ମହାରାଷ୍ଟ୍ରର ପୂର୍ବତନ ଗହମନ୍ତ୍ରୀଙ୍କୁ ବାନ୍ଧିଲା ଇଡି

2 34

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ବିଳମ୍ବିତ ରାତିରେ ଇଡି ଏହି ଏନସିିପି ନେତାଙ୍କୁ ଗିରଫ କରିଛି । ଜେରା କରିବା ପାଇଁ ଦେଶମୁଖଙ୍କୁ ଇଡି 5 ଥର ସମନ କରିଥିଲା । କିନ୍ତୁ ଏହାର ଜବାବ ନଦେଇ ଲୁଚୁଥିଲେ ଦେଶମୁଖ । ତେବେ ଇଡି ଦ୍ୱାରା ରୁଜୁ ହୋଇଥିବା ସମସ୍ତ ମାମଲାର ସତ୍ୟତା ନାହିଁ ଏହାକୁ ଖାରଜ କରିବା ଦରକାର ବୋଲି ଦାବି କରି ସୋମବାର ଦେଶମୁଖ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ କୋର୍ଟ ଆବେଦନକୁ ଖାରଜ କରି ଦେଇଥିଲେ। ଏହାପରେ ଗତକାଲି ଇଡିରେ ହାଜର ହୋଇଥିଲେ ଦେଶମୁଖ ।

ବିଳମ୍ବିତ ରାତିରେ ଦେଶମୁଖ ଗିରଫ ହୋଇଛନ୍ତି । ଆଜି ତାଙ୍କୁ କୋର୍ଟରେ ହାଜର କରି ଇଡି ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ଜଣାପଡିଛି । ହେଲେ ଦେଶମୁଖଙ୍କ ଓକିଲ ଇନ୍ଦରପାଲ ସିଂ କହିଛନ୍ତି ଯେ ଆମେ 4.5 କୋଟି ଟଙ୍କା ନେଣଦେଣ ମାମଲାର ସହଯୋଗ କରିଛୁ। ଆଜି ଯେତେବେଳେ ତାଙ୍କୁ କୋର୍ଟରେ ହାଜର କରାଯିବ, ଆମେ ତାଙ୍କ ରିମାଣ୍ଡକୁ ବିରୋଧ କରିବୁ।

ସୋମବାର ଏକ ଭିଡିଓ ବାର୍ତ୍ତା ଜରିଆରେ71 ବର୍ଷୀୟ ଏହି ଏନସିପି ନେତା କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଛ। ଦେଶମୁଖଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂ ଦୁର୍ନୀତି ଅଭିଯୋଗ ଆଣିଥିଲେ। ପରମବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି ଜଣାଇଥିଲେ ଯେ ଦେଶମୁଖ ପୋଲିସକୁ ପ୍ରତି ମାସରେ 100 କୋଟି ଟଙ୍କା ଚାନ୍ଦା ଆଦାୟ କରିବାକୁ କହୁଥିଲେ।

ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲା ଆଗରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ପରମବୀରଙ୍କୁ ସେତେବେଳେ ବିତାଡିତ କରିଥିଲେ ଅନୀଲ ଦେଶମୁଖ।

2 Comments
  1. Irmat says

    Great read with a touch of humor! For further details, check out: READ MORE. What are your thoughts?

  2. CaseyG says

    Rattling wonderful info can be found on weblog.Blog monetyze

Leave A Reply

Your email address will not be published.