ସରକାରୀ ସର୍ବଗିଳାଙ୍କୁ ଜାଣନ୍ତୁ

3 103

ଭୁବନେଶ୍ୱର: କୁହାଯାଏ ଅଧର୍ମ ବିତ୍ତ ବଡେ ବହୁତ ଗଲା ବେଳେ ଯାଏ ମୂଳ ସହିତ । ଏହି ଲୋକ କଥାକୁ ଆମେ ସମସ୍ତେ ପାଠ ପଢ଼ିବା ବେଳେ ଘର ପରିବାର ସହିତ ରହିବା ବେଳେ ନୀତିଶିକ୍ଷା ଭାବେ ଆମେ ଶଣିଥାଉ ଓ ଶିଖିଥାଉ । ଏହି ଲୋକ କଥାର ମର୍ମ ଶୁଣି ବା ଜାଣି ସମାନ କାମ ଦୋହରାଇବା ବେଳେ ଏ କଥାକୁ କିନ୍ତୁ ଭୁଲି ଯାଉ । ଯେଉଁଥିପାଇଁ ଏହି ଅଧର୍ମ ବିତ୍ତ ପାଖରେ ଅଧିକ ସମୟ ନରହି ଆଉ କେଉଁ ଉପାୟରେ ଖର୍ଚ୍ଚ ହୋଇଯାଏ ନହେଲେ ପୁଲିସ ହାତରେ ଧରାପଡେ । ଯାହାର ନମୁନା ଏବେ ରାଜ୍ୟରେ ଚାଲିଥିବା କିଛି ଭିଜିଲାନ୍ସ ରେଡରୁ ଜଣାପଡ଼ିଛି ।

ଭୁବନେଶ୍ୱରର ପୋଲିସ ହାଉସି ଓ୍ବେଲଫେୟାର କର୍ପୋରେସନ ଡେପୁଟି ମାନେଜର ପ୍ରତାପ ସାମଲ ହେଉ ଅବା ବହିଷ୍କୃତ କନେଷ୍ଟେବଳ ପ୍ରସନ୍ନ ବେହେରା । ଏମିତି ଅନେକ କିଛି ଉଦାହରଣ ରହିଛି ଯେଉଁମାନେ କି ସରକାରୀ ଚାକିରି କରିଥିଲେ। ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ପାଉଥିଲେ। ହେଲେ ପ୍ରତିବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ଦରମାକୁ ଛାଡି ଆଉ କିଛି ରୋଜଗାର କରିବାର ନିଶା ଏମାନଙ୍କୁ ଏବେ ଅଡୁଆରେ ପକାଇଛି । ପରିଣାମ ସ୍ୱରୂପ ଏମାନେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏହିପରି କିଛି ବ୍ୟକ୍ତିଙ୍କୁ ନେଇ ଆମର ସ୍ପେଶାଲ ରିପୋର୍ଟ ସରକାରୀ ସର୍ବଗିଳା ।

ପ୍ରତାପ ସାମଲ

ଓଡିଶା ପୋଲିସ ହାଉସି ଓ୍ବେଲଫେୟାର କର୍ପୋରେସନ ଡେପୁଟି ମାନେଜର ପ୍ରତାପ ସାମଲ। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଗିରଫ ହୋଇଛନ୍ତି । ଭୁବନେଶ୍ୱର ଭିଜିଲାନ୍ସ ରେଡ୍ କରିବା ବେଳେ ସମୁଦାୟ ୧୪.୭୮ କୋଟିର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିଛି। ଏହି ଦୁର୍ନୀତିଖୋର ଅଧିକାରୀ ନିଜର ଆୟଠାରୁ ୧୦ଗୁଣ ଅଧିକ ସମ୍ପତି ଠୁଳ କରିଥିବା ଜଣାପଡିଛି । ସ୍ଥିତି ଏମିତି ଯେ କୁବେର ଏତେ ଧନ ସମ୍ପତ୍ତି ଦେଖିଲେ ଆଖି ବୁଲାଇ ଦେବ । ଖାଲି ପ୍ରତାପ ନୁହନ୍ତି ତାଙ୍କ ସ୍ତ୍ରୀ ଜଣେ ଘରୋଇ ସ୍ତ୍ରୀ ହୋଇଥିବା ବେଳେ ଏତେ ସମ୍ପତ୍ତିର ମାଲିକ କେମିତି ହେଲେ ଜାଣିବା ପାଇଁ ଭିଜିଲାନ୍ସ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି। ତେବେ ପ୍ରତାପ ଏକୁଟିଆ ଏହି କାମ କରୁଥିଲେ ନା ତାଙ୍କର କିଏ ଗଡଫାଦର ଥିଲେ? ଏକୁଟିଆ ଏତେ ବଡ ଦୁର୍ନୀତି କରିବା କଣ ସମ୍ଭବ ହୋଇଥିବ? ଭିଜିଲାନ୍ସର କାମ ଏଇଠି ଅଟକି ଯିବ ନା ଆଗକୁ ବଢ଼ିବ ଏସବୁ ପ୍ରଶ୍ନ ଏବେ ସାଧାରଣରେ ଉଠିଛି ।

