ଶାଢି ପିନ୍ଧି ଚର୍ଚ୍ଚାରେ ଏମପି ନୁସୁରତ୍‌..

MP NUSHRAT

0 88

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ଏମପି ନୁସୁରତ ଜାହାନ । ପୂର୍ବରୁ ପାର୍ଲାମେଂଟର ଏକ ମିଟିଂରେ ନୁସୁରତ ୱେଷ୍ଟର୍ଣ୍ଣ ଡ୍ରେସ୍ ପିନ୍ଧି ଚର୍ଚ୍ଚାର ପରିସରକୁ ଆସିଥିଲେ । ସେତେବେଳେ ଅନେକ ତାଙ୍କ ଏପରି ଛୋଟ ପୋଷାକ ପାଇଁ ସମାଲୋଚନା କରିଥିଲେ । ତେବେ ଚଳିତ ପାର୍ଲାମେଂଟ ଅଧିବେଶନରେ ଶାଢି ପିନ୍ଧି ନବବଧୂ ପରି ସଜେଇ ହୋଇ ପାର୍ଲାମେଂଟକୁ ଯିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ନୁସୁରତ ଜଣେ ମୁସଲମାନ ହୋଇଥିବାରୁ ତାଙ୍କ ଶାଢି ପିନ୍ଧାକୁ କିଛି ମୁସଲିମ୍ ସଂପ୍ରଦାୟର ବ୍ୟକ୍ତି ସମାଲୋଚନା କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗ୍ଲାମର ଏମପିର ମାନ୍ୟତା ପାଇଥିବା ନୁସୁରତ ଗଲା କିଛିଦିନ ତଳେ ନିଖିଲ ଜୈନ ନାମକ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ଚଳିତ ପାର୍ଲାମେଂଟ ଅଧିବେଶନ ବେଳେ ଶପଥ ଗ୍ରହଣ ସମୟରେ ସେ ନିଜକୁ ନବବଧୂ ପରି ସଜାଇଥିଲେ । ଶାଢି ସହ ୍ୱଥାରେ ସିନ୍ଦୁର, ହାତରେ ଶଂଖା ଇତ୍ୟାଦି ପିନ୍ଧିଛନ୍ତି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ନୁସୁରତ ଜଣେ ମୁସଲମାନ ହୋଇଥିବାରୁ ହିନ୍ଦୁ ବେଶ ପୋଷାକ ପିନ୍ଧିବା ଠିକ୍ ନୁହେଁ ବୋଲି କିଛି ମତ ରଖିଥିବା ବେଳେ ଅନ୍ୟ କେତେକ ଏହାକୁ ଭାରତୀୟ ସଂସ୍କୃତିର ମହାନତା ବୋଲି କହିଛନ୍ତି । ଅନ୍ୟ କେତେକଙ୍କ ମତରେ ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ ଥିବାରୁ ହିନ୍ଦୁ ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ନୁସୁରତ ଏପରି ନବକଳେବର ଧାରଣ କରିଛନ୍ତି ।

Leave A Reply

Your email address will not be published.