କମିବ ରେଳଭଡ଼ା, ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ

train fare

1 14

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆଶ୍ବସ୍ତିକର ଖବର ଆସିଛି।  କୋରୋନା ଯୋଗୁଁ ନିୟମିତ ଟ୍ରେନ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କୋରୋନା ପାଇଁ ଚାଲିଥିବା ସ୍ପେସାଲ ଟ୍ରେନକୁ ବନ୍ଦ କରି ପୂର୍ବରୁ ଚଳାଚଳ କରୁଥିବା ଟ୍ରେନ ସେବା ଆରମ୍ଭ କରିଛି ।

ତେବେ ଆଗାମୀ କିଛି ଦିନ ମଧ୍ୟରେ ୧୭୦୦ରୁ ଅଧିକ ଟ୍ରେନ୍ ନିୟମିତ ଭାବରେ ଚଳାଚଳ କରିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ସେହିପରି କୋଭିଡ ସ୍ଥିତିରେ ସୁଧାର ଆସୁଥିବାରୁ ବୃଦ୍ଧି କରାଯାଇଥିବା ଭଡା ପରିବର୍ତ୍ତେ ପୂର୍ବ ଭଡା ଚାଲୁରହିବ । ଏସବୁ ବ୍ୟତୀତ ସାଧାରଣ ବା ଜେନେରାଲ ଟିକେଟ୍ ବ୍ୟବସ୍ଥା ମଧ୍ୟ ଆଉ ରହିବ ନାହିଁ ।ଏଥିସହ ପୂର୍ବରୁ ବୁକ୍ ହୋଇଥିବା ଟ୍ରେନ୍ ଟିକେଟ୍ ଉପରେ କୌଣସି ଅତିରିକ୍ତ ଭଡା ଆଦାୟ କରାଯିବ ନାହିଁ, କିନ୍ତୁ ଟଙ୍କା ମଧ୍ୟ ଫେରସ୍ତ କରାଯିବ ନାହିଁ ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି । ଲକଡାଉନ ଏବଂ ସଟଡାଉନ କାରଣରୁ, ରେଲୱେ କେବଳ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଥିଲା । ଯେପରିକି କେବଳ ଦୂରଗାମୀ ଟ୍ରେନ ଚଳାଚଳ କରୁଥିଲା । ବର୍ତ୍ତମାନ କିନ୍ତୁ ପାସେଞ୍ଜର ଏବଂ ଏକ୍ସପ୍ରେସ୍ ସମସ୍ତ ଟ୍ରେନ ଚଳାଚଳ କରିବ ।ରେଳବାଇ ବୋର୍ଡ ଶୁକ୍ରବାର ଦିନ ଜୋନାଲ ରେଳବାଇକୁ ଲେଖିଥିବା ଏକ ଚିଠିରେ କହିଛି ଯେ ଟ୍ରେନଗୁଡିକ ବର୍ତ୍ତମାନ ସେମାନଙ୍କ ନିୟମିତ ନମ୍ବର ସହିତ ଚଳାଚଳ କରିବ ଏବଂ ଭଡା ପୂର୍ବ-କୋଭିଡ ହାର ପରି ସ୍ୱାଭାବିକ ହେବ ।

1 Comment
  1. Florancet says

    Great write-up! Your analysis is spot-on. For those wanting to explore more, this link is helpful: FIND OUT MORE. What are your thoughts?

Leave A Reply

Your email address will not be published.