ବିରତି ନେବ ଶୀତ, ଆସୁଛି ଲଘୁଚାପ !

0 47

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହର ଆରମ୍ଭ ହୋଇଯାଇଛି । ରାତିବେଳା ତାପମାତ୍ରା କମ୍ ରହୁଥିବାରୁ ଏହି ସମୟରେ ଶୀତ ଅଧିକ ଅନୁଭୂତ ହେଉଛି । ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ରାତି ବେଳା ୮ ସହରରେ ୧୫ ଡ଼ିଗ୍ରୀ ତଳେ ତାପମାତ୍ରା ରହିଛି । ୧୦ ଡ଼ିଗ୍ରୀ ସହ ଆଜି ବି ଦାରିଙ୍ଗବାଡି ଓଡିଶାର ଥଣ୍ଡା ସହର ପାଲଟିଛି । ଫୁଲବାଣୀରେ ୧୧.୫ଡ଼ିଗ୍ରୀ, କୋରାପୁଟ ୧୨.୦ଡ଼ିଗ୍ରୀ, କେନ୍ଦୁଝର ୧୩.୦, ଭବାନୀପାଟଣା ଏବଂ ଝାରସୁଗୁଡା ରେ ୧୪.୨ଡ଼ିଗ୍ରୀ, ଟିଟଲାଗଡ ଏବଂ ସୋନପୁର ରେ ୧୪.୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୭.୪ଡ଼ିଗ୍ରୀ ଏବଂ କଟକରେ ୧୭ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ବଙ୍ଗୋପସାଗରରେ  ହୋଇଥିବା ଲଘୁଚାପ ପ୍ରଭାବ ଯୋଗୁ ଏବେ ବିଶେଷ ଥଣ୍ଡା ଅନୁଭୂତ ହେବନି । ୧୦ ତାରିଖରୁ ରାତି ତାପମାତ୍ରା ୩ରୁ ୪ଡିଗ୍ରୀକୁ ଖସିଯିବ। ଦାରିଙ୍ଗିବାଡ଼ି ଓ ଟିଟିଲାଗଡ଼ରେ ସର୍ବନିମ୍ନ ତାପମାତ୍ରା ୬ରୁ ୭ ଡିଗ୍ରୀ ବଢ଼ିବ ଓ କମ୍‌ ଶୀତ ଅନୁଭବ ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପାଣିପାଗ ବିଶେଷଜ୍ଞ ଡକ୍ଚର ପଶୁପାଳକ କହିଛନ୍ତି, ଲଘୁଚାପ ଯୋଗୁଁ ୧୧ରୁ ୧୫ ତାରିଖ ଯାଏ ପାଗ ମେଘୁଆ ସହ ଝିପ ଝିପ ବର୍ଷା ହୋଇପାରେ । ଏହି ସମୟରେ ରାତି ବେଳା ତାପମାତ୍ରା ଦୁଇ ରୁ ଚାରି ଡିଗ୍ରୀ ରହିବ ବୋଲି ଅନୁମାନ କରାଯାଉଛି। ତେବେ ୧୫ ପରେ ତିନି ଦିନ ପରେ ରାଜ୍ୟରୁ ଶୀତ କମିବ । ସେହିପରି ୧୨ତାରିଖରେ ଉତ୍ତର ଓଡ଼ିଶାର ପାଗ କୋହଲା ସହିତ କୁହୁଡି ରହିବ ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ନିକଟରେ ପୂର୍ବାନୁମାନ କରିଥିଲା। ଏହାର ପ୍ରଭାବ କେଉଁଠି ରହିବ ବୋଲି ଜଣାପଡିନି । କିନ୍ତୁ ଆକଳନ ଅନୁଯାୟୀ ଆନ୍ଧ୍ର ପ୍ରଦେଶ ଏବଂ ଓଡିଶା ଉପରେ ଏହାର ପ୍ରଭାବ ରହିବ।

Leave A Reply

Your email address will not be published.