ଭୋପାଳର କମଳା ନେହେରୁ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୪ ଶିଶୁ ମୃତ

ତଂଦନ

0 6

ଭୋପାଲ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳସ୍ଥିତ କମଳା ନେହରୁ ହସ୍ପିଟାଲରେ ଗତକାଲି ରାତିରେ ଘଟିଯାଇଛି ଅଭାବନୀୟ ଘଟଣା। ଶିଶୁ ବିଭାଗର ଏସ୍ଏନ୍ସିୟୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଚାଲିଯାଇଛି ଶିଶୁଙ୍କ ଜୀବନ। ୱାର୍ଡରେ ମୋଟ ୪୦ ଶିଶୁ ଥିବା ବେଳେ ଅନ୍ୟ ୩୬ ଜଣ ସୁରକ୍ଷିତ ଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ପରେ ହସ୍ପିଟାଲର ଶିଶୁ ବିଭାଗରେ  ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ନିଆଁ ଚାରି ଆଡ଼କୁ ବ୍ୟାପୀ ଯାଇଥିଲା।  ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ତେବେ ନିଆଁର କୋପ ଏତେ ଭୟଙ୍କର ଥିଲା ଯେ, ଏଥିନିମନ୍ତେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା।   ଟି ଦମକଳ ବାହିନୀ ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଲକ୍ଷ ଲେଖା ଟଙ୍କାର ଅନୁକମ୍ପା ରାଶି ଘୋଷଣା କରଯାଇଛି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳାନାଥ ଏହି ଘଟଣାକୁ ବହୁତ କଷ୍ଟଦାୟକ ବୋଲି କହିଛନ୍ତି।

Leave A Reply

Your email address will not be published.