କାହିଁକି ରୋଗୀଙ୍କୁ ‘ଡୋଲୋ’ ଖୋଇଥିଲେ ଡାକ୍ତର!

୧୦୦୦ କୋଟିର ଅୟସ, ଦାମୀ ଗିଫ୍‌ଟ, ବିଦେଶ ଟ୍ରିପ୍ ଉପହାର

0 27

କୋଭିଡ଼ ପେଣ୍ଡାମିକ୍ ସମୟରେ ରୋଗୀମାନଙ୍କୁ ମନଇଚ୍ଛା ପାରାସିଟାମଲ୍ ‘ଡୋଲୋ ୬୫୦’ ଖାଇବାକୁ ପ୍ରେସ୍‌କ୍ରାଇବ୍ କରି ବିବାଦରେ ପଡିଛନ୍ତି ଡାକ୍ତର ଓ ଏହି ଔଷଧ ପ୍ରସ୍ତୁତକାରୀ କମ୍ପାନୀ ବାଙ୍ଗାଲୋରର ‘ମାଇକ୍ରୋ ଲାବ୍‌’ । ଏ ନେଇ ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହେବା ପରେ ଘଟଣା ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ତେବେ ଡାକ୍ତରମାନଙ୍କର କାହିଁକି ‘ଡୋଲୋ’ ଏତେ ପ୍ରିୟ ଥିଲା, ତାର ମଧ୍ୟ ତଥ୍ୟ ସାମ୍ନାକୁ ଆସିଛି । କେବଳ ଏହି ଔଷଧ ପ୍ରେସ୍କ୍ରାଇବ୍ କରିବାକୁ ସେମାନଙ୍କୁ ମିଳିଚି ନାମୀଦାମୀ ଗିଫ୍‌ଟ, ବିଦେଶ ଭ୍ରମଣର ସୁଯୋଗ, ବିଭିନ୍ନ ତାରାକା ହୋଟେଲରେ ରହିବାର ସୁଯୋଗ, ଏମିତି ନଗଦ କ୍ୟାସ୍ ମଧ୍ୟ, ଯାହାର ଅନୁମାନିକ ମୂଲ୍ୟ ପ୍ରାୟ ୧୦୦୦ କୋଟି ବୋଲି ସୁପ୍ରିମ କୋର୍ଟରେ ଆବେଦନ କରିଥିବା ‘ଫେଡେରେସନ ଅଫ ମେଡିକାଲ ଆଣ୍ଡ ସେଲ୍‌ସ ରିପ୍ରେଜେଂଟେଟିଭ୍ ଆସୋସିଏସନ’ ଅଭିଯୋଗ କରିଛି ।

ମୁଖ୍ୟ ବିଚରାପତି ବି ଖାଇଥିଲେ ଡୋଲୋ:
ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ କହିଥିଲେ, ତାଙ୍କୁ କରୋନା ହୋଇଥିବା ବେଳେ ସେ ମଧ୍ୟ ଏହି ଔଷଧ ଖାଇଥିଲେ । ଏହି ଔଷଧ ଅନେକ ଲୋକ ସେବନ କରୁଥିବାରୁ ମାମଲାକୁ ଗମ୍ଭୀରତାର ସହ ନିଆଯିବା ଉଚିତ୍ ।

‘ଡୋଲୋ’ ଚାହିଦା ବଢିଥିଲା ହୁ ହୁ..
କୋଭିଡ-୧୯ ଯେତେ ଯେତେ ଶୀଖର ଛୁଉଁଥିଲା, ପାରାସିଟାମଲ୍‌ର ଚାହିଦା ମଧ୍ୟ ସେତିକି ବଢି ବଢି ଚାଲିଥିଲା । ଏକ ତଥ୍ୟ ଅନୁଯାୟୀ ଏହି ସମୟରେ ପାରାସିଟାମଲର ଚାହିଦା ସମଗ୍ର ଦେଶରେ ୧୩୮.୪୨% ବଢି ଯାଇଥିଲା । ତେବେ ଏହି ସବୁ ତଥ୍ୟକୁ ପଛରେ ଛାଡି ଦେଇଥିଲା ଡୋଲେ । କାରଣ ବଜାରରେ ପୂର୍ବରୁ ଉପଲବ୍ଧ ପୁରୁଣା ଔଷଧ କ୍ରୋସିନର ବିକ୍ରି ଏହି ସମୟରେ ମାତ୍ର ୫୩% ବଢିଥିବା ବେଳେ କାଲପଲ୍ ୧୫୮.୯% ବଢିଥିଲା । ଏହି ସମୟରେ କିନ୍ତୁ ଡୋଲୋ-୬୫୦ ବିକ୍ରିରେ ୨୮୯.୬% ଅଭିବୃଦ୍ଧି ଘଟିଥିଲା । ଆଉ ଏଥିପାଇଁ କେବଳ ଡାକ୍ତରମାନଙ୍କୁ କମ୍ପାନୀ ପକ୍ଷରୁ ଦିଆଯାଇଥିବା ଆକର୍ଷଣୀୟ ଉତ୍କୋଚ ହିଁ ଦାୟୀ ବୋଲି ଅଭିଯୋଗ ହୋଇଛି ।

ରୋଗୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ!
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଯଦି ରୋଗୀଙ୍କୁ ଦିନକୁ ୨ଟି ଡୋଜ୍ ମେଡିଶିନ୍ ଖାଇବାକୁ ଦିଆଯାଇଥାଏ, ତେବେ ଏହା ଶରୀର ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କିନ୍ତୁ କେତେକ ସ୍ଥାନରେ ଡାକ୍ତରମାନେ ୩ଟି ଡୋଜ୍ ମଧ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ, ଯାହା ଶରୀର ଉପରେ ନିଶ୍ଚିତ ପ୍ରତିକୂଳ ପ୍ରଭାବ ପକାଇବ । ଯେଉଁମାନେ ମଦ୍ୟପାନ କରନ୍ତୁ, ଯେଉଁମାନଙ୍କର ଲିଭର ଓ କିଡ୍‌ନୀ ସମସ୍ୟା ରହିଛି, ସେମାନଙ୍କ ଉପରେ ଏହା ନିଶ୍ଚିତ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ମାମଲାଟି ଏବେ ସୁପ୍ରିମ କୋର୍ଟରେ ବିଚାରାଧୀନ ରହିଛି ।

Leave A Reply

Your email address will not be published.