କାହିଁକି ନବୀନଙ୍କ ବିରୁଦ୍ଧରେ ପାଟି ଖୋଲିଲେନି ମୋଦୀ??

ପ୍ରିୟ ମିତ୍ର କହି କଲେ ସମ୍ବୋଧନ, ଶତ୍ରୁ କେବଳ କଂଗ୍ରେସ

0 11

ODISHA DAILY: ସମ୍ବଲପୁର ଆଇଆଇଏମ ସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦୀ। ଭାଷଣ ସ୍ବଭାବିକ ଢଙ୍ଗରେ ଦେଲେ। ନିଜ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ କଲେ। ନବୀନ ବାବୁଙ୍କୁ ନିଜ ପ୍ରିୟ ମିତ୍ର ବୋଲି ମଧ୍ୟ କହିଲେ। କେତେ କଣ ଓଡ଼ିଶାକୁ ତାଙ୍କ ସରକାର ଦେଇଛନ୍ତି ବଖାଣିଲେ। ଯାହା ଶୁଣିବାକୁ ସାରା ରାଜ୍ୟର ରାଜନୀତି ପ୍ରେମୀ ତଥା ବୁଦ୍ଧିଜୀବୀ ଚାହିଁ ବସିଥିଲେ, ସେଥିରୁ ପଦଟେ ବି କହିଲେନି। ତେବେ ସଭା ଶେଷ ପୂର୍ବରୁ ବୁଦ୍ଧିଜୀବୀମାନଙ୍କୁ ଥୋପଟିଏ ଦେଲେ। ‘ମାତ୍ର ୧୫ ମିନିଟ ପରେ ଆଉ ଗୋଟେ ସଭା ଅଛି। ସେଠି ମୋତେ ଲମ୍ବା ଭାଷଣ ଦବାକୁ ପଡିବ।’ ଏତିକି ବକ୍ତବ୍ୟ ଶେଷ କଲେ।
ସବସ୍ତେ କାନ ପାତିକି ଚାହିଁ ବସିଲେ, ରାଜନୈତିକ ସଭାରେ କ’ଣ କହିବେ ମୋଦୀ? ଧୁମ୍‌ ଘୂର୍ଣ୍ଣିଝହ ହବ କି? ଝଡ଼ରେ ଧୋଇଯିବ କି ପରମ ବନ୍ଧୁ ନବୀନଙ୍କ ଭାବମୂର୍ତ୍ତି? ବିରୋଧୀ ଶାସିତ ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ହବ କି ଘନଘନ ସିଭିଆଇ, ଇଡି, ଆଇଟି ଚଢଉ? ବିଜେଡି ସାଙ୍ଗରେ ଆର୍‌ ପାର୍‌ ଲଢେଇ ପାଇଁ ଯୁଦ୍ଧଂଦେହୀ ଡାକରା ଦେବେକି ମୋଦୀ? ଓଡ଼ିଶାରେ ଡବଲ ଇଂଜିନି ସରକାର ପାଇଁ ଦେବେକି ଜନତାଙ୍କୁ ଆହ୍ବାନ?
କିଛି ହେଲାନି। ନିଜ ସଫଳତାର ଗ୍ୟାରେଣ୍ଟି ସହ ଓଡ଼ିଶାରେ ଅସ୍ଥିତ୍ବ ହରାଇ ସାରିଥିବା କଂଗ୍ରେସ ଓ ଏହାର ନେତାଙ୍କ ବିରୁଦ୍ଧରେ ବିଶୋଦଗାରରେ ହିଁ ଶେଷ କରିଦେଲେ ତାଙ୍କ ଅଭିଭାଷଣ। ଏଥିରୁ ସହଜରେ ଅନୁମେୟ କଣ ହେବ ଆଗାମୀ ନିର୍ବାଚନର ରୂପ ରେଖ। କିଛି ବରିଷ୍ଠ ସାମ୍ବାଦିକଙ୍କ ମତରେ ଗତ ସପ୍ତାହରେ କଂଗ୍ରେସ ଭବନରେ କଂଗ୍ରେସ ନେତାମାନେ ବିଜେଡି-ବିଜେପି ମଧ୍ୟରେ ଯୋଉଁ ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିଲେ, ଏହା ତା’ର ପରିଣତି କି?
ତେବେ ଆଉ କିଛି ପର୍ଯ୍ୟବେକ୍ଷକଙ୍କ ମତରେ ମୋଦୀ ନିଜ ରଣନୀତିରେ ଠିକ୍‌ ଅଛନ୍ତି। ତାଙ୍କର ଦିଲ୍ଲୀ ଦରକାର। ଦଲ୍ଲୀ ସିଂହାସନ ଆରୋହଣରେ ସାହାଯ୍ୟ କରିବାକୁ ନବୀନ ନିସର୍ତ୍ତ ପ୍ରସ୍ତୁତ। ସମ୍ପର୍କରେ ଫାଟ ହେଲେ ନବୀନଙ୍କ ପାଖରେ ଇଣ୍ଡିଆ ମେଣ୍ଟର ବିକଳ୍ପ ମଧ୍ୟ ରହିଛି। ତେଣୁ ନବୀନଙ୍କୁ ପ୍ରିୟ ମିତ୍ର କରି ରଖିବା ବର୍ତ୍ତମାନ ସମୟର ଆହ୍ବାନ।

Leave A Reply

Your email address will not be published.