ଶବ ଦାହ କରିବାକୁ ଯାଉଥିଲେ, ଶବ ହୋଇଗଲେ

accedent

3 21

କୋଲକାତା: ଶବ ଦାହ କରିବାକୁ ଯାଉଥିଲେ। ଘଟିଲା ଭୟଙ୍କର ଦୁର୍ଘଟଣା। ଚାଲିଗଲା ଜୀବନ। ଟ୍ରକ୍କୁ ପଛରୁ ପିଟିଲା ମିନି ଭ୍ୟାନ୍ ଘଟଣାସ୍ଥଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଜଣ ଗୁରୁତର ହୋଇଛନ୍ତି। ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ।

ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ନଦିଆ ଜିଲ୍ଲାର ହଂସଖାଲି ଫୁଲବାଡିରେ ଏହି ଦୁର୍ଘଟଣା ଘଟିଛି। କୁହାଯାଇଛି ଯେ, ରାସ୍ତକାଡରେ ଠିଆ ହୋଇଥିବା ଏକ ଟ୍ରକ୍କୁ ପଛ ପଟୁ ମୃତଦେହ ନେଇ ଆସୁଥିବା ଏକ ମିନି ଭ୍ୟାନ୍ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୨୪ ପରଗଣାର ବାଗଦାର ମୃତଦେହ ନେଇ ଆସୁଥିବା ଏହି ମିନି ଭ୍ୟାନ୍ରେ ଶ୍ମଶାନ ଆଡକୁ ଯାଉଥିଲା। ଏଥିରେ ମୋଟ ୨୦ ଜଣ ଲୋକ ଥିଲେ। ସ୍ଥାନୀୟ ପୁଲିସର କହିବା ମୁତାବକ, ଘନ କୁହୁଡି ଏବଂ ଦ୍ରୁତ ଗତି ଯୋଗୁଁ ଏହି ଦୁର୍ଘଟଣା ହୋଇଛି। ନଦିଆ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

3 Comments
  1. Tinat says

    Fantastic perspective! I found myself nodding along. For additional info, click here: LEARN MORE. What’s everyone’s take?

  2. escape roomy lista says

    You really make it seem really easy with your presentation however I to find this topic to be really
    something that I believe I might never understand.
    It kind of feels too complex and extremely vast for me.
    I am taking a look ahead for your next post, I’ll attempt to get the grasp of it!
    Escape room

  3. HansP says

    You have remarked very interesting details! ps nice web site.!

Leave A Reply

Your email address will not be published.