‘ଓଡିଶାରେ ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ମୁହାଁ’

1 13

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ତଳ ମୁହାଁ ହୋଇଛି ବୋଲି କହି ହେବନାହିଁ । ଏଥିପାଇଁ ଆମକୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ହେବ। ସଂକ୍ରମିତ ସଂଖ୍ୟା ବଢାଇଥିବା ଭାରିଆଣ୍ଟ ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଛି କି ନାହିଁ ଜାଣିବା ପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ । ଯଦିଓ ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଅଛି । କିନ୍ତୁ ଓଡିଶାର ଯାହା ସ୍ଥିତି ଏବେ ଆମେ ଗୋଷ୍ଠୀ ସଂକ୍ରମଣ ମୁହାଁ ରହିଛୁ । ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ ସଂଖ୍ୟା ବଢ଼ିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର ଏହା କହିଛନ୍ତି ।

କିଛି ଦିନ ତଳେ ହୋଇଥିବା ଜେନମ ସିକ୍ୱେନସିଂ ଅନୁସାରେ ୬୦ ପ୍ରତିଶତ ଥିଲା । ଏବେ ନିଶ୍ଚୟ ବଢିଥିବ। ବାହାର ଦେଶର ଯାତ୍ରୀ ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢ଼ୁଛି, ମାନେ ଗୋଷ୍ଠୀ ସଂକ୍ରମଣ ହୋଇଛି । ଅନ୍ୟ ଦେଶରେ ଏହା ହେବା ଆମେ ଦେଖୁଛେ । ଆଉ କିଛି ଦିନରେ ଭାରତରେ ବି ଗୋଷ୍ଠୀ ସଂକ୍ରମଣ ହୋଇ ଯିବ ।

ଏବେ ରାଜ୍ୟରେ ବହୁତ କମ୍ ଆକ୍ରାନ୍ତ ହସ୍ପିଟାଲରେ ଭର୍ତି ହେଉଛନ୍ତି । ମାତ୍ର ୨ ପ୍ରତିଶତରୁ କମ୍ ରହିଛନ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା । ଯଦି ସାମାନ୍ୟ ଲକ୍ଷଣ ରହୁଛି ତାହେଲେ ଟେଷ୍ଟ କରନ୍ତୁ, ଟେଷ୍ଟ ନ କଲେ ଅସୁବିଧା ଅଛି । ନହେଲେ ଘରେ ସମସ୍ତଙ୍କୁ ହୋଇ ଯିବ। ଏଯାଏଁ ରାଜ୍ୟରେ ଜଣେ ବି ଓମିକ୍ରନ ରୋଗୀଙ୍କର ମୃତ୍ୟୁ ହୋଇନି ।

ସେ ଆହୁରି କହିଛନ୍ତି, ଆମେ ଦେଖିଛୁ ଯେ ଓମିକ୍ରନ୍ ଅନେକ ଦେଶରେ ଡେଲଟା ଭାରିଆଣ୍ଟର ସ୍ଥାନ ନେଉଛି ଏବଂ ଏହା ଆମ ଦେଶର ଅନେକ ସ୍ଥାନରେ ମଧ୍ୟ ରହିଛି। ଖୁବ୍ ଶୀଘ୍ର, ଭ୍ୟାରିଆଣ୍ଟ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ରହିବ। ଓମିକ୍ରନର ଟ୍ରାନ୍ସମିସନ୍ ହାର ଅଧିକ ଥିବାରୁ ଯେକୌଣସି ମୁହୂର୍ତ୍ତରେ ଏହି ସଂକ୍ରମଣ ବିସ୍ଫୋରଣ ହୋଇପାରେ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

1 Comment
  1. Idat says

    This article had me hooked! For further reading, check out: DISCOVER MORE. What are your thoughts?

Leave A Reply

Your email address will not be published.