ଅଭଦ୍ର ସହକର୍ମୀଙ୍କୁ ସାବାଡ଼ କରିବା କରିବାର ଅମୋଘ ଅସ୍ତ୍ର
ଜଣେ ଗଣବଳାତ୍କୃତାଙ୍କ ସଂଘର୍ଷର କାହାଣୀ ବିଶାଖା ମାମଲା ସାବାଡ ହେବେ ସହକର୍ମୀ
ODISHA DAILY: ଭୁବନେଶ୍ୱର: ସରକାରୀ କାର୍ଯ୍ୟାଳୟ ହେଉ ବା ଘରୋଇ କାର୍ଯ୍ୟାଳୟ, କାର୍ଯ୍ୟକ୍ଷେତ୍ରରେ ଉଭୟ ମହିଳା ଓ ପୁରୁଷମାନେ ଏକାଠି କାମ କରୁଛନ୍ତି । ଅନେକ ସମୟରେ ସହକର୍ମୀମାନଙ୍କୁ ଦୀର୍ଘ ସମୟ ଧରି ଗୋଟିଏ ଯାଗାରେ ଏକାଠି ବସି କାମ କରିବାକୁ ପଡୁଛି । ଏମିତି କି କିଛି ସହକର୍ମୀ ଏକାଠି ବିଭିନ୍ନ ସ୍ଥାନକୁ ଗସ୍ତ ମଧ୍ୟ କରୁଛନ୍ତି । ତେବେ କାର୍ଯ୍ୟାଳୟରେ ସହକର୍ମୀଙ୍କୁ ଯୌନ ଉତ୍ପୀଡ଼ନ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି । କେତେକ କ୍ଷେତ୍ରରେ ପୁରୁଷ ସହକର୍ମୀମାନେ ମହିଳା ସହକର୍ମୀଙ୍କୁ ହଇରାଣ କରୁଥିବା ବେଳେ ଅନ୍ୟ କେତେକ କ୍ଷତ୍ରରେ ସମାନ ଅବସ୍ଥା ପୁରୁଷମାନଙ୍କ କ୍ଷେତ୍ରରେ ମଧ୍ୟ ଘଟୁଛି । ତେବେ କାର୍ଯ୍ୟକ୍ଷେତ୍ରରେ ଯୌନ ଶୋଷଣ ରୋକିବା କଠୋର ଆଇନ ବ୍ୟବସ୍ଥା ଅଛି, ଯାହା ବିଶାଖା ମାମଲା ଭାବେ ମଧ୍ୟ ସାରା ଦେଶରେ ପରିଚିତ ।
୨୦୦୮ ମସିହାରେ ଓଡ଼ିଶା ବିଧାନସଭାର ମହିଳା ମାର୍ଶାଲ ଗାୟତ୍ରୀ ପଣ୍ଡାଙ୍କୁ ତତ୍କଳୀନ ବାଚସ୍ପତି ମହେଶ୍ୱର ମହାନ୍ତି ଅଶାଳୀନ ଆଚରଣ ଅଭିଯୋଗ ପରେ ଓଡ଼ିଶାରେ ବିଶାଖା ମାମଲାର ରାୟକୁ ରାଜ୍ୟ ସରକାର ଲାଗୁ କରିଥିଲେ । ଆସନ୍ତୁ ଜାଣିବା ଏହି ବିଶାଖା ମାମଲାଟି କଣ ।
ବିଶାଖା ମାମଲା(AIR-1997-Sc-3011)
୧୯୯୨ ମସିହା ସେପ୍ଟେମ୍ବର ମାସରେ ନିଜ ଗ୍ରାମରେ ଏକ ନାବାଳିକା ବିବାହର ବିରୋଧ କରିଥିଲେ ରାଜସ୍ଥାନର ଜନୈିକା ଗ୍ରାମସେବିକା ବନୱାରୀ ଦେବୀ । ତେବେ ଏଥିପାଇଁ ତାଙ୍କୁ ଭୋଗିବାକୁ ପଡିଲା ମହଙ୍ଗା ଫଳ । ସ୍ୱାମୀଙ୍କ ସାମ୍ନାରେ ଗାଁର ଠାକୁର ସମ୍ପ୍ରଦାୟର ୫ ଜଣ ବ୍ୟକ୍ତି ତାଙ୍କୁ ଗଣଧର୍ଷଣ କଲେ । ଏହି ଘଟଣା ପରେ ବହୁ କଷ୍ଟରେ ବନୱାରୀ ସ୍ଥାନୀୟ ଡାକ୍ତରଖାନାରେ ପହଂଚିଥିଲେ ମଧ୍ୟ, ଡାକ୍ତର ତାଙ୍କ ଚିକିତ୍ସା କରି ନ ଥିଲେ । ବାଧ୍ୟହୋଇ ସ୍ୱାମୀଙ୍କ ସାହାଯ୍ୟରେ ବନୱାରୀ ଜୟପୁର ଚିକିତ୍ସାଳୟରେ ପହଂଚିଥିଲେ । ତେବେ ସେଠାରେ ମଧ୍ୟ ଡାକ୍ତର ଧର୍ଷଣ ସମ୍ପର୍କିତ କୌଣସି ରିପୋର୍ଟ ଦେଇ ନ ଥିଲେ । ଓଲଟି ତାଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଇଂଗିତ ଓ ଧମକ ଚମକ ଶୁଣିବାକୁ ମିିଳିଲା । ଏ ନେଇ ସେ ଥାନାକୁ ଯାଇଥିଲେ ମଧ୍ୟ ସେଠାରେ ମଧ୍ୟ ସମାନ ଅବସ୍ଥା ଘଟିଲା । ଶେଷରେ ମାମଲା କୋର୍ଟକୁ ବିଚାର ପାଇଁୠଲା । ତେବେ ଦୁଃଖ ଆଉ ପରିତାପର ବିଷୟ ହେଲା, ମାମଲା କୋର୍ଟ ଯାଏ ଯାଇଥିଲେ ମଧ୍ୟ ପ୍ରମାଣ ଅଭାବରୁ ଦୋଷୀମାନେ ନିର୍ଦୋଶରେ ଖଲାସ ହୋଇଯାଇଥିଲେ ।
ଭାଙ୍ଗ୍ି ନ ଥିଲେ ବନୱାରୀ
ଏସବୁ ସତ୍ୱେ ବନୱାରୀ ଏଥିରେ ଭାଙ୍ଗି ନ ପଡି ନିଜ ଇଜ୍ଜତ ପାଇଁ ଲଢେଇ ଜାରି ରଖିଥିଲେ । ବନୱାରୀଙ୍କ ଏହି ଦୁଃଖଭରା କାହାଣୀ ସଂପର୍କରେ କୌଣସି ସୂତ୍ରରୁ ଜାଣିପାରିଲା ବିଶାଖା ନାମକ ଏକ ସ୍ୱେଚ୍ଛାସେବି ସଂଗଠନ । ସଂଗଠନ ପକ୍ଷରୁ ଏ ନେଇ ସୁପ୍ରିମକୋର୍ଟରେ ସାନି ପିଟିଶନ ଦାୟର କରାଯିବା ସହ ତୁରନ୍ତ ମାମଲା ବିଚାର କରିବାକୁ ଅନୁରୋଧ କରାଗଲା । ସେହି ଅନୁସାରେ ମାନ୍ୟବର ସୁପ୍ରିମ କୋର୍ଟ ମାମଲା ଶୁଣାଣି କରି ୧୯୯୭ ମସିହା ଅଗଷ୍ଟ ୧୩ ତାରିଖରେ ଏହି ଐତିହାସିକ ରାୟ ପ୍ରଦାନ କଲେ, ଯାହା ‘ବିଶାଖା ବନାମ ରାଜସ୍ଥାନ ସରକାର ରାୟ’ ବୋଲି ମଧ୍ୟ ପରିଚିତ ହେଲା । ମାନ୍ୟବର ସୁପ୍ରିମ କୋର୍ଟ ବନୱାରୀ ଗଣଧର୍ଷଣରେ ଜଡିତ ଦୋଷୀମାନଙ୍କୁ କଠୋର ଦଣ୍ଡବିଧାନ କରିବା ସହ ମହିଳାମାନଙ୍କୁ ଯୌନ ଉତ୍ପିଡନରୁ ରକ୍ଷା କରିବାକୁ ଗାଇଡ୍ ଲାଇନ୍ ମଧ୍ୟ ଜାରିକଲେ, ଯାହା ବିଶାଖା ଗାଇଡ୍ଲାଇନ୍ ଭାବେ ପରିଗଣିତ ହେଲା ।
