ସୁପ୍ରିମ୍‌ କୋର୍ଟର ୪ ବିଚାରପତି କରୋନା ସଂକ୍ରମିତ

corona

3 7

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବେକାବୁ ହେଲାଣି। ଦିନକୁ ସଂକ୍ରମଣ ଦେଢ଼ ଲକ୍ଷ ଟପିଲାଣି।ଶେଷରେ ଦେଶର ସର୍ବୋଚ୍ଚ ଅଦାଲତରେ ପଶିଛି କରୋନା। ସୁପ୍ରିମକୋର୍ଟର ବିଚାରପତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ଜଣ ବିଚାରପତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଅନ୍ୟ ବିଚାରପତି, ରେଜିଷ୍ଟ୍ରରଙ୍କ ସମେତ ସମସ୍ତ କର୍ମଚାରୀ ଅଧିକାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା।

ଆଉ ଦୁଇ ଜଣ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ପ୍ରାୟ ୧୫୦ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତେ କ୍ୱାରେଣ୍ଟାଇନ୍ରେ ଥିବା ଜଣାପଡିଛି। ସିଜେଆଇଙ୍କ ସମେତ ୩୨ ଜଣ ବିଚାରପତିଙ୍କ କ୍ଷମତା ବିଶିଷ୍ଟ ସୁପ୍ରିମକୋର୍ଟର ଜଷ୍ଟିସ୍ ବେଞ୍ଚର ପଜିଟିଭିଟି ହାର ୧୨.% ​​ରହିଛି।

ସେପଟେ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି ରାମନ୍ନା ଗୁରୁବାର ଦିନ ସପ୍ତାହରେ ତିନି ଦିନ ମାମଲାର ବ୍ୟକ୍ତିଗତ ଶୁଣାଣି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏକ ମାମଲାର ଶୁଣାଣି ବେଳେ ସିଜେଆଇ କହିଥିଲେ, ଏବେ ଆଉ ୪ରୁ ସପ୍ତାହ ଯାଏଁ ଶାରୀରିକ ଶୁଣାଣି ସମ୍ଭବ ନୁହେଁ। ଦ୍ୱିତୀୟ ଲହର ଭଳି, ବିଚାରପତିମାନଙ୍କୁ ସେମାନଙ୍କ ବାସଭବନରୁ ଭର୍ଚୁଆଲ୍ ଶୁଣାଣି କରିବାକୁ କୁହାଯାଇଥିଲା।

ସୁପ୍ରିମକୋର୍ଟ ସୂତ୍ର ଅନୁଯାୟୀ ମଙ୍ଗଳବାର ଦିନ ଜଷ୍ଟିସ ଆର ସୁଭାଷ ରେଡ୍ଡୀଙ୍କ ବିଦାୟ ଉତ୍ସବରେ ଜ୍ୱରରେ ପୀଡିତ ଜଣେ ବିଚାରପତି ମଧ୍ୟ ଉପସ୍ଥିତ ଥିଲେ। ପରେ ତାଙ୍କ ରିପୋର୍ଟ କୋଭିଡ ପଜିଟିଭ୍ ଆସିଥିଲା। ତାଙ୍କ ଠାରୁ ହିଁ କରୋନା ବ୍ୟାପିଥିବା ସନ୍ଦେହ କରାଯାଉଛି।

3 Comments
  1. Christinet says

    Great read! The clarity and depth of your explanation are commendable. For further reading, here’s a useful resource: EXPLORE FURTHER. Let’s discuss!

  2. najlepsze escape roomy says

    Great info and straight to the point. I don’t know if this is
    really the best place to ask but do you folks have any ideea where to hire
    some professional writers? Thanks 🙂 Escape rooms

  3. Elmo_A says

    Very interesting points you have mentioned, thank you for putting up.!

Leave A Reply

Your email address will not be published.