‘କଂଗ୍ରେସର ବନ୍ଦକୁ ବିରୋଧ କରି ହାଇକୋର୍ଟ ଯାଇଥିବା ବ୍ୟକ୍ତି ଶାସକ ଦଳର ଲୋକ’

0 365

ଭୁବନେଶ୍ୱର: ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ବନ୍ଦ ଡାକରା ଶେଷ ହୋଇଛି । ହେଲେ ଏହି ବନ୍ଦକୁ ବିରୋଧ କରି ହାଇକୋର୍ଟ ଯାଇଥିବା ବ୍ୟକ୍ତିଙ୍କ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ନେତା। କଂଗ୍ରେସର ବନ୍ଦ ଡାକରାକୁ ଭଣ୍ଡୁର କରିବାକୁ ଯାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ବିଜେଡି । ଯିଏ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସେ ବିଜେଡି ଲିଗାଲ ସେଲର ସଦସ୍ୟ ବୋଲି କହିଛନ୍ତି ଏଆଇସିସି ସମ୍ପାଦକ ଶରତ ରାଉତ ।

ସେ କହିଛନ୍ତି କଂଗ୍ରେସ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫଦାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଦଳ ବନ୍ଦ ଡାକରା ଦେଇଥିଲା । ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏକ ନୂଆ ଢାଞ୍ଚାରେ କଂଗ୍ରେସ ବନ୍ଦ କରିଛି । ବିଜେଡ଼ି ଯେଉଁ ଆଶଙ୍କା କରି ହାଇକୋର୍ଟ ଯାଇଥିଲା ତାହା ସଫଳ ହେଲା ନାହିଁ । ହାଇକୋର୍ଟଙ୍କ ରାୟ ସମସ୍ତ ରାଜନୈତିକ ଦଳ ଗୁଡିକ ପାଇଁ ଲାଗୁ ହେବା ଉଚିତ । କଂଗ୍ରେସର ବନ୍ଦ ଉଦ୍ଦେଶ୍ୟ ସାଧିତ ହୋଇଛି । ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଦଳ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବ।

ଉଲ୍ଲେଖଯୋଗ୍ୟ, କଂଗ୍ରେସର ବନ୍ଦ ଡାକରାକୁ ବିରୋଧ କରି ହାଇକୋର୍ଟରେ ଆବେଦନ ହୋଇଥିଲା। ଏହି ସମୟରେ ଆବଦେନକାରୀ କହିଥିଲେ କୋଭିଡ ପରେ ସ୍ଥିତି ସୁଧୁରୁଛି। ତେଣୁ ବନ୍ଦ ନହେବା ଉଚିତ । କାରଣ ବନ୍ଦ ପାଇଁ ଅନେକ ଲୋକ ହାଇରାଣ ହେବେ । ଏହାପରେ ହାଇକୋର୍ଟ କହିଥିଲେ କଂଗ୍ରେସ ବନ୍ଦ କରିପାରିବନି କେବଳ ହରତାଳ କରିବ । ଦୋକାନ ବଜାର ବନ୍ଦ କରିବାକୁ କିମ୍ବା ଲୋକଙ୍କୁ ନଯିବା ପାଇଁ ବାରଣ କରିପାରିବେନି ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ।

Leave A Reply

Your email address will not be published.

error: Content is protected !!