ନବକୃଷ୍ଣ ଚୌଧୁରୀ ଥିଲେ ଓଡ଼ିଶାର ଋଷିପ୍ରତିମ ରାଜନତୋ

ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ଏବଂ ସମ୍ପୂର୍ଣ୍ଣ ନିଶାନିବାରଣ ପାଇଁ ସେ ଆଇନ ପ୍ରଣୟନ କରିଥିଲେ

ODISHA DAILY: ଭୁବନଶେ୍ୱର:ବିଶିଷ୍ଟ ର୍ସବୋଦୟ ନତୋ,ମୌଳିକ ଶିକ୍ଷାର ପ୍ରର୍ବତ୍ତକ,ନିଶା ନିବାରଣ ଆନ୍ଦୋଳନର ର୍କଣ୍ଣଧାର, ଓଡ଼ିଆ ଭାଷା ସୁରକ୍ଷା ଓ ଚାଷୀମାନଙ୍କ ଅଧିକାର ପାଇଁ ଲଢେଇ କରୁଥିବା ନୀତିନିଷ୍ଠ ରାଜନତୋ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜୟନ୍ତୀ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଭାଗର ଅନୁଶାସନ ସଚିବ ଲଷ୍ମୀଧର ବହେରୋଙ୍କ ସଂଯୋଜନାରେ ଓଡିଶା ବିଧାନସଭା ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ପ୍ରତ୍ୟୁଷରେ ଏହି ବିଶିଷ୍ଟ ଜନନତୋଙ୍କ ଠାରେ ମାଲ୍ୟାର୍ପଣ ସହ ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିରେ ଯୋଗଦେଇ ବକ୍ତାମାନେ ନବକୃଷ୍ଣ ଚୌଧୁରୀ ଏକ ପ୍ରତିଷ୍ଠିତ ଜମିଦାର ପରିବାରରେ ଜନ୍ମନେଇ ସ୍ୱାଧୀନତା ସଂଗ୍ରାମରେ ସପରିବାର ସାମିଲ ହୋଇ ବହୁବାର କାରବରଣ କରିଥିଲେ ବୋଲି କହିଥିଲେ । ତାଙ୍କ ବଡ଼ଭାଇ ଗୋପବନ୍ଧୁ ଚୌଧୁରୀ,ବଡ଼ ଭାଉଜ ମା ରମାଦବେୀ,ପତ୍ନୀ ମାଳତୀ ଚୌଧୁରୀ ଓ ଝିଆରୀ ଅନ୍ନପୂର୍ଣ୍ଣା ମହାରଣା ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ କାରାବରଣ କରିଥିଲେ। ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନ ସହ ସମସ୍ତ ଓଡ଼ିଆ ଭାଷା ଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ସେ ଆଜୀବନ ସଂର୍ଘଷ କରିଥିଲେ। ରାଜସ୍ୱ ମନ୍ତ୍ରୀ ଭାବେ ଭାଗଚାଷୀ ଆଇନ ପ୍ରଣୟନ ଓ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ଏବଂ ସମ୍ପୂର୍ଣ୍ଣ ନିଶାନିବାରଣ ପାଇଁ ସେ ଆଇନ ପ୍ରଣୟନ କରିଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଚାଲି ଚାଲି ସରକାରୀ ବସଗୃହକୁ ଯାଇ ବସ ଯୋଗେ ଅନୁଗୋଳ ଯାଇ ବାଜି ରାଉତ ଛାତ୍ରାବାସରେ ଅବସ୍ଥାନ କରି ଗୋପାଳନ,କୃଷିକାର୍ଯ୍ୟ ସମ୍ପାଦନ ସହ ସେ ବଜାରରେ କ୍ଷୀର ବିକ୍ରୟ ମଧ୍ୟ କରୁଥିଲେ, ଯାହା ଆଜିର ଯୁବ ପିଢ଼ି ପାଇଁ ଆଶ୍ର୍ଚଯ୍ୟଜନକ ହବେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ l ଅଧ୍ୟାପକ ରମଶେ ଚନ୍ଦ୍ର ପାତାଳସିଂହ,ଶିକ୍ଷାବିତ ନିରଞ୍ଜନ ପଣ୍ଡା,ସୁମିତ୍ରା ଜନୋ,ଗିରିଜା ଶଙ୍କର ମହାପାତ୍ର,ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ,ନାରାୟଣ ଓଝା,ତନ୍ମୟ ସାମନ୍ତରାୟ, ଉଇ ଫର ଭୁବନଶେ୍ୱର ସଭ୍ୟବୃନ୍ଦ,ମୁକୁନ୍ଦ ଶତପଥୀ, ପ୍ରମୁଖ ଯୋଗଦେଇ ଏହି ଯୋଗଜନ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରିଶଷେରେ ଉଇ ଫର ଭୁବନଶେ୍ୱର ପକ୍ଷରୁ ବିଭିନ୍ନ କ୍ଷତେ୍ରରେ ପ୍ରତିଷ୍ଠିତ ୫ଜଣଙ୍କୁ ନବକୃଷ୍ଣ ଚୌଧୁରୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା l

Comments (0)
Add Comment