ଆଜି ଆଡ୍‌ଭାନୀଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ମୋଦୀ

happy birth day L k Advani

0 5

ନୂଆଦିଲ୍ଲୀ: ବିଜେପିର ଅନ୍ୟତମ ଟାଣୁଆ ନେତା। ରାଜନୀତିର ଭୀଷ୍ମପିତାମହ ତଥା ବରିଷ୍ଠ ନେତା ଲାଲକୃଷ୍ଣ ଆଡ୍‌ଭାନୀ ୯୪ ବର୍ଷରେ ପାଦ ଦେଇଛନ୍ତି।  ଏହି ଅବସରରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାଙ୍କ ଘରକୁ ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କେକ୍‌ କାଟି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍‌ କରି ଏଲ୍‌କେ ଆଡଭାନୀଙ୍କୁ ତାଙ୍କ ଜନ୍ମ ଦିନ ଶୁଭେଚ୍ଛା ଜଣାଇଥିଲେ। ସେ ଲଖିଥିଲେ, ‘ସମ୍ମାନିତ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି। ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗୌରବକୁ ବଢ଼ାଇବା ଦିଗରେ ତାଙ୍କର ଅନେକ ଉଦ୍ୟମ ରହିଛି। ଏଥିପାଇଁ ଦେଶ ତାଙ୍କ ନିକଟରେ ସର୍ବଦା ଋଣି ରହିବ।”

ପିଏମ ମୋଦି ଗତ ବର୍ଷ ମଧ୍ୟ ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନରେ ମଧ୍ୟ ତାଙ୍କ ଘରେ ପହଞ୍ଚି କେକ୍ କାଟିଥିଲେ। ତା’ପରେ ସେ ଟୁଇଟ୍ କରି କହିଥିଲେ, ଆଡଭାନୀ ଜୀଙ୍କର ସମର୍ଥନ ଏବଂ ମାର୍ଗଦର୍ଶନ ମୋ ଭଳି କାର୍ଯ୍ୟକର୍ତ୍ତାଙ୍କ ପାଇଁ ଅମୂଲ୍ୟ। ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ। ଚଳିତବର୍ଷ ମଧ୍ୟ ମୋଦି ତାଙ୍କ ଘରେ ପହଞ୍ଚି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କ ସହ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.