କଣ କହୋ ସୁପ୍ରିମକୋର୍ଟଙ୍କ ଗାଇଡ୍ଲାଇନ୍
ସୁପ୍ରିମ କୋର୍ଟ ଯୌନ ନିର୍ଯାତନାକୁ କଠୋର ଅପରାଧ ଭାବେ ବିବେଚନା କରି ଏହାର ଗାଇଡ ଲାଇନ ନିର୍ଦ୍ଧାରଣ କରିଥିଲେ, ତା ମଧ୍ୟରେ ରହିଛି,
-ଯୌନ ନିର୍ଯାତନା କ’ଣ…
-ଯୌନ ନିର୍ଯାତନାର ପ୍ରକାରଭେଦ…
-ଯୌନ ନିର୍ଯାତନାର ଆଇନଗତ ପ୍ରତିକାର
-ନିଯୁକ୍ତିଦାତାଙ୍କ ଦାୟିତ୍ୱ ଏବଂ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଯୌନ ନିର୍ଯାତନା ମାମଲା ସମ୍ପର୍କୀତ ପ୍ରକୋଷ୍ଠ (ମହିଳା ସେଲ୍)… । ଏଥିରେ ଉଭୟ ମହିଳା ଓ ପୁରୁଷମାନଙ୍କ ଅନ୍ତର୍ଭୁକ୍ତ କରାଯିବ
କାହାକୁ କୁହାଯିବ ଯୌନ ନିର୍ଯାତନା?
ଯୌନ ନିର୍ଯାତନା କାହାକୁ କୁହାଯିବ, ତାହା ମଧ୍ୟ ନିର୍ଦ୍ଧାରଣ କରିଥିଲେ ସୁପ୍ରିମ କୋର୍ଟ, ଯେମିତିକି..
-ଶାରୀରିକ ସ୍ପର୍ଶ..
-ଯୌନ ସମ୍ପର୍କ ପାଇଁ ପରୋକ୍ଷ ଇଙ୍ଗିତ…
-ଅଯାଚିତ ଭାବେ ଅଶାଳୀନ ଇଙ୍ଗିତ..
-ଅସ୍ୱସ୍ତିକର ଥଟ୍ଟା ପରିହାସ…
-ବ୍ୟକ୍ତିଗତ ଓ ଚାରିତ୍ରିକ କୁତ୍ସା…
-ଶାରୀରିକ ଗଠନ ସମ୍ପର୍କରେ ଟିପ୍ପଣୀ…
-ଯୌନ ଉଦ୍ଦିପକ ମନ୍ତବ୍ୟ..
-ଅଶ୍ଳୀଳ ଚିତ୍ର ପ୍ରଦର୍ଶନ….ଇତ୍ୟାଦି
ମହିଳା ହୁଅନ୍ତୁ ବା ପୁରୁଷ, ଯେକେହିବି କର୍ମକ୍ଷେତ୍ରରେ ଏପରି ପରିସ୍ଥିତିର ସମ୍ମୁଖୀନ ହେଲେ, ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ ଫୌଜଦାରୀ ମାମଲା ରୁଜୁ ସହ ପୀଡିତା/ପୀଡିତଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଏହି ଗାଇଡ୍ଲାଇନ୍ସ ମାଧ୍ୟରେ ସରକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।