କେନ୍ଦ୍ରାପଡ଼ାରେ କେଁ ପୂରାଇଲେ ନିରଂଜନ

0 46

କେନ୍ଦ୍ରାପଡା ଜିଲା କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସମାବେଶରେ ଯୋଗଦେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଜିଲାର ରାଜନୀତିରେ କେଁ ପୂରାଇ ଦେଇଛନ୍ତି । ନିଜ କଟାକ୍ଷ ଶୈଳୀରେ ଭାଷଣ ଦେଇ ଶ୍ରୀ ପଟ୍ଟନାୟକ ଜିଲାର ଶାସକ ବିଜେଡିର ଏମଏଲଏ ଓ ଏମପିଙ୍କୁ ଟାର୍ଗେଟ କରିବା ସହ, ସେମନେ ଜିଲାର ସ୍ୱାର୍ଥରକ୍ଷା ପରିବର୍ତେ କିପରି ନିଜ ସ୍ୱାର୍ଥ ପାଇଁ ବ୍ୟସ୍ତ ଅଛନ୍ତି, ତାହା ସର୍ବ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି, ଯାହା କେନ୍ଦ୍ରାପଡ଼ା ରାଜନୀତିକୁ ସରଗରମ କରିଦେଇଛି ।

ମାଟି ପାଇଁ ପାର୍ଟି ନାମରେ ଆୟୋଜିତ ଏହି ସମାବେଶ କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ଦାବି କରାଯାଇଥିଲା । କେନ୍ଦ୍ରାପଡାକୁ ଶାସକ ଦଳ କିପରି ଅବହେଳା କରୁଛି ନିରଂଜନ ତାହାର ଅବତାରଣା କରିଥିଲେ । ବିଧାୟକମାନଙ୍କ ନାଁ ନ ନେଇ ନିରଂଜନ କହିଥିଲେ, ଏଠାକାର ୨ ଜଣ ଟାଣୁଆ ବିଧାୟକ ଜିଲାର ସ୍ୱାଭିମାନ ରକ୍ଷା ପରବର୍ତେ ନିଜେ କେମିତି ମନ୍ତ୍ରୀ ହେବେ ସେ ପାଇଁ ପ୍ରତିଯୋଗିତାରେ ଲିପ୍ତ ଅଛନ୍ତି । ଅନ୍ୟ ଜଣେ ବିଧାୟକ ବହୁ ପୁରୁଣା ରାଜନେତା ହୋଇଥିଲେ ମଧ୍ୟ ଶେଷରେ ତାଙ୍କୁ ବାହାରୁ ଆମଦାନୀ କରାଯାଇ ଏଠାରେ ଥଇଥାନ କରାଯାଇଛି । ସେ ନିଜ ସିଟ୍ କିପରି ବଜାୟ ରଖିବେ, ସେହି ଚିନ୍ତାରେ ଅଛନ୍ତି । ଅନ୍ୟ ଜଣେ ମାଟି ଚିନ୍ତା କରିବା ପରିବର୍ତେ ନିଜ ସ୍ୱାସ୍ଥ୍ୟ ଚିନ୍ତାରେ ବୁଡ଼ି ରହୁଛନ୍ତି । ଏମପିଙ୍କ ନାଁ ନ ନେଇ ସେ କହିଥିଲେ, ଏମପି ଜିଲାର ସ୍ୱାଭିମାନ ରକ୍ଷା କରିବେ କଣ, ବରଂ ନିଜ ପାରିବାରିକ ଝଗଡ଼ାରେ ବ୍ୟସ୍ଥ । ଏପରି ସ୍ଥଳେ ଜିଲାର ସ୍ୱାଭିମାନକୁ ଜଳାଂଜଳି ଦିଆଯାଇଛି । ଏପରି ନେତାମାନଙ୍କର ବାହାରେ ପାଟି ଖୋଲିବାକୁ ସତ୍‌ସାହସ ନାହିଁ । ଯିଏ ପାଟି ଖୋଲିବ, ଗୋପାଳପୁରର ପାଣିଗ୍ରାହୀଙ୍କ ଅବସ୍ଥା ଭୋଗିବ ବୋଲି ସେ ପରିହାସ କରି କହିଥିଲେ ।

ଯଦିଓ ଏହା କଂଗ୍ରେସର ଏକ ରାଜନୈତିକ ସଭା ଥିଲା, ତେବେ ଶାସକ ଦଳର ବିଧାୟକମାନଙ୍କ ପ୍ରତି ନିରଂଜନଙ୍କ ଏପରି କାଟାକ୍ଷ, କଟା ଘା’ରେ ଲୁଣ ସଦୃଶ୍ୟ ହୋଇଛି । ଏପରି କହି ପିସିସି ସଭାପତି କେନ୍ଦ୍ରାପଡ଼ାର ରାଜନୀତିରେ କେଁ ପୂରାଇ ଦେଇଛନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ପ୍ରକାଶ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରାପଡା ମ୍ୟୁନିସିପାଲିଟି ରାଜ୍ୟର ସର୍ବ ପୂରାତନ ହୋଇଥିଲା ବେଳେ ଏହା ୧୫୦ ବର୍ଷ ପୂରଣ କରିସାରିଲାଣି । ମେଡିକାଲ କଲେଜ ପାଇଁ ଏଠାରେ ସବୁ ଭିତିଭୂମି ରହିଥିବା ସତ୍ୱେ ଜିଲାକୁ ଏଥିରୁ ଉପେକ୍ଷା କରାଯାଇଛି । ଅପରପକ୍ଷେ ପଡୋଶୀ ଯାଜପୁର ଜିଲାର ଜଣେ ପ୍ରଭାବଶାଳୀ ବିଧାୟକ ନିଜ ଜିଲାରେ ମେଡିକାଲ କଲେଜଟିଏ କରାଇ ନେଇଥିବାରୁ ତାହା ମଧ୍ୟ ଏଠାକାର ଶାସକ ଦଳର ନେତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

Leave A Reply

Your email address will not be published.