ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ିକୁ ଅଣ୍ଡାମାଡ଼

Pratap jena

0 4

କେନ୍ଦ୍ରାପଡ଼ା: ପୁଣି ଜଣେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି। ଏଥର ଅଣ୍ଡାମାଡ଼ର ଶିକାର ହୋଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ଶ୍ରୀ ଜେନା କେନ୍ଦ୍ରାପଡ଼ାର ଅଳି ନିର୍ବାଚନମଣ୍ଡଳୀକୁ ହେଲ୍‌ଥ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବାକୁ ଯାଇଥିଲେ। ସେଠାରେ ବାଳକାଟି ବଜାରେ କିଛି ଲୋକ ତାଙ୍କୁ ଅଣ୍ଡାମାଡ଼ କରିବା ସହିତ କଳାପତାକା ଦେଖାଇଥିଲେ। ତେବେ ଅଣ୍ଡାମାଡ଼ କେଉଁ ଦଳ ପକ୍ଷରୁ କରାଯାଇଛି ସେ ବାବଦରେ କିଛି ଜଣାପଡ଼ି ନାହିଁ। ତେବେ କିଛି ଲୋକ ହାତରେ କଂଗ୍ରସ ପତାକା ଧରିଥିବା କୁହାଯାଉଛି। ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି ନାଁ ଆସିବା ପରେ ରାଜ୍ୟରେ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ଗାଡ଼ିକୁ ବିଜେପି ଓ କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ କରାଯାଉଛି। ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ଦାବିରେ ଏପରି କରାଯାଉଛି।

Leave A Reply

Your email address will not be published.