ପୁଲିସ ଗୁଳିରେ କ୍ୟାଡର୍‌ ମାଓବାଦୀ ମୃତ

maobadi

ବଲାଙ୍ଗୀର  : ବଲାଙ୍ଗୀରରେ  ପୋଲିସ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟ ଜଣେ କ୍ୟାଡର୍‌ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।  ସୂଚନା ଅନୁସାରେ ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଅଞ୍ଚଳର ଯୁନାନିବାହଳ ଗ୍ରାମ ନିକଟରେ ପୋଲିସ ଡିଭିଏ ଫୋର୍ସ ସହ ମାଓବାଦୀମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବେଳେ କିଛି ଘଣ୍ଟା ମଧ୍ୟରେ ଘଟଣା ସ୍ଥଳରୁ ଜଣେ କ୍ୟାଡର ମାଓବାଦୀର ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ମାଓବାଦୀର ପରିଚୟ ମିଳି ନଥିବା ବେଳେ ତା ପାଖରୁ ଏକ ବନ୍ଧୁକ ପୋଲିସ ଜବତ କରିଛି। ସେହିପରି ସଂପୃକ୍ତ ଅଞ୍ଚଳରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଥିବା ପୋଲିସ କହିଛି ।

Comments (0)
Add Comment