ପାରଗ ହେଲେ ଟ୍ୱିଟରର ନୂଆ ସିଇଓ, ସହ ପ୍ରତିଷ୍ଠାତା ଜ୍ୟାକ ଡୋର୍ସି ଦେଲେ ଇସ୍ତଫା

0 8

ନୂଆଦିଲ୍ଲୀ: ସୋଶିଆଲ ମିଡିଆ କମ୍ପାନୀ ଟୁଇଟରର ସିଇଓ ଜ୍ୟାକ୍ ଡୋର୍ସି ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ପାରାଗ ଅଗ୍ରୱାଲ ସ୍ଥାନ ନିଯୁକ୍ତ ହୋଇଛନ୍ତି । ନିଜେ ଡୋର୍ସି ଏହି ସୂଚନା ଦେଇଛନ୍ତି । ଟ୍ୱିଟରର ସହ-ପ୍ରତିଷ୍ଠାତା ହେଉଛନ୍ତି ଡୋର୍ସି।ପାରାଗ ତାଙ୍କର ନୂଆ ଦାୟିତ୍ୱ ବାବଦରେ ମଧ୍ୟ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ଡୋର୍ସିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଡୋର୍ସି ନିଜର ଇସ୍ତଫା ବାବଦରେ ଲେଖିଛନ୍ତି ଯେ ଗତ 10 ବର୍ଷ ହେବ ପାରଗଙ୍କ କାମରେ ସେ ସନ୍ତୁଷ୍ଟ । ତେଣୁ ଏବେ ପାରଗ ନେତୃତ୍ୱ ନେବାର ସମୟ ଆସିଛି ବୋଲି ସେ କହିଛନ୍ତି। ପାରାଗ ଅଗ୍ରୱାଲ ଗତ ଦଶନ୍ଧି ଧରି ଟ୍ୱିଟର ସହିତ ଜଡିତ। ସେ ଏକ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାମ ଆରମ୍ଭ କରିଥିଲେ। ଏହା ପରେ ସେ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ (CTO) ହୋଇଥିଲେ। CTO ଭାବରେ, ପାରାଗ୍
ଟ୍ୱିଟରର ‘ବୈଷୟିକକ ଶୈଳୀ’ ରାଜସ୍ୱ ଏବଂ ମେସିନ୍ ଲର୍ନିଂ ଏବଂ ଏ.ଆଇ ବାବଦରେ ବୁଝାସୁଝା କରୁଥିଲେ। ପାରଗ ଟ୍ୱିଟର ପୂର୍ବରୁ ମାଇକ୍ରୋସଫ୍ଟ, ୟାହୁ ଏବଂ ଏଟି ଆଣ୍ଡ ଟି ଲ୍ୟାବ ସହିତ ଜଡିତ ଥିଲେ।

ପାରାଗ ଅଗ୍ରୱାଲ ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ବିଟେକ କରିଥିଲେ। ଷ୍ଟାଣ୍ଡଫୋର୍ଡ ୟୁନିଭରସିଟିରୁ ସେ ତାଙ୍କର ପିଏଚଡି ସମାପ୍ତ କରିଥିଲେ।

Leave A Reply

Your email address will not be published.

error: Content is protected !!