟ୍ରାଟେଜିକ୍ ଅପସ (ଆଇଏଫଏସଓ) ଏକାଠି ହୋଇ ତଦନ୍ତ କରୁଥିଲେ । ଏହାପରେ ଆପ୍ସ ତିଆରି ହୋଇଥିବା କମ୍ପ୍ୟୁଟର ଆଇପି ଆଡ୍ରେସକୁ ଠାବ କରି ନିରୋଜ ବିଷୋୟୀ ନାମକ ବ୍ୟକ୍ତିକୁ ଗିରଫ କରିଥିଲେ । ଗିରଫ ଯୁବକ ଜଣଙ୍କ ଆସାମର ବୋଲି ଜଣାପଡିଛି । ସାଧାରଣ ପରିବାରରୁ ଆସିଥିବା ଏହି ଯୁବକ ବିଟେକ୍ କରୁଥିଲା ।

କ’ଣ ରହିଛି ଝାରସୁଗୁଡା ଯୁବକଙ୍କ ବିରୋଧରେ ଅଭିଯୋଗ?

ଗିରଫ ଅଭିଯୁକ୍ତ ନିରଜର ସାନ ଭାଇ ନିକେଶ ସିଂଙ୍କ କହିଛନ୍ତି, ବୁଲି ବାଇ ଆପ୍ ତିଆରି କରିବାରେ ତାଙ୍କ ଭାଇଙ୍କର ହାତ ନାହଁ କି ଅଂଶୀଦାର ନାହିଁ । କିନ୍ତୁ ଯେଉଁମାନେ ଏହି ଆପ୍ ତିଆରି କରିଛନ୍ତି, ସେମାନେ ଏକ ଟ୍ୱିଟର ଗ୍ରୁପରେ ଥିଲେ ଯେଉଁଥିରେ ତାଙ୍କର ଭାଇ ମଧ୍ୟ ସଦସ୍ୟ ଥିଲେ, ତେଣୁ ସେମାନେ ସେହି ଗ୍ରୁପ ବିଷୟରେ ଅଧିକ ଜାଣିବାକୁ ରିମାଣ୍ଡରେ ନେଇଛନ୍ତି ।

Leave A Reply

Your email address will not be published.