ରେଡ ବେଳେ ୧୪.୭୮ କୋଟି ଠାବ କରିଛି ଭିଜିଲାନ୍ସ। ଯେଉଁଥିରେ ରହିଛି୨୫ଟି ପ୍ଲଟ ଯାହାର ଦାମ ୩କୋଟି ୪୧ଲକ୍ଷ ୫୮ହଜାର୪୧୨ଟଙ୍କା। ଗୋଠପାଟଣାରେ ଏକ ୫ମହଲା ବିଲ୍ଡିଂ ଯାହାର ଦାମ ୩କୋଟି ୮୯ଲକ୍ଷ ସେହିପରି ଆହୁରି ନୂଆପଲ୍ଲୀ ସମେତ ଭଦ୍ରକରେ ମଧ୍ୟ ଠାବ ହୋଇଛି କୋଠା। ଏକ କୋଟି ୬୧ ଲକ୍ଷ ୩୫ହଜାର ବ୍ୟାଙ୍କ ଡିପୋଜିଟ ସହ ୫୭ଲକ୍ଷର ଇନସୁରାନ୍ସ ଡିପୋଜିଟ ଠାବ ହୋଇଛି। ସମ୍ପତ୍ତିର ପରିମାଣ ଆୟଠାରୁ ୧୦ ଗୁଣ ଅଧିକ ସରକାରୀ ଭାବେ ୧ ହଜାର ୭୧ ପ୍ରତିଶତ ରହିଛି । ପ୍ରତାପ ଓ ତାଙ୍କ ପରିବାରଙ୍କ ନାଁରେ ୨୫ଟି ଜମି, କୋଠା ଓ ଫ୍ଲାଟ ରହିଛି ।

ବିରଞ୍ଚି ନାରାୟଣ ସାହୁ 

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର (ଓଏସ୍‌ଏସ୍‌ସି) ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ। ଭିଜିଲାନ୍ସ ଡିଭିଜନ୍‌ ତାଙ୍କ ଘର, ଅଫିସ୍‌ ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ଅଗଷ୍ଟ ମାସରେ ମୋଟ୍‌ ୬ ଟି ଜାଗାରେ ଚଢ଼ଉ କରିଥିଲା । ଏହି ସମୟରେ ତାଙ୍କ ଘରୁ ୩ କୋଟି ୭୯ ଲକ୍ଷ ଟଙ୍କା ଟଙ୍କା ମୂଲ୍ୟର ସ୍ଥାବର-ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଏହା ଛଡ଼ା ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ଘର, ଭୁବନେଶ୍ୱର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ ଟି ଏକ ମହଲା ଘର । ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ରହିଛି ୧୪ ଟି ପ୍ଲଟ୍‌ । ଗୋଟିଏ କାର୍‌, ୨ ଟି ବାଇକ୍‌, ୫୬ ଲକ୍ଷ ଟଙ୍କାର ଜୀବନବୀମା, ଦେଢ଼ କେଜି ସୁନା । ତା’ଛଡା ଶ୍ରୀ ସାହୁଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ସେ ଚାକିରିରୁ ନିଲମ୍ବିତ ହେବା ସହିତ ଜେଲ୍ ଯାଇଥିଲେ। ତେବେ ସେପ୍ଟେମ୍ୱର ୨୧ରେ ସର୍ତ୍ତମୂଳକ ଜାମିନ ପାଇଛନ୍ତି ।

