ନିର୍ବାଚନୀ ମୁଦ୍ଦା: ଚନ୍ଦା ମୁଣ୍ଡରେ ଉଠିବ କେଶ

0 121

ସିଓଲ: ନିର୍ବାଚନ ବେଳେ ଅନେକ କିଛି ପ୍ରତିଶ୍ରୁତି ନେତାମାନେ ଦିଅନ୍ତି। ଭାରତରେ ନିର୍ବାଚନୀ ପ୍ରଚାର ବେଳେ ବିଜୟୀ ହେଲେ ଜୋତା, ଛତା ପାଖରୁ ଆରମ୍ଭ କରି ଗାଡି, ଘୋଡା, ଘର, ସାଇକେଲ, ଲାପଟପ ଆଦି ଖୁସି ହୋଇ ଅନେକ ଉପହାର ଦିଅନ୍ତି । ଏମିତିକି ବିଜୟୀ ହେଲେ ବ୍ୟାଙ୍କ ଆକାଉଂଟକୁ ସରକାର ପଇସା ପଠାଇବେ ବୋଲି ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ଇତି ମଧ୍ୟରେ ଅଜବ ପ୍ରତିଶ୍ରୁତି ସାମ୍ନାକୁ ଆସିଛି। ତାହା ହେଲେ ନେତା ବିଜୟୀ ହୋଇ ସରକାର ଗଢିଲେ ଚନ୍ଦା ହୋଇଯାଇଥିବା ମଣିଷର ମୁଣ୍ଡରେ କେଶ ଉଠିବ । ଅର୍ଥାତ୍ ଯେଉଁ ଲୋକ ଚନ୍ଦା ହେବା ପରେ ଯେଉଁ ଟାହି ଟାପରା ଶୁଣେ ବାଳ ହରାଇବା କାରଣରୁ ଆଉ ସେହି ତାନା ଶୁଣିବାକୁ ମିଳିବନି । କିନ୍ତୁ ଏପରି ପ୍ରତିଶ୍ରୁତିକୁ କଣ ଜନତା ଗ୍ରହଣ କରିବେ ଏବେ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ । କିନ୍ତୁ ହଁ ଲୋକେ ଏବେ ଏହାକୁ ପସନ୍ଦ କରିଛନ୍ତି ଆଉ ଯେଉଁ ନେତା ଏହି ପ୍ରତିଶ୍ରୁତି ଦେଇଛନ୍ତି ତାଙ୍କ ପ୍ରତି ଜନସମର୍ଥନ ବଢୁଥିବା ଦେଥିବାକୁ ମିଳିଛି ।

ନିକଟରେ ବଲିଉଡରେ ‘ବାଲା’ ଏବଂ ‘ଉଜଡା ଚମନ’ ଭଳି ଚଳଚ୍ଚିତ୍ର ଜରିଆରେ ଚନ୍ଦାର ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆଲୋଚନା ହୋଇଛି । କିନ୍ତୁ ଏବେ କେଶକୁ ଗୁରୁତ୍ୱ ଦେଇ ପ୍ରଥମ ଥର ପାଇଁ ନିର୍ବାଚନ ପ୍ରସଙ୍ଗ ହୋଇଛି । ଏପରି ଘଟିଛି ଦକ୍ଷିଣ କୋରିଆରେ । ଦକ୍ଷିଣ କୋରିଆରେ ଏବେ ମୁଣ୍ଡରେ କେଶ ଉଠାଇବା ଏବେ ଏକ ନିର୍ବାଚନ ପ୍ରସଙ୍ଗ ପାଲଟିଛି । ଏବଂ ଏହା ସହିତ ଦକ୍ଷିଣ କୋରିଆ ମଧ୍ୟ ପ୍ରଥମ ଦେଶ ହୋଇପାରିଛି ଯେଉଁଥିରେ ବାଳ ସମସ୍ୟାକୁ ନେଇ ସାରା ଦେଶରେ ଆଲୋଚନା କରାଯାଉଛି।

କେଶ ହରାଇବାର ଯନ୍ତ୍ରଣା ଉପରେ ଗୁରୁତ୍ୱ ଦେଇ ଦକ୍ଷିଣ କୋରିଆର ରାଷ୍ଟ୍ରପତି ପ୍ରାର୍ଥୀ ଲି ଜେ-ମ୍ୟୁଙ୍ଗ କେଶ ଝଡୁଥିବା ଉପରେ ରୋକ ଲଗାଇବା ସହିତ ସେମାନଙ୍କ ଚିକିତ୍ସାରେ ସରକାରୀ ସହାୟତା ଦେବା ପାଇଁ ଲି ଜାଏ ମ୍ୟୁଙ୍ଗ ଘୋଷଣା କରିଛନ୍ତି । ଏହା ପରେ ସେ ଚନ୍ଦାପଣର ଶିକାର ହୋଇଥିବା ଭୋଟରଙ୍କ ଠାରୁ ବହୁତ ସମର୍ଥନ ପାଇଛନ୍ତି । ଦକ୍ଷିଣ କୋରିଆର ରାଷ୍ଟ୍ରପତି ପ୍ରାର୍ଥୀ ଲି ଜେ ଗତ ସପ୍ତାହରେ ଲୋକଙ୍କର ବାଳ ଝଡିବା ଉପରେ ସୁରକ୍ଷା ଦେବା ପାଇଁ ଏହି ପ୍ରସ୍ତାବ ଆଣିଛନ୍ତି। ଯେଉଁଥିରେ କେଶ ଝଡ଼ିବା ବନ୍ଦ କରିବା ପାଇଁ ବାଳ ଲୋକଙ୍କ ଚିକିତ୍ସାରେ ସରକାରୀ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏବଂ କେଶ ଝଡ଼ିବା ବନ୍ଦ କରିବା ପାଇଁ ଚିକିତ୍ସା ରାଷ୍ଟ୍ରପତି ନିର୍ବାଚନରେ ​​ଏକ ବଡ଼ ନିର୍ବାଚନ ପ୍ରସଙ୍ଗ ପାଲଟିଛି।

