ଜାଣନ୍ତୁ ସଲମାନଙ୍କୁ ଛୁରୀ ଭୁଷିଥିବା ହାଡି ମାଟର ସମ୍ପର୍କରେ!

0 33

ODISHA DAILY:ବିଶିଷ୍ଟ ଭାରତୀୟ ବଂଶୋଦ୍ଭବ ଲେଖକ ସଲ୍‌ମାନ ରୁଷଦିଙ୍କୁ ବିଭିତ୍ସ ଭାବେ ଝୁରୀ ଭୁଷିଥିବା ଆମେରିକୀୟ ଯୁବକ ହାଡି ମାଟର ସମ୍ପର୍କରେ ଜାଣିବା ପାଇଁ ସେଠାକାର କେନ୍ଦ୍ରୀୟ ସଂସ୍ଥା ଏଫବିଆଇ ଖୋଳତାଡ଼ ଆରମ୍ଭ କରିଛି । ପ୍ରାରମ୍ଭିକ ତଥ୍ୟ ଅନୁସାରେ ହାଡି ମାଟର ଆମେରିକାର ନ୍ୟୁଜର୍ସି ଅଂଚଳର ବାସିନ୍ଦା । ତା ଫେସ୍‌ବୁକ୍‌ରୁ ଯେଉଁ ତଥ୍ୟ ସଂଗ୍ରହ କରାଯାଇଛି, ସେ ସିହା ସମ୍ପ୍ରଦାୟର ଜଣେ ସମର୍ଥକ ବୋଲି ଅନୁମାନ କରାଯାଉଛି । ଗତ ଶୁକ୍ରବାର ନ୍ୟୁୟର୍କଠାରେ ଯେଉଁ ସଭାରେ ରୁଷ୍‌ଦି ଭାଷଣ ଦେବାକୁ ଯାଇଥିଲେ, ହାଡି ସେହି ସଂସ୍ଥାର ଜଣେ ସଦସ୍ୟ ଥିଲା ଓ ସଭାକୁ ଯିବା ପାଇଁ ଆବଶ୍ୟକ ପାସ୍ ତାକୁ ମଧ୍ୟ ମିଳିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଗଲା ଶୁକ୍ରବାର ରୁଷ୍‌ଦି ନ୍ୟୁୟର୍କର ଏକ ସଭାରେ ଭାଷଣ ଦେବାକୁ ମଂଚ ଉପରକୁ ଯାଇଥିବା ବେଳେ ହାଡି ମଂଚ ଉପରେ ତାଙ୍କୁ ବିଭତ୍ସ ଭାବେ ଛୁରୀ ଭୁଷିଥିଲେ । ତତ୍‌କ୍ଷଣାତ୍ ରୁଷଦୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଚିିକିତ୍ସା କରୁଥିବା ଡାକ୍ତରଙ୍କ ମୁତାବକ ରୁଷଦିଙ୍କ ଗୋଟିଏ ଆଖି ନଷ୍ଟ ହୋଇଯିବାର ଆଶଙ୍କା ଥିବା ବେଳେ ତାଙ୍କ ଯକୃତରେ ଗଭୀର ଆଘାତ ଲାଗିଛି । ସୂଚନା ଥାଉକି ଭାରତରେ ଜନ୍ମିତ ସଲମାନଙ୍କ ପୁସ୍ତକ ସଟାନିକ ଭର୍ସେସ ପ୍ରକାଶ ପାଇବା ପରେ ଇସଲମୀୟ ମୌଳବାଦୀମାନେ ବିଭିନ୍ନ ସମୟରେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟ କରିଥିଲେ । ଏପରିକି ଇରାନର ସର୍ବୋଚ୍ଚ ଶାସକ ଆୟୋତୋଲ୍ଲା ଖୁମୁନୀ ତାଙ୍କ ବିରୁଦ୍ଧରେ ଫତୱା ଜାରି କରିଥିଲେ । ସେବେଠୁ ରୁଷଦି ବ୍ରିଟେନରେ ବସବାସ କରୁଥିଲେ ।

Leave A Reply

Your email address will not be published.