ପ୍ରସନ୍ନ ବେହେରା

ଗିରଫ ପରେ ବହିଷ୍କୃତ ହୋଇଥିବା କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ସମ୍ପତ୍ତି ମଧ୍ୟ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ଏବଂ ବେଆଇନ ଭାବରେ ବାର ଚଳାଇବା ମାମଲାରେ ବନ୍ଧା ହୋଇଛନ୍ତି । ପ୍ରସନ୍ନଙ୍କର ପ୍ରାୟ ୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ତାଲିକା ଦେଇଛି ଭିଜିଲାନ୍ସ । ପ୍ରସନ୍ନଙ୍କ ସମୁଦାୟ ସମ୍ପତ୍ତିରୁ ୨୨୧ ପ୍ରତିଶତ ଅଛି ଆୟ ବହିର୍ଭୂତ ସମ୍ପତ୍ତି । ୬କୋଟି ୯୭ ଲକ୍ଷ ୧୫ ହଜାର ୫୭ ଟଙ୍କାର ହିସାବ ପାଇଛି ଭିଜିଲାନ୍ସ ଟିମ୍। ପୁଳା ପୁଳା ସୁନା ଓ ଅସରନ୍ତି ସମ୍ପତ୍ତିର ମାଲିକ ଥିଲେ କନେଷ୍ଟବଳ ପ୍ରସନ୍ନ ବେହେରା। ଗତ ୨୮ ତାରିଖରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

କବିତା ମାଥାନ (ଅଙ୍ଗନବାଡି ଦିଦି)

ଭୁବନେଶ୍ୱର କୋରଡକଣ୍ଟାର ଅଙ୍ଗନବାଡି ଦିଦି କବିତା ମାଥାନଙ୍କ ସମ୍ପତ୍ତି ୪ କୋଟି ଠାବ କରିଥିଲା ଭିଜିଲାନ୍ସ । ୬ଟି ସ୍ଥାନରେ ଭିଜିଲାନ୍ସ ରେଡ କରି ଅଙ୍ଗନବାଡି ଦିଦିଙ୍କ ଅଚଳାଚଳ ସମ୍ପତ୍ତି ଠାବ କରିଥିଲା, ଯେଉଁଥିରେ ଭୁବନେଶ୍ୱରରେ ୪ଟି ବିଲ୍ଡିଂ ରହିଛି ।  ୪ଟି ବିଲ୍ଡିଂରୁ ଗୋଟିଏ ଲେଖାଏଁ ୩ ଓ ୪ ମହଲା କୋଠା ରହିଥିବା ବେଳେ ୨ଟି ୨ ମହଲା କୋଠା ରହିଛି । ଏହାଛଡା ଦିଦିଙ୍କ ସମ୍ପତ୍ତି ତାଲିକାରେ ୧୪ଟି ପ୍ଲଟ ରହିଛି ଯେଉଁଥିରେ ଭୁବନେଶ୍ୱରରେ ୧୦ଟି, ଜଗତସିଂହପୁରରେ ୩ଟି ଓ ବାଲିଅନ୍ତାରେ ଗୋଟିଏ ପ୍ଲଟ ଠାବ କରିଛି ଭିଜିଲାନ୍ସ । ଏହାବ୍ୟତୀତ ଗୋଟିଏ ୪ ଚକିଆ ୩ଟି ୨ ଚକିଆ ଗାଡି ଠାବ କରାଯାଇଛି । ସେହିଭଳି ଇନ୍ସ୍ୟୁରାନ୍ସ ଡିପୋଜିଟ ବାବଦକୁ ୨.୨ ଲକ୍ଷ ଓ ୬.୩୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଠାବ କରିଛି ଭିଜିଲାନ୍ସ । ସବୁଠୁ ବଡ଼ କଥା ହେଲେ ତାଙ୍କ ଦରମା ୭,୫୦୦ ଟଂକା ବୋଲି ସେ କହିଛନ୍ତି। ସେ ଜିରୋରୁ ହିରୋ ହୋଇଛନ୍ତି ବୋଲି ଗିରଫ ବେଳେ ମିଡିଆକୁ କହିଥିଲେ।

3 Comments
  1. Valeryt says

    I loved the wit in this piece! For additional info, click here: EXPLORE FURTHER. Keen to hear everyone’s views!

  2. lista escape roomów says

    Awsome article and right to the point. I don’t know if this is actually the best place to ask but do you folks have any thoughts on where to hire some
    professional writers? Thank you 🙂 Lista escape roomów

  3. Chas_U says

    I like this web site very much, Its a very nice billet to read and get info.?

Leave A Reply

Your email address will not be published.