ବିରୋଧୀ ଦଳ କିନ୍ତୁ ଏପରି ନିର୍ବାଚନ ପ୍ରସଙ୍ଗକୁ ନେଇ ଅସନ୍ତୋଷ କରିବା ସ୍ୱାଭାବିକ। ବିରୋଧୀ ଦଳ କହିଛନ୍ତି ଯେ ଶାସକ ଦଳର ପ୍ରାର୍ଥୀ ଭୋଟ୍ ପାଇବା ପାଇଁ ଏପରି ଜନପ୍ରିୟ ପ୍ରସ୍ତାବ ଦେଇଛନ୍ତି। ଦକ୍ଷିଣ କୋରିଆର ରାଷ୍ଟ୍ରପତି ପ୍ରାର୍ଥୀ ଲି ଜେ ଚନ୍ଦା ନୁହଁନ୍ତି । କିନ୍ତୁ ସେ ବାଳ ହରାଇଥିବା ଲୋକଙ୍କ ବିଷୟରେ ଚିନ୍ତିତ। ଅନ୍ତର୍ଜାତୀୟ ମିଡିଆର ରିପୋର୍ଟ ଅନୁଯାୟୀ, ଲି ଜେ କହିଛନ୍ତି ଯେ ‘ଜାତୀୟ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ଦ୍ୱାରା କେଶର ପୁନଃ ନିର୍ମାଣର ଚିକିତ୍ସା ଅନ୍ତର୍ଭୂକ୍ତ କରାଯିବା ଉଚିତ। କେଶର ପୁନଃ ଚିକିତ୍ସା ପାଇଁ ମୁଁ ଏକ ଭଲ ନୀତି ପ୍ରସ୍ତୁତ କରିବି। ‘ ସ୍ୱାସ୍ଥ୍ୟ ବୀମା ବିଷୟରେ କହିବାକୁ ଗଲେ, ଏହାର ଚିକିତ୍ସା ସାରା ବିଶ୍ୱରେ କରୋନା ମହାମାରୀ ଆସିବା ପୂର୍ବରୁ ବୀମାଭୁକ୍ତ ହୋଇନଥିଲା। କିନ୍ତୁ, ବିଶ୍ୱର ସରକାରମାନେ ବୀମା କମ୍ପାନୀମାନଙ୍କୁ କରୋନା ଚିକିତ୍ସାକୁ ଅନ୍ୟ ରୋଗ ପରି ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ କରିବାକୁ କହିଥିଲେ। ତେଣୁ, ଏହି ଅନୁଯାୟୀ ଏହି ପ୍ରସ୍ତାବ ମଧ୍ୟ ଭୁଲ୍ ମନେ ହେବନି ବୋଲି ସେ କହିଛନ୍ତି।

ଦକ୍ଷିଣ କୋରିଆରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣଙ୍କର କେଶ ଝଡିବା ସମସ୍ୟା ରହିଛି। ଏହାକୁ ଦେଖି ଜଣେ କହିପାରିବେ ଯେ ଦକ୍ଷିଣ କୋରିଆରେ ଏହା ଏକ ଗମ୍ଭୀର ସମସ୍ୟା। ଏବଂ ଏହାର ଚିକିତ୍ସା କରାଯିବା ଜରୁରୀ। ଏକ ଅଧ୍ୟୟନ ଅନୁଯାୟୀ, ଦୁନିଆର 70 ପ୍ରତିଶତ ପୁରୁଷ ନିଜ ଜୀବନରେ କେଶ ଝଡ଼ିବା କିମ୍ବା ଚନ୍ଦା ଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏବଂ କୌଣସି ବୟସରେ ବାଳ ସମସ୍ୟା ଦେଖାଦେଇପାରେ। ଏହି ସମସ୍ତ ଆକଳନ ଅନୁଯାୟୀ, ବିଶ୍ୱର ବିଭିନ୍ନ ଦେଶରେ ଲି ଜେ-ମ୍ୟୁଙ୍ଗଙ୍କ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କରାଯିବା ଉଚିତ ବୋଲି ସୋଶିଆଲ ମିଡିଆରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.