ଅପରାଜିତାଙ୍କୁ ରାଜ୍ୟ ବିଜେପିର କଣଠେସା

Odisha bjp

0 32

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟ ବିଜେପି ସାଂସଦ ଅପରାଜିତାଙ୍କୁ ଏକ ପ୍ରକାର କଣଠେସା କରି ଚାଲିଛନ୍ତି। ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଅଣଦେଖା କରାଯାଉଥିବା ପରିଲକ୍ଷିତ କରାଯାଉଛି। ଗତକାଲି ବିଜେପି ପକ୍ଷରୁ ଓଡ଼ିଶା ରାଜ୍ୟ କୋର କମିଟି ଘୋଷଣା ହୋଇଛି। ଏହି କମିଟିରେ ମୋଟ୍ ୧୭ଜଣ ସ୍ଥାନ ପାଇଥିବାବେଳେ ଅପରାଜିତାଙ୍କୁ ସାମିଲ କରାଯାଇ ନାହିଁ।  ଏଥିରେ ରାଜ୍ୟ ପ୍ରଭାରୀ ଡ.ପୁରନେ୍ଦଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟପାଲ ସିଂହ ତୋମାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ରାଜ୍ୟ କୋର କମିଟିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, କେ.ଭି ସିଂହଦେଓ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସମ୍ପାଦିକା ସୁରମା ପାଢ଼ୀ ପ୍ରମୁଖ ସ୍ଥାନ ପାଇଛନ୍ତି । ହେଲେ ଏହି ତାଲିକାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସ୍ଥାନ ନପାଇବା ଚକିତ କରିଛି । ଅପରାଜିତା ଏବେ ସାରା ରାଜ୍ୟରେ ଶୋଭାଯାତ୍ରା, ସଭା କରୁଥିବାବେଳେ ତାଙ୍କୁ ରାଜ୍ୟ କୋର କମିଟିରୁ ବାଦ ଦେବା ପଛରେ କାହାର ଭୂମିକା ଅଛି ତାହାକୁ ନେଇ ଚର୍ଚ୍ଚା ହେଉଛି । ସେହିପରି ବଲାଙ୍ଗୀରରୁ ୪ଥର ସାଂସଦ ହୋଇଥିବା ସଙ୍ଗୀତାଙ୍କୁ ବି କାହିଁକି ଏଥିରୁ ବାଦ ଦିଆଗଲା ତାହା ସ୍ପଷ୍ଟ ହୋଇନି । ଦଳର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ସଙ୍ଗୀତାଙ୍କ ସ୍ୱାମୀ କନକବର୍ଦ୍ଧନ କୋର କମିଟିରେ ଥିବାରୁ ଅନ୍ୟ ନେତାଙ୍କୁ ସାମିଲ କରିବା ପାଇଁ ସଙ୍ଗୀତାଙ୍କୁ ବାଦ ଦିଆଯାଇଛି । ହେଲେ ଅପରାଜିତାଙ୍କୁ କେଉଁ ସମୀକରଣରେ ବାଦ ଦିଆଯାଇଛି ତାହା ସେ କହିନାହାନ୍ତି ।

Leave A Reply

Your email address will not be published.