ନବୀନଙ୍କ ନିଷ୍ପତ୍ତି, ବଢାଇବ ଦିବ୍ୟଶଙ୍କରଙ୍କ ଅଡ଼ୁଆ !

0 55

ଭୁବନେଶ୍ୱର: ଦରଦାମ ବୃଦ୍ଧିକୁ ବିରୋଧ କରି ରାଜ୍ୟର ଶାସକ ଦଳ ବିଜେଡି କରୁଥିବା ଆନ୍ଦୋଳନକୁ ପ୍ରତ୍ୟାହର କରିବ ବୋଲି ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଏକ୍ସାଇଜ ଶ୍ଳୁକ କମାଇବା ପରେ ରାଜ୍ୟ ସରକାର ମଧ୍ୟ ଭାଟ କମାଇଛନ୍ତି। ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ନିଷ୍ପତ୍ତି ନେଇଛି। କିନ୍ତୁ ଶାସକ ଦଳର ଏପରି ନିଷ୍ପତ୍ତି ଆଗାମୀ ଦିନରେ ବିଜେଡି ତଥା ଶାସକ ଦଳର ବିଧାୟକ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଅଡୁଆରେ ପକାଇବ।

ଶିକ୍ଷୟତ୍ରୀ ମମିତା ମେହେର ପ୍ରସଙ୍ଗରେ ହତ୍ୟାକାରୀ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଦିବ୍ୟଶଙ୍କର ମିଶ୍ର ସହଯୋଗ କରିଥିବା ବିରୋଧୀ ଦାବି କରିଛନ୍ତି। ତେଣୁ ଇସ୍ତଫା ଦାବିରେ ପ୍ରତିଦିନ ବିରୋଧୀ ବିଜେପି ଏବଂ କଂଗ୍ରେସ ଆନ୍ଦୋଳନ ଏବଂ ବନ୍ଦ ପାଳନ କରୁଛନ୍ତି। ଏହାକୁ କାଉଣ୍ଟର କରିବାକୁ ଯାଇ ଗତ ରବିବାର ପାଖରୁ ବିଜେଡି ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରି ବିରୋଧୀ ବିଜେପିକୁ ଘେରିବାକୁ ଚେଷ୍ଟା କରିଥିଲା। ପରେ ଟିଭି ଏବଂ ଖବରକାଗଜରେ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଯେଉଁଭଳି ଖବର ହେଉଥିଲେ ତାହା କ୍ରମଶଃ ଶୀଥିଳ ପଡିଯାଇଥିଲା। ଯାହାକି ଶାସକ ଦଳ ଏବଂ ସରକାର ଚାହାଁନ୍ତି ବୋଲି ବିରୋଧୀ ଦାବି କରିଥିଲେ। ହେଲେ ଏବେ ପେଟ୍ରୋଲ ଏବଂ ଡିଜେଲ ଦର କମିବା ପରେ ବିଜେଡି ଆନ୍ଦୋଳନ ପ୍ରତ୍ୟାହାର କରିବ ବୋଲି ଘୋଷଣା କରିଛି। କିନ୍ତୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ବିଜେପି କିନ୍ତୁ ସବୁଆଡେ ବନ୍ଦ ପାଳନ କରୁଛି। ଆଗକୁ ପଂଚାୟତ ନିର୍ବାଚନ ରହିଛି ମାକୁ ସମ୍ମାନର ନାରା ଦେଉଥିବା ବିଜେଡି ସରକାରରେ ମହିଳା ଅସୁରକ୍ଷିତ ବୋଲି ଦର୍ଶାଇ ବିଜେପି ବିଜେଡିର ମହିଳା ଭୋଟ ବାକ୍ସକୁ ଜବତ କରିବାକୁ ଚେଷ୍ଟା କରୁଛି।

ତେଣୁ ଏବେ ତେଲ ଉପରୁ କେନ୍ଦ୍ର ଓ ରାଜ୍ୟ ମିଶି ପାଖାପାଖି 10 ଟଂକା ଟିକସ ହ୍ରାସ କରିଥିବାରୁ ଅନ୍ୟାନ୍ୟ ଦରଦାମ ମଧ୍ୟ ଆଗାମୀ ଦିନରେ କମିବାକୁ ଯାଉଛି।  ତେଣୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ ପୁଣିଥରେ ଚର୍ଚ୍ଚାରେ ରହିବାକୁ ଯାଉଛି।

Leave A Reply

Your email address will